ଆବାସିକ ଅଞ୍ଚଳରେ ସିଏନ୍‌ଜି ଷ୍ଟେଶନ ନିର୍ମାଣକୁ ଝଟକା

ଭୁବନେଶ୍ୱର, ୨୯ା୩ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ କାନନବିହାର ଫେଜ୍‌-୧ସ୍ଥିତ ଆବାସିକ ଅଞ୍ଚଳରେ ଗେଲ୍‌ ଇଣ୍ଡିଆ ପକ୍ଷରୁ ନିର୍ମାଣ ହେଉଥିବା ସିଏନ୍‌ଜି ଷ୍ଟେଶନ ନିର୍ମାଣକୁ ଝଟକା ଲାଗିଛି। କୌଣସି ଅନୁମତି ନ ନେଇ ଜନବସତି ଅଞ୍ଚଳରେ ସିଏନ୍‌ଜି ଷ୍ଟେଶନ ନିର୍ମାଣ କରାଯାଉଥିଲା। ତେଣୁ ଆଇନ ଅନୁଯାୟୀ ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ଖୋର୍ଦ୍ଧା ଜିଲାପାଳ ଗେଲ୍‌ ଇଣ୍ଡିଆର ସିଏମ୍‌ କିରଣ କୁମାର ଗୁଡ଼ିଆଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବାସିକ କଲୋନି ଭିତରେ ସିଏନ୍‌ଜି ଷ୍ଟେଶନ ନିର୍ମାଣ ହେଲେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ନିର୍ମାଣ ପୂର୍ବରୁ ଜିଲାପାଳଙ୍କ ସ୍ବୀକୃତି ନିହାତି ଆବଶ୍ୟକ। ମାତ୍ର ସଂସ୍ଥା ପକ୍ଷରୁ କୌଣସି ସ୍ବୀକୃତି ନିଆଯାଇ ନାହିଁ। ତେବେ ୭ଦିନ ଭିତରେ ସନ୍ତୋଷଜନକ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳଙ୍କ ପକ୍ଷରୁ ତାଗିଦ କରାଯାଇଛି।
ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ମୌଜା ପ୍ଲଟ୍‌ ନଂ. ୪୫୭ ଖାତା ନଂ. ୬୧୯ (ଗୋଚର)ରେ ସିଏନ୍‌ଜି ଓ ପିଏନ୍‌ଜି ଷ୍ଟେଶନ ନିର୍ମାଣ କରାଯାଉଛି। ଏହା ଏକ ଆବାସିକ ଅଞ୍ଚଳ ହୋଇଥିବାରୁ ଭବିଷ୍ୟତରେ କୌଣସି ଅଘଟଣ ହେଲେ ଅନେକ ଧନଜୀବନ ହାନିହେବା ଆଶଙ୍କା ରହିଛି। ତେଣୁ ସମ୍ପୃକ୍ତ ନିର୍ମାଣସ୍ଥଳର ୫ମିଟର ଦୂର କାନନବିହାରସ୍ଥିତ ଏଚ୍‌ଆଇଜି-୧୭୯ ଫେଜ୍‌-୧ରେ ରହୁଥିବା ଶୁକଦେବ ମହାନ୍ତି ଏନେଇ ଏନ୍‌ଜିଟିରେ ମାମଲା ଦାୟର କରିଥିଲେ। ଏହାର ଶୁଣାଣିକରି ଏନ୍‌ଜିଟି ଇଷ୍ଟର୍ନ ଜାନ୍‌ ବେଞ୍ଚ କୋଲକାତା ପକ୍ଷରୁ ଜିଏ ବିଭାଗ, ବିଏମ୍‌ସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେଶନ (ପିଇସିଓ), ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ପ୍ରମୁଖଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କାହା ଅନୁମତିରେ ଆବାସିକ ଅଞ୍ଚଳରେ ଏହି ଷ୍ଟେଶନ ନିର୍ମାଣ କରାଯାଉଛି ତାହାର ଉତ୍ତର ୪ ସପ୍ତାହ ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ସଂସ୍ଥା ପକ୍ଷରୁ ନିର୍ମାଣ ପାଇଁ ଅନୁମତି ନିଆଯାଇଛି କି ନାହିଁ ତାହାର ତଦନ୍ତ କରିବା ପାଇଁ ଖୋର୍ଦ୍ଧା ଜିଲାପାଳଙ୍କ ପକ୍ଷରୁ ଭୁବନେଶ୍ୱର ଡିସିପିଙ୍କୁ ଚିଠି କରାଯାଇଥିଲା। ତଦନ୍ତ ରିପୋର୍ଟ ଆଧାରରେ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ସହିତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମେ ୩୦ରେ ଏନ୍‌ଜିଟିରେ ଏହାର ପରବର୍ତ୍ତୀ ଶୁଣାଣି ହେବା ନେଇ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri