ମା ତାରା ତାରିଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ଶୁଭଖୁଣ୍ଟି ସ୍ଥାପନ

ପୁରୁଷୋତ୍ତମ ପୁର, ୨୪/୪(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣି ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର ଲାଗି ଶୁଭଖୁଣ୍ଟି ସ୍ଥାପନା ହୋଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣା, ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ,ବିଡିଓ ବିଜୟ କୁମାର ବେହେରା , ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି ଙ୍କ ସହ ସମସ୍ତ ସେବାୟତଙ୍କ  ଉପସ୍ଥିତିରେ ମନ୍ଦିରର ମୂଖ୍ୟ ପୂରହିତ ପଣ୍ଡିତ ସୀମାଞ୍ଚଳ ଦାଶ ସର୍ମା ମା ଙ୍କ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ଶୁଭ ଖୁଣ୍ଟିକୁ ସ୍ଥାପନା କରିଥିଲେ।  ସୂଚନା ଯୋଗ୍ୟ ଯେ ଦିର୍ଘ ୧୧ ବର୍ଷ ହେଲା ନୂତନ ମନ୍ଦିର ର ୬୮ ଫୁଟ ଉଚ୍ଚତା ବିଶିଷ୍ଟ ଗର୍ଭଗୃହ, ୫୨ ଫୁଟ ଉଚ୍ଚତା ବିଶିଷ୍ଟ ନାଟ ମଣ୍ଡପ ଓ ୩୬ ଫୁଟ ଉଚ୍ଚତା ବିଶିଷ୍ଟ ଜଗମୋହନ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥଲେ ମଧ୍ୟ ତାହାର ପ୍ରତିଷ୍ଠା କରାଯାଉନଥିବାରୁ ଦଧିନଉତି ରେ ଧ୍ବଜା ଟିଏ ଲାଗିପାରିନାହିଁ। ଫଳରେ ଏହା ଅଞ୍ଚଳ ଓ ସମଗ୍ର ବିଶ୍ବ ଲାଗି ଏକ ଅଶୁଭ ସଙ୍କେତ ବୋଲି ବିଭିନ୍ନ ବ୍ୟକ୍ତି ବିଭିନ୍ନ ମତ ପ୍ରକାଶକୁ ନେଇ ତୁରନ୍ତ ମନ୍ଦିର ପ୍ରତିଷ୍ଠା ଦାବିରେ ଏଠାରେ ଦିର୍ଘ ଦିନ ହେଲା ଅସନ୍ତୋଷ ଲାଗି ରହିଥିଲା। ଏହାକୁ ନେଇ ସେବାୟତ ମାନେ ପ୍ରଶାସନର  ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରତିଷ୍ଠା କରିବା ଲାଗି ଦାବି କରିଆସୁଥିଲେ। ଏହି ଦାବି ଓ ଜନ ଅସନ୍ତୋଷ କୁ ହୃଦୟଙ୍ଗମ କରି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଦକ୍ଷେପ ନେଇ  ଯୁଦ୍ଧ କାଳିନ ଭିତିରେ ମନ୍ଦିରର ସମସ୍ତ ଆନୁଷଙ୍ଗିକ ଉନ୍ନୟନ ମୂଳକ କାର୍ଯ୍ୟ କୁ ସାରି ଆସନ୍ତା ମେ ୧୫ରୁ ଆରମ୍ଭ କରି ୨୦ ତାରିଖରେ ପ୍ରତିଷ୍ଠା କାର୍ଯ୍ୟ ଶେଷ କରିବା ଲାଗି ପଦକ୍ଷେପ ନେଇଛନ୍ତି। ଦିର୍ଘ ବର୍ଷ ପରେ ମନ୍ଦିର ପ୍ରତିଷ୍ଠା ହେଉଥିବାକୁ ନେଇ ପୁରୁଷୋତ୍ତମପୁର ଅଞ୍ଚଳ ସହ ଗଞ୍ଜାମ ଜିଲ୍ଲା ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।