ଏମ୍‌ଆଇପି ନିର୍ମାଣ, ମରାମତିରେ ଅର୍ଥ ହରିଲୁଟ

କୋରେଇ,୫ା୬(ଡି.ଏନ.ଏ.): ଅଣଜଳସେଚିତ ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କରି ବିପୁଳ ଟଙ୍କା ବ୍ୟୟରେ ବହୁ ସଂଖ୍ୟାରେ ଚେକ୍‌ ଡ୍ୟାମ ନିର୍ମାଣ କରୁଛନ୍ତି। ଚେକ୍‌ ଡ୍ୟାମ ନିର୍ମାଣବେଳେ ସ୍ଥାନୀୟ ଚାଷୀଙ୍କ ପରାମର୍ଶ ନ ନେଇ ଠିକାଦାରଙ୍କ ମର୍ଜିରେ ପ୍ରକଳ୍ପ କରାଯାଉଛି। ଫଳରେ ପ୍ରକଳ୍ପଗୁଡ଼ିକ ଚାଷୀଙ୍କ କାମରେ ଲାଗିପାରୁ ନାହିଁ। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ସରକାରଙ୍କ ଏହି ଯୋଜନା ଫେଲ ମାରୁଛି। ରାଜ୍ୟ ରାଜକୋଷରୁ କୋଟିକୋଟି ଟଙ୍କା ବରବାଦ ହେଉଛି। ଠିକାଦାର ଓ ଯନ୍ତ୍ରୀମାନେ ଆବଣ୍ଟିତ ଅର୍ଥରାଶି ହରିଲୁଟ କରି ବିଶେଷ ଲାଭବାନ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କୋରେଇ ବ୍ଲକ ଅଧୀନରେ ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ଚେକଡ୍ୟାମ ନିର୍ମାଣ ଓ ଚାଷ ଜମିକୁ ଜଳସେଚନ ତଥା ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍‌ଆଇପି ପ୍ରକଳ୍ପ ଗୁଡ଼ିକର ମରାମତି ନିମନ୍ତେ ସମୁଦାୟ ୧.୬୯ କୋଟି ଖର୍ଚ୍ଚ ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ ଏହି ବ୍ଲକ ଅଧୀନ କୋଲାର ଚେକଡ୍ୟାମ ମରାମତିରେ ୧.୧୩ ଲକ୍ଷ ଏବଂ ଅନ୍ଧାରୀ ଚେକଡ୍ୟାମ ୨ଥର ମରାମତି ନାମରେ ୪.୪୪ ଲକ୍ଷ, ତାଜପୁର ଚେକଡ୍ୟାମ୍‌ ୨ଥର ମରାମତିରେ ୩.୧୧ ଲକ୍ଷ, ଜହ୍ନା ଏମ୍‌ଆଇପି ମରାମତି ଏବଂ ଫେବ୍ରିକେସନ କାର୍ଯ୍ୟରେ ୯.୩୮ ଲକ୍ଷ, ବଡ଼ବନ୍ଧ ଉନ୍ନତୀକରଣ ଏବଂ ମରାମତି ପାଇଁ ୩ ଥର ୨୩.୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଆର୍ଥିକ ବର୍ଷ ୨୦୨୨ରେ ପଛିକୋଟ ପଞ୍ଚାୟତର ଆଇଚିପୁର ଏବଂ ଗୋଦରାପାଳ ଗ୍ରାମରେ ୨ ନୂତନ ଚେକ୍‌ଡ୍ୟାମ ନିର୍ମାଣରେ ୧.୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଡମ୍ବନାର ବିଷୟ କୋଟିକୋଟି ଟଙ୍କାରେ ନିର୍ମିତ ଏହି ଚେକଡ୍ୟାମ ଓ ଏମ୍‌ଆଇ୍‌ପିଗୁଡ଼ିକ ସ୍ଥାନୀୟ ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଉପଯୋଗୀ ହୋଇପାରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଏମ୍‌ଆଇପି ନିର୍ମାଣ ବା ମରାମତି ସମୟରେ ମୁଖ୍ୟନିର୍ବାହୀ ଯନ୍ତ୍ରୀ କିମ୍ବା ବିଭାଗୀୟ କୌଣସି ବରିଷ୍ଠ ଅଧିକାରୀ ନିର୍ମାଣସ୍ଥଳୀ ପରିଭ୍ରମଣ ନ କରି ଅର୍ଥ ଲାଳସାରେ ଠିକାଦାରଙ୍କୁ କ୍ଲିନଚିଟ ଦେଇ ବିଲ କରୁଥିବା ଚର୍ଚ୍ଚା ହେଉଛି। ବିଭାଗୀୟ ସମର୍ଥନ ପାଇ ଠିକାଦାର ମଧ୍ୟ ନିମ୍ନମାନର କାମ କରି ବିପୁଳ ଅର୍ଥ ହରିଲୁଟ କରୁଥିବା ଆଲୋଚନା ହେଉଛି। ପୂର୍ବରୁ ତଳଗଡ଼ ପଞ୍ଚାୟତର ଭଙ୍ଗାବନ୍ଧ ଏମ୍‌ଆଇପିରେ ଅଧାପନ୍ତରିଆ କାର୍ଯ୍ୟ କରି ଠିକାଦାର ପ୍ରାୟ ୫୮ ଲକ୍ଷ ଟଙ୍କାର ବିଲ କରି ଛତ୍ରଭଙ୍ଗଦେଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଖୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଫଳରେ ଏହି ପ୍ରକଳ୍ପ ଉପରେ ଭରସା କରିଥିବା ପ୍ରାୟ ୫୦ରୁ ଊଦ୍ଧର୍‌ବ ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଛି। ଚାଷୀଙ୍କ ପରାମର୍ଶ ନ ନେଇ ଧମକଚମକ ଦେଇ ତୁଳତି ଏମଆଇପିରେ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ପ୍ରାୟ ୪୨ଲକ୍ଷ ଟଙ୍କା ହରିଲୁଟ କରିଥିବା ସେତେବେଳେ ଅଭିଯୋଗ ହୋଇଥିଲା। ପରେ ଏହି ପ୍ରକଳ୍ପ ଚାଷୀଙ୍କ କାମରେ ନ ଲାଗିବାରୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ମଧ୍ୟ ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ ଠିକାଦାରଙ୍କ ନିକଟରୁ ମୋଟା ଅଙ୍କର ଅର୍ଥ ଅସୁଲ କରି ଚାପି ଦେଇଥିଲେ।
ଏହିମର୍ମରେ ଯାଜପୁର ଜିଲାରେ ଏମଆଇପି କାର୍ଯ୍ୟ କରୁଥିବା ବେଳେ ପ୍ରାୟ ୮୦ ଭାଗ ପ୍ରକଳ୍ପ ଚାଷୀଙ୍କ ପାଇଁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଅଧିକାରୀଙ୍କ ନୀରବତା ଯୋଗୁ କୋଟିକୋଟି ଟଙ୍କାରେ ନିର୍ମିତ ଅଧିକାଂଶ ଚେକ୍‌ଡ୍ୟାମ ଓ ଏମଆଇପିଗୁଡ଼ିକ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଭୁଶୁଡ଼ି ପଡୁଛି। ନିର୍ମାଣ ହେଉଥିବା କ୍ଷୁଦ୍ରଜଳସେଚନ ବିଭାଗର ପ୍ରକଳ୍ପଗୁଡ଼ିକ କେବଳ ଠିକାଦାର ଓ ଯନ୍ତ୍ରୀଙ୍କ ପୋଷଣ ନୀତି ପାଇଁ କାର୍ଯ୍ୟକାରୀ ହେଉଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଠିକାଦାରଙ୍କ ବିରୋଧରେ ସ୍ଥାନୀୟ ଚାଷୀ ଯେତେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କାର୍ଯ୍ୟ ପୂର୍ବରୁ ବିଭାଗର ବରିଷ୍ଠ ଅଧିକାରୀ ପ୍ରକଳ୍ପ ନିର୍ମାଣସ୍ଥଳୀ ଭ୍ରମଣ କରି ଚାଷୀଙ୍କ ପରାମର୍ଶ ଏବଂ ନିର୍ମାଣପରେ ଗନ୍ତବ୍ୟସ୍ଥଳୀକୁ ଯାଇ ପ୍ରକଳ୍ପର ସଫଳତା ପରଖିଲେ ଏହି ଯୋଜନାର ସଫଳ ରୂପାୟନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ରଞ୍ଜନ ଦଳେଇଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ପୂର୍ବରୁ ହୋଇଛି ଏବଂ ସେ ଏବିଷୟରେ ଅବଗତ ନାହାନ୍ତି। ମାତ୍ର ଏବେ ଚାଲୁଥିବା ପ୍ରକଳ୍ପଗୁଡ଼ିକ ଠିକ୍‌ରେ ହେଉଛି ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri