ନିର୍ମାଣ କାର୍ଯ୍ୟରେ ତ୍ରୁଟି, ଦୁର୍ଘଟଣା ସ୍ପଟ୍‌ ପାଲଟିଛି ପୋଲ

ଖଜୁରୀପଡ଼ା,୧୨ା୧୧(ବିଦୁର ବେହେରା): ସରକାର ରାସ୍ତା, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗର ଅବହେଳା ଏବଂ ଠିକାଦାର ଓ ଯନ୍ତ୍ରୀଙ୍କ ପୋଲ ନିର୍ମାଣ କାର୍ଯ୍ୟ ତ୍ରୁଟି ଯୋଗୁ ଏବେ ପୋଲ ଦୁର୍ଘଟଣାର ସ୍ପଟ୍‌ ପାଲଟିଛି।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ୧୫୭ ନଂ ଜାତୀୟ ରାଜପଥରେ। ଏହି ରାଜପଥ ଫୁଲବାଣୀରୁ ରାଜଧାନୀ ଭୁବନେଶ୍ୱର ସଂଯୋଗ କରୁଛି। ଏହି ରାସ୍ତାରେ ଦୂତିପଡ଼ା ନିକଟସ୍ଥ ଜାମଝୋରିଠାରେ କିଛିବର୍ଷ ତଳେ ନୂତନ ପୋଲ ନିର୍ମାଣ କରାଯାଇଛି। ଯାହାର ନିର୍ମାଣ ଦାୟିତ୍ୱ ଫୁଲବାଣୀ ପୂର୍ତ୍ତ ବିଭାଗ ନିର୍ବାହ କରିଛି। ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ଠିକାଦାରଙ୍କ କାର୍ଯ୍ୟ ତ୍ରୁଟି ଯୋଗୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ପୋଲଟି ବଙ୍କା ହୋଇ ଗଲା। ଯାହା ଫଳରେ ଏହି ପୋଲ ଠାରେ ଦୁର୍ଘଟଣା ଘଟୁଛି।

ବୁଧବାର କୋଲକାତାରୁ ନବରଙ୍ଗପୁରକୁ ଯାଉଥିବା ବିସ୍କୁଟ୍‌ ବୋଝେଇ ଟ୍ରକ୍‌ ନଂ WB 11J 7960 ଏହି ବଙ୍କା ପୋଲରେ ଦୁର୍ଘଟଣା ଘଟିଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ରଞ୍ଜେସ ସିଂ। ଚାଳକ ରଞ୍ଜେଶଙ୍କ କହିବା ଅନୁଯାୟୀ, ପୋଲଟି ବଙ୍କା ଥିବାରୁ ଗାଡ଼ି ବୁଲେଇବା ବେଳେ ସମସ୍ୟା ହେଉଛି। ଗାଡ଼ି ବ୍ରେକ୍‌ ଫେଲ ହୋଇ ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳରେ ଖଜୁରୀପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ସ୍ଥାନୀୟ ବାସିନ୍ଦା ଗୋବିନ୍ଦ ଚନ୍ଦ୍ର ବେହେରା କହିଛନ୍ତି ଯେ, ପୁରୁଣା ରାସ୍ତା ଓ ପୋଲ ସିଧା ଥିଲା। କିନ୍ତୁ ନୂତନ ପୋଲ ନିର୍ମାଣ ଯନ୍ତ୍ରୀ ଏବଂ ଠିକାଦାରଙ୍କ କାର୍ଯ୍ୟ କରିବା ପ୍ରଣାଳୀରେ ତ୍ରୁଟି ଯୋଗୁ ପୋଲଟି ବଙ୍କା ହୋଇଯାଇଛି। ପୋଲ ନିକଟରେ ମୋ’ ଘର ଥିବାରୁ କେତେବେଳେ ଗାଡ଼ି ମୋଟର ମାଡ଼ିଯିବ ସେନେଇ ଆଶଙ୍କାରେ ରହୁଛି ବୋଲି କହିଛନ୍ତି। ପୋଲ ନିର୍ମାଣ ସମୟରେ ଆମେ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଲେ ନାହିଁ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri