Posted inଜାତୀୟ

ପରିବାରବାଦୀ ଦଳ ଲୋକତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧୧: ସାରା ଦେଶରେ ଆଜି ପାଳନ କରାଯାଉଛି ସମ୍ବିଧାନ ଦିବସ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶିଷ୍ଟ ସଭାକୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଆଜିର ଦିନ ହେଉଛି ବାବା ସାହେବ ଆମ୍ବେଦକର, ଡା. ରାଜେନ୍ଦ୍ର ପ୍ରସାଦଙ୍କ ଭଳି ଦୂରଦର୍ଶୀ ମହାନୁଭବଙ୍କୁ ପ୍ରଣାମ କରିବାର ଦିନ । ଆଜିର ଦିନରେ ଏହି ସଦନକୁ ବି ପ୍ରଣାମ କରିବାର ଦିନ । ଏହାସହ ପୂଜ୍ୟ ବାପୁଜୀଙ୍କୁ ବି ପ୍ରଣାମ କରିବାର ଦିନ । ସ୍ୱାଧିନତା ଆନ୍ଦୋଳନରେ ଯେଉଁ ଯେଉଁମାନେ ବଳିଦାନ ଦେଇଛନ୍ତି ସମସ୍ତଙ୍କୁ ପ୍ରଣାମ କରିବାର ଦିନ ହେଉଛି ଆଜିର ଦିବସ । ଏହି ଅବସରରେ ମୋଦି ୨୬/୧୧ ଆତଙ୍କବାଦୀ ଆକ୍ରମଣ କଥା ମନେପକାଇ ଶହୀଦଙ୍କୁ ଶ୍ର୍‌ଦ୍ଧାଞ୍ଜଳି ଦେବା ସହ ଏହା ଏକ ଦୁଃଖଦ ଦିନ ବୋଲି କହିଥିଲେ । ମୋଦି କହିଥିଲେ ସମ୍ବିଧାନ ଦିବସ ପାଳନ କରିବାର ଆଉ ଏକ ଉଦ୍ଦେଶ୍ୟ ହେଉଛି ଆମର ରାସ୍ତା ଠିକ୍ ଅଛି କି ନା ଏହାର ମୂଲ୍ୟାଙ୍କନ କରିବା ଉଚିତ । ଏହି ଅବସରରେ ମୋଦି ପରିବାରବାଦକୁ ନେଇ ବିରୋଧିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ମୋଦି କହିଥିଲେ ଦେଶ ଏବେ ଏମିତି ସଙ୍କଟ ଆଡକୁ ଯାଉଛି ଯାହା ସମ୍ବିଧାନକୁ ସମର୍ପିତ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଲୋକତନ୍ତ୍ର ପ୍ରତି ଆସ୍ଥା ରଖିଥିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ସେମାନେ ହେଉଛନ୍ତି ପାରିବାରିକ ଦଳ । ମୋଦି କହିଥିଲେ ପରିବାରରୁ ଜଣେ କି ଦୁଇ ଜଣ ରାଜନୀତି କଲେ ଠିକ୍ ଅଛି । ଏହା ପରିବାରବାଦ ନୁହେଁ । ହେଲେ ପିଢି ପରେ ପିଢି ରାଜନୀତି କଲେ ଏହା ସମ୍ବିଧାନକୁ କଷ୍ଟ ଦେବା ସହ ସମ୍ବିଧାନର ପ୍ରତ୍ୟେକ ଧାରାକୁ ବି କ୍ଷତି ପହଞ୍ଚାଇବ । ଯେତେବେଳେ ରାଜନୈତିକ ଦଳ ନିଜର ଲୋକତାନ୍ତ୍ରିକ କ୍ୟାରେକ୍ଟର ହରାଇ ଦେବେ, ଯେଉଁ ଦଳ ଲୋକତାନ୍ତ୍ରିକ କ୍ୟାରେକ୍ଟର ହରାଇ ସାରିଛି ସେ ଲୋକତନ୍ତ୍ରର ରକ୍ଷା କେମିତି କରିବ ବୋଲି ମୋଦି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri