ବାଇପାସ୍‌ ରାସ୍ତା ନିର୍ମାଣ: ପୋତିହେଲାଣି କେନାଲ ଶଯ୍ୟା

ପଟ୍ଟାମୁଣ୍ଡାଇ,୧୨/୨(କଳ୍ପତରୁ ନାୟକ):କଟକ ଜଗତପୁରଠାରୁ ବାହାରିଥିବା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇର ଅଳଭା-ଗଣ୍ଡାକିଆ-କୋରିଆପଲା ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଜଳ ସମ୍ପଦ ବିଭାଗର ଖାମଖିଆଲି ନୀତି ଏବଂ ପୂର୍ତ୍ତ ବିଭାଗର ଅଣଦେଖା ପାଇଁ ଠିକାଦାର କେନାଲ ବନ୍ଧକୁ ହାଣି ମାଟିକୁ ବାଇପାସ୍‌ ରାସ୍ତା ନିର୍ମାଣରେ ଲଗାଇଛନ୍ତି। ଫଳରେ କେନାଲ ବନ୍ଧରୁ ଅତଡ଼ା ଖାଇ ଶଯ୍ୟା ପୋତିହୋଇଯାଇଛି। କେନ୍ଦ୍ରାପଡ଼ାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡାକୁ ଜଳସେଚନରେ ବାଧା ସୃଷ୍ଟି ହେବା ନେଇ ଜଳ ସମ୍ପଦ ବିଭାଗ କି ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଥିଯୋଗୁ ଆଗାମୀଦିନରେ କେନାଲରେ ଜଳ ପରିଚାଳନା ଠିକ୍‌ ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀ ଓ ଚାଷୀମାନେ ମତପ୍ରକାଶ କରିଛନ୍ତି।
ଚାଷୀ ବିଜୟ ଦାସ, ନରେଶ ଜେନା, ରଞ୍ଜିତ ପ୍ରଧାନ, କୁଞ୍ଜବିହାରୀ ନାୟକ, ସୁଶାନ୍ତ ସାମଲ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳର ଚାଷୀମାନଙ୍କର ଏକମାତ୍ର ଭରସା ପଟ୍ଟାମୁଣ୍ଡାଇ କେନାଲ। ଧାନଚାଷ ସମୟରେ ଏବଂ ବନ୍ୟା ପରିସ୍ଥିତିରେ ଏହି କେନାଲ ସହାୟକ ହୋଇଥାଏ। ଚାଷଜମିକୁ ଜଳଯୋଗାଣ ବ୍ୟବସ୍ଥା ସୁସଙ୍ଗଠିତ ଓ ସୁନିୟନ୍ତ୍ରିତ ଲାଗି ୨୦୧୬ରେ ରାଜକୋଷରୁ ଅର୍ଥ ବ୍ୟୟ କରାଯାଇ ଏହି କେନାଲ ଦୁଇପାଶର୍‌ବକୁ ପୋତା ଯାଇ ଏହାର ଓସାରକୁ କମାଇ ଦିଆଯାଇଥିଲା। ମାତ୍ର ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନ ବଜାର ବାଇପାସ୍‌ଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ କେନାଲ ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚାଲୁଥିବା ବେଳେ ତାହା ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏହି କେନାଲ ବନ୍ଧ ରାସ୍ତାଟି ପୂର୍ବରୁ ଜଳ ସମ୍ପଦ ବିଭାଗ ଅଧୀନରେ ଥିଲା। ଏହା ୨୦୨୩ରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ବାଇପାସ୍‌ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି। ରାସ୍ତାପାର୍ଶ୍ୱରେ ଥିବା ଗଛ କଟାଯିବା, ବାହାରୁ ମାଟି କିଣି ପକାଇବା ସହ ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଆକଳନ କରାଯାଇ ବ୍ୟୟ ଅଟକଳ କରାଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ଏ ପର୍ଯ୍ୟନ୍ତ ଗୋଟିଏ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଇନାହିଁ କି ଗଛ କଟାଯାଇନାହିଁ। ଏପଟେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଠିକାଦାର କେନାଲର ଦକ୍ଷିଣ ପାର୍ଶ୍ୱ, ଶଯ୍ୟାକୁ ହାଣି ମାଟି କାମ କରି ଚାଲିଛନ୍ତି। ପୂର୍ବରୁ ଏହି ରାସ୍ତାର ଓସାର ୩.୭୫ ମିଟର ଥିବାବେଳେ ନୂତନ ଭାବେ କରାଯାଇଥିବା ଟେଣ୍ଡରରେ ଏହାର ଓସାର ୭.୭ ମିଟର କରାଯିବ ବୋଲି ସ୍ଥିର କରାଯାଇଛି। ରାସ୍ତାର ବାମପାଶର୍‌ବରେ ହାଇଲେଭଲ କେନାଲ ରହିଥିବା ହେତୁ ରାସ୍ତା ଓସାର ଦକ୍ଷିଣ ପାଶର୍‌ବରେ ହେବ ବୋଲି ସ୍ଥିର କରାଯାଇଛି। ମାତ୍ର ଠିକାଦାର ୨୦୧୬ରେ ଏଡିବି ଦ୍ୱାରା କରାଯାଇଥିବା ପୋତେଇ କାର୍ଯ୍ୟକୁ ବ୍ୟବହାର କରି ବାମପାର୍ଶ୍ୱରେ ରାସ୍ତା କାମ କରିଚାଲିଛନ୍ତ। ଅନ୍ୟପକ୍ଷରେ ଠିକାଦାର ବେଆଇନ ଭାବେ କେନାଲରୁ କେଉଁଠି ମାଟି ଉଠାଇ ତ ଆଉ କେଉଁଠାରେ ମାଟିକୁ ଗଦାକରି କାମ କରୁଥିବାରୁ ଶଯ୍ୟା ପୋତି ହୋଇ ଉଚ୍ଚା ଢିପ ଭଳି ହୋଇରହିଛି। ଫଳରେ ଜଳଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରେ ଲାଗିଛି। ରାସ୍ତା ପ୍ରଶସ୍ତୀକରଣ ଦକ୍ଷିଣ ପାର୍ଶ୍ୱକୁ ହେବାକୁ ଥିବାବେଳେ ଠିକାଦାର କେନାଲକୁ ଲଗାଇ ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଅଣଦେଖା କରାଯାଉଥିବା ଯୋଗୁ ଠିକା ସଂସ୍ଥା ନିମ୍ନମାନର କାର୍ଯ୍ୟ କରୁଥିବା ଲୋକେ କହିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରାଙ୍କୁ ପଚାରିବାରୁ କାମ ଶେଷ କରିବାକୁ ଠିକାଦାରକୁ ନିର୍ଦ୍ଦେଶ ଦେଇଛୁ। ପ୍ରତ୍ୟେକ ସମୟରେ କାମ ତଦାରଖ କରୁଛୁ। ଅନିୟମିତତା ହେଉନାହିଁ। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର ଏସଡିଓ ପ୍ରଭାତ ସାହୁଙ୍କୁ ପଚାରିବାରେ ଅଭିଯୋଗ ପାଇବା ପରେ ଶୁକ୍ରବାର କାର୍ଯ୍ୟ କ୍ଷେତ୍ର ତନଖି କରି କେନାଲ ପୋତି ହୋଇ ଯାଇଥିବାରୁ ପୂର୍ତ୍ତ ବିଭାଗକୁ ଚିଠି କରିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗରେ କର୍ଯ୍ୟ ତଦାରଖ ପାଇଁ ସହକାରୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀଙ୍କ ନିଯୁକ୍ତି ହୋଇ ନାହାନ୍ତି। ଏଥିଯୋଗୁ ନିର୍ମାଣ ଓ ଉନ୍ନତିମୂଳକ କର୍ଯ୍ୟ ତଦାରଖ ହେଉ ନ ଥିବାରୁ କାମର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri