Categories: ବାଣିଜ୍ୟ

ଭି-ଗାର୍ଡ ସହାୟତାରେ ସ୍କୁଲ ଗୃହ ନିର୍ମାଣ

ଭୁବନେଶ୍ୱର: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ ପକ୍ଷରୁ ନୂତନ ସ୍କୁଲ ଗୃହ ବିଲ୍‌ଡିଂ ଫୁଲନଖରାସ୍ଥିତ ଲାଲବାହାଦୁର ସରକାରୀ ହାଇସ୍କୁଲ ପରିସରରେ ଶୁଭାରମ୍ଭ ହୋଇଛି। ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ କମ୍ପାନୀ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଛି। ଓ୍ବାର୍ଲଡ ଭିଜନ ସହଯୋଗରେ ଏହା ହାତକୁ ନିଆଯାଇଥିଲା। ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା ସ୍କୁଲର ବିଲ୍‌ଡିଂକୁ ପୁଣି ଥରେ ନିର୍ମାଣ କରିବା ଲାଗି କମ୍ପାନୀ ଆଗେଇ ଆସିଥିଲା। କମ୍ପାନୀର ଭୁବନେଶ୍ୱର ଶାଖା ମୁଖ୍ୟ ସୁମନ୍ତ କୁମାର ପ୍ରଧାନ ଏହାର ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଇଓ ସନ୍ତୋଷ କୁମାର ରାଉତ, ପୂର୍ବତନ ବିଇଓ ସସ୍ମିତା ମାଳି, ଓ୍ବାର୍ଲଡ ଭିଜନ ଇଣ୍ଡିଆର ସହକାରୀ ନିର୍ଦ୍ଦେଶକ ଏମ୍‌.ଏସ୍‌.ଲିଙ୍ଗ୍‌ଡୋ, ଭି-ଗାର୍ଡର ଅଧିକାରୀ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share