ତିନିରଥର ବେଦି ନିର୍ମାଣ ଆରମ୍ଭ

ପୁରୀ ଅଫିସ, ୧୩ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ୭ଦିନ ଥିବାବେଳେ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥର ‘ପ୍ରଭା’ ନିର୍ମାଣ ସରିବା ସହ ଆଗଆଣି ଏବଂ ପଛଆଣି ଦୁଇଟି ଲେଖାଏ ‘କତରା’ ଫିଟିଙ୍ଗ ହେବା ପରେ ସୋମବାର ‘ବେଦି’ ନିର୍ମାଣ ଆରମ୍ଭ ହୋଇଛି। ରଥ ଚାରିପାଶର୍‌ବରେ ପଟା ବାଡ଼ିଆ ସହ ତିନିରଥର ଆଗଆଣି, ପଛଆଣି ଢମକ ମଝିରେ ପାଞ୍ଚୋଟି ଲେଖାଏ ‘ଜଗତପୃଷ୍ଠ ଶେଣି’ ପକାଯାଉଛି। ଏହି ବେଦିର ପରିସରକୁ ବୃଦ୍ଧି କରିବା ପାଇଁ ଜଗତପୃଷ୍ଠ ଶେଣୀ ଉଭୟ ପାଶର୍‌ବର ଚାରିନାହାକା ଏବଂ ଚଉଦନାହାକାରେ ତିନୋଟି ଲେଖାଏ ‘ବାହୁଟ ଫାଳିଆ’ ସାତ, ଦେଢ଼ ସାଇଜର ଚଉପଟ ଫାଳି ପଟା ବାଡ଼ିଆଯାଇଛି। ଏହାପରେ ସମ୍ମୁଖ ଭାଗକୁ ଛାଡ଼ି ତିନି ପାଶର୍‌ବରେ ‘ଗାଈଆଳ ମାଳ’ ପଟାବାଡ଼ିଆ ପରେ ବେଦି ନିର୍ମାଣ ପୂର୍ଣାଙ୍ଗ ହେବ। ତିନିରଥର ୨୦ଫୁଟର ଆଠକୋଣି ବିଶିଷ୍ଟ ଦୁଇଟି ଲେଖାଏ ‘ଘୋଡ଼ା ଈଶ’ ନିର୍ମାଣ ସରିଛି। ଏଥିସହ ତିନିରଥ ପାଇଁ ୪ଟି ଲେଖାଏ ‘ଧ୍ୱଜବତା’ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। (ଏହି ‘ଧ୍ୱଜ ବତା’ ଦୁଆରବେଢ଼ାକୁ ଟାଣି ଧରିବା ପାଇଁ ପ୍ରଥମ ଭୂଇଁ ଅଗ୍ରଭାଗ ଦ୍ୱିତୀୟ ଭୂଇଁ ଶେଣିରେ ସେଟିଙ୍ଗ ହେବ)
ସୋମବାର ତାଳଧ୍ୱଜ ରଥର ମୁଖ୍ୟ ରୂପକାର ସେବକ ପ୍ରଭାରେ ରୂପ ଖୋଦେଇ ପୂର୍ବରୁ ମାହାର୍ଦ୍ଦ ରଖି ଅନୁକୂଳ ପୂଜା କରିଥିଲେ। ପରେ ରୂପକାର ସେବକମାନେ ତିନିରଥର ପ୍ରଭା ଉପର ଭାଗରେ ରାହୁ ରୂପ ଚିତ୍ର ସହ ପ୍ରଭା ନିମ୍ନ ଭାଗ ଦୁଇ ପାଶର୍‌ବରେ ମଗର ମୁଖ ଚିତ୍ର ଆଙ୍କି ରୂପ ଖୋଦେଇ ଆରମ୍ଭ କରିଛନ୍ତି। ଏଥିସହ ତିନି ରଥର ଆସୁଆରୀରେ ରୂପକାର ସେବକମାନେ ସିଂହ ବିରାଳ, ଗଜ ବିରାଳ, ନର ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକାର ସେବକମାନେ ରଥ ପାଶର୍‌ବ ଦେବଦେବୀଙ୍କ ରୂପରଙ୍ଗ ଚିତ୍ର ସହ ହଂସପଟା, କନ୍ୟା ପଟା, ଓଲଟ ଶୁଆ, ସଖୀ, ଇତ୍ୟାଦିର ରଙ୍ଗ କାର୍ଯ୍ୟ ସହ ଦୁଆରବେଢ଼ା ରୂପ ଚିତ୍ର ଏବଂ ରଥ ବାହ୍ୟ ପାଶର୍‌ବ ଗୁଜ, ଚକ ଇତ୍ୟାଦିରେ ରଙ୍ଗ ଚିତ୍ର ଜାରି ରଖିଛନ୍ତି। ଦୋଳବେଦି କମାର ଶାଳରେ ଓଝା ସେବକମାନେ କଣ୍ଟା ନିର୍ମାଣ ସହ, ଚାର ବନ୍ଧା ପାଇଁ ଭୋଇସେବକମାନଙ୍କ ପାଇଁ କଟୁରି ନିର୍ମାଣ କରୁଛନ୍ତି। ଦରଜି ସେବକମାନେ ତିନିରଥର ବତା କନାରେ ଲେସ୍‌ ଫିଟିଂ ସହ ଦୁଆରବେଢ଼ା କନାରେ ସିଲଭର ଫୁଲ, ଲେସ୍‌ ସିଲାଇ କାର୍ଯ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri