Categories: ଫୁରସତ

‘୨୫ ରୁଟି, ଗୋଟେ ଥାଳି ଭାତ ଖାଇ ନିଦ ଲାଗିଲା’

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନର ଜଣେ କନଷ୍ଟେବଳଙ୍କ ସ୍ପଷ୍ଟିକରଣ ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୁଲତାନପୁରରେ କନଷ୍ଟେବଳମାନଙ୍କ ଟ୍ରେନିଂ ଚାଲିଥିବାବେଳେ ରାମ ଶରିଫ ଯାଦବ ଶୋଇପଡ଼ିଥିଲେ। ପ୍ରଶିକ୍ଷଣ ବେଳେ ଶୋଇବା ନେଇ ଉଚ୍ଚାଧିକାରୀ ତାଙ୍କୁ୍‌ ସ୍ପଷ୍ଟିକରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍ପଷ୍ଟିକରଣ ଚିଠିରେ ଲେଖାଯାଇଛି, ଟ୍ରେନିଂ ପାଇଁ ଲକ୍ଷ୍ନୌରୁ ପିଟିସି ଦଦୁପୁର ଯାଇଥିଲି। ସେଠାରେ ରହିବା ସାଙ୍ଗକୁ ଖାଇବାରେ ବହୁ ଅସୁବିଧା ଭୋଗିବାକୁ ପଡ଼ିଥିଲା। ଖାଦ୍ୟ ନ ମିଳିବାରୁ ଗୋଟିଏ ଦିନ ଉପାସ ରହିବାକୁ ପଡ଼ିଥିଲା। କିନ୍ତୁ ପରଦିନ ସେ ଏକାସାଙ୍ଗରେ ୨୫ଟି ରୁଟି, ଗୋଟିଏ ଥାଳି ଭାତ ସହିତ ଦୁଇ ଗିନା ଡାଲି ଓ ତରକାରି ଖାଇଥିଲେ। ପ୍ରଚୁର ପରିମାଣ ଖାଦ୍ୟ ଏକାସାଙ୍ଗରେ ଖାଇବା କାରଣରୁ ତାଙ୍କୁ ନିଦ ଲାଗିଥିଲା ଓ ଟ୍ରେନିଂ ବେଳେ ସେ ଶୋଇ ପଡ଼ିଥିଲେ ବୋଲି ସ୍ପଷ୍ଟିକରଣ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ଆଉ ଏଭଳି ଭୁଲ୍‌ ହେବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ବର୍ତ୍ତମାନ ଏହି ଚିଠି ସୋସିଆଲ ମିଡିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Share