ଅନିଶ୍ଚିତତାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୧୯।୧୨(ନି.ପ୍ର.):ସୁବର୍ଣ୍ଣପୁରର ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତା ମଧ୍ୟରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ହେଁ ଏଥିପ୍ରତି ପରିବହନ ବିଭାଗ, ପୌର ପରିଷଦ କି ଜିଲା ପ୍ରଶାସନର ଦୃଷ୍ଟି ନାହିଁ। ନିର୍ବାଚିତ ଲୋକ ପ୍ରତିନିଧିଙ୍କର ମଧ୍ୟ ଏହି ପ୍ରକଳ୍ପ ପାଇଁ ଆନ୍ତରିକତା ନଥିବା ଅଭିଯୋଗ ହେଉଛି। ମୁଖ୍ୟମନ୍ତ୍ରୀ ୨୦୨୧ ଡିସେମ୍ବର ୨୩ରେ ଭୁବନେଶ୍ୱରରୁ ଭିଡିଓ କନଫେରେନ୍ସିଂ ଯୋଗେ ସୁବର୍ଣ୍ଣପୁର ଜିଲାର ସୁବର୍ଣ୍ଣପୁର ସହର ସମେତ, ବୀରମହାରାଜପୁର, ଉଲୁଣ୍ଡା ଓ ବିନିକାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି ବସଷ୍ଟାଣ୍ଡଗୁଡିକ ଜିଲାର ସାମଗ୍ରିକ ବିକାଶ ଓ ଯୋଗାଯୋଗ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ ହଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତେବେ ଜିଲା ସଦର ମହକୁମାର ନୂତନ ବସ୍‌ଷ୍ଟାଣ୍ଡ ପ୍ରକଳ୍ପ ସରକାରଙ୍କ ଫାଇଲ ଭିତରେ ପଡି ରହିଛି। ଏଠାରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡ ଓ ପୁରୁଣା ଟାଉନ ହଲକୁ ଭାଙ୍ଗି ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲେ ବି ଆନ୍ତରିକତାର ଅଭାବରୁ ଉକ୍ତ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି।
ସୁବର୍ଣ୍ଣପୁର ଜିଲା ଗଠନ ହେବାର ଇତି ମଧ୍ୟରେ ୨୯ ବର୍ଷ ବିତି ସାରିଛି। ଜିଲା ସଦର ମହକୁମାରେ ଜନସଂଖ୍ୟା ବୃଦ୍ଧି ପାଇବା ସହିତ ସମସ୍ତ ଜିଲାସ୍ତରୀୟ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି। ଜିଲାର ଡୁଙ୍ଗୁରିପାଲି ବ୍ଲକ ବ୍ୟତୀତ ଅନ୍ୟ ଅଞ୍ଚଳକୁ ରେଳ ସୁବିଧା ଏଯାଏ ଉପଲବ୍ଧ ହୋଇ ପାରିନାହିଁ। ଫଳରେ ଯାତାୟତ ଓ ପରିବହନ ପାଇଁ ଲୋକେ ଯାତ୍ରୀବାହୀ ବସ୍‌ ଉପରେ ନିର୍ଭରଶୀଳ। ପଡୋଶୀ ଜିଲାମାନଙ୍କ ସହ ଜିଲାର ବିଭିନ୍ନ ଅଞ୍ଚଳକୁ ପ୍ରତିଦିନ ଏହି ବସ୍‌ଷ୍ଟାଣ୍ଡକୁ ବସ ଯୋଗେ ଲୋକେ ଆସିଥାନ୍ତି। ହେଲେ ପୁରୁଣା ବସଷ୍ଟାଣ୍ଡରେ ହିଁ କାମ ଚଳାଯାଉଛି। ମନ୍ଦିରମାଳିନୀ ସହର ସମେତ ଜିଲାରେ ରହିଥିବା ପର୍ଯ୍ୟଟନସ୍ଥଳୀଗୁଡିକୁ ବର୍ଷର ସବୁ ସମୟରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। କିନ୍ତୁ ଏଠାରେ ଥିବା ପୁରାତନ ବସ୍‌ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି। ଯାତ୍ରୀ ବିଶ୍ରାମଗାର ଓ ଶୌଚାଳୟର ସୁବିଧା ନାହିଁ। ଅଳିଆ ଆବର୍ଜନା ପଡି ରହୁଛି। ତେଣୁ ପର୍ଯ୍ୟଟକ ଓ ଯାତ୍ରୀମାନେ ଏଠାକୁ ଆସିବାକୁ ନାପସନ୍ଦ କରୁଛନ୍ତି। ଗତ ୨୦୦୬ ମସିହାରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି ବସ୍‌ଷ୍ଟାଣ୍ଡର ନବକଳେବର କରିଥିଲେ। କିନ୍ତୁ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଯାତ୍ରୀ ବିଶ୍ରାମଗାର ବସ୍‌ଷ୍ଟାଣ୍ଡର ପଛ ପାର୍ଶ୍ୱରେ ନିର୍ମାଣ କରାଯାଇଥିଲା। ଏହି ବିଶ୍ରାମଗାରଟି ଏବେ ଅବ୍ୟବହୃତ ହୋଇ ପଡିରହିଛି। ଅଳିଆ ଆବର୍ଜନା ବିଶ୍ରାମାଗାର ସମ୍ମୁଖରେ ପକାଯାଉଛି। ଫଳରେ ବସଷ୍ଟାଣ୍ଡରେ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରତ୍ୟହ ୨୦ରୁ ୨୫ଟି ଲୋକାଲ ବସ ଓ ୧୫ରୁ ଊର୍ଦ୍ଧ୍ୱ ରାତ୍ରିକାଳୀନ ଏକ୍ସପ୍ରେସ ବସ୍‌ ବସଷ୍ଟାଣ୍ଡ ଦେଇ ଯାତାୟତ କରୁଛି। ସହରରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ତେଣୁ ନୂତନ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ସହରବାସୀ ଦାବି କରିଛନ୍ତି। ସୂଚନା ଅନୁଯାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୧୪ କୋଟି ଟଙ୍କାର ଏଷ୍ଟିମେଟ ପ୍ରସ୍ତୁତ କରିଛି। ମାତ୍ର ଏହା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇନାହିଁ। ପୌରପରିଷଦର ଜମି ଉପରେ ଓଡିଶା ରାଜ୍ୟ ପରିବହନ ନିଗମ କି ପୂର୍ତ୍ତ ବିଭାଗ କାମ କରିବ ତାହା ଚୂଡାନ୍ତ ହୋଇପାରୁନି। ରାଜ୍ୟ ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲାବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri