ପୁରୀକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର: ସୋସିଆଲ ମିଡିଆରେ ‘ବେଙ୍ଗଲୀ ବୟକଟ୍‌ ପୁରୀ ଟୁରିଜମ୍‌’ ଭାଇରାଲ

ପୁରୀ,୬ା୫(ଅଜିତ୍‌ କୁମାର ମହାନ୍ତି):ପଶ୍ଚିମବଙ୍ଗ ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏହାରି ଭିତରେ ପୁରୀକୁ ବଦନାମ୍‌ କରାଯିବାକୁ ସୋସିଆଲ ମିଡିଆରେ ଷଡ଼ଯନ୍ତ୍ର ଚାଲିଥିବା ଆଲୋଚନା ହେଉଛି। ଏ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ୱାରିୟର୍ସ’ ନାମକ ଏକ ଆଇଡିରେ ପୁରୀ ଏବଂ ଓଡ଼ିଶାକୁ ନେଇ ବିଭିନ୍ନ ପୋଷ୍ଟ କରାଯାଇଛି। ‘ବୟକଟ୍‌ ଓଡ଼ିଶା’ ଏବଂ ‘ବେଙ୍ଗଲୀ ବୟକଟ୍‌ ପୁରୀ ଟୁରିଜମ୍‌’ ନେଇ ପୋଷ୍ଟର ଦେଖିବାକୁ ମିଳିଛି, ଯାହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହାକୁ ଜଗନ୍ନାଥପ୍ରେମୀମାନେ ତୀବ୍ର ବିରୋଧ କରିଛନ୍ତି। ଏପରି ପୋଷ୍ଟ ଦ୍ୱାରା ଉଭୟ ରାଜ୍ୟ ମଧ୍ୟରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି କରାଯିବାକୁ ଅପଚେଷ୍ଟା ଚାଲିଥିବା ସାଧାରଣରେ ମତ ପ୍ରକାଶ ପାଇଛି। କୋଲକାତାରୁ ଏଠାକୁ ବୁଲି ଆସିଥିବା ବଙ୍ଗୀୟ ପର୍ଯ୍ୟଟକ ରିୟା ରୟ କହିଛନ୍ତି, ଏଭଳି ପୋଷ୍ଟ କରାଯିବା ଠିକ୍‌ ନୁହେଁ। ଯେଉଁମାନେ ପୁରୀ ଆସୁଛନ୍ତି, ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଳାଭୂମି ଏବଂ ଅନ୍ୟାନ୍ୟ ସ୍ଥାନ ବୁଲିପାରୁଛନ୍ତି। ଉଭୟ ରାଜ୍ୟର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମିଳିମିଶି ବୁଲାବୁଲି କରିବା ସହ ଭାବର ଆଦାନ ପ୍ରଦାନ କରି ଖୁସି ମନରେ ଫେରୁଛନ୍ତି। ପୁରୀ ହେଉଛି ମହାପ୍ରଭୁଙ୍କ ମୂଳପୀଠ। ତେଣୁ ବୟକଟ ପ୍ରସଙ୍ଗ ଠିକ୍‌ ନୁହେଁ। ଏଭଳି କାର୍ଯ୍ୟରୁ ସମସ୍ତେ ଦୂରେଇ ରହିବା ଉଚିତ। ସେହିପରି ବିଭୁ ସୁବୁଦ୍ଧି ନାମକ ଶ୍ରଦ୍ଧାଳୁ କହିଛନ୍ତି, ବଙ୍ଗୀୟ ଭକ୍ତଙ୍କ ପ୍ରାଣବିନ୍ଦୁ ହେଉଛନ୍ତି ମହାପ୍ରଭୁ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ କେହି ବିଭେଦ ସୃଷ୍ଟି କରିବାକୁ ଚାହିଁଲେ ବି କରିପାରିବେ ନାହିଁ। ସୋସିଆଲ ମିଡିଆରେ ଯଦି କୌଣସି ବ୍ୟକ୍ତି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନା କରୁଛନ୍ତି, ତେବେ ପ୍ରଶାସନ ଓ ସାଇବର ବିଭାଗ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ବଙ୍ଗୀୟ ପର୍ଯ୍ୟଟକ ଆସିବା ବାଧାପ୍ରାପ୍ତ ହେଲେ ସମସ୍ତେ ପ୍ରଭାବିତ ହେବେ। ତେଣୁ ପୂର୍ବପରି ଭାଇଚାରା ବଜାୟ ରଖାଯାଉ। ଭକ୍ତଙ୍କୁ କେହି ରୋକି ପାରିବେନି ବୋଲି ସୁବୁଦ୍ଧି ମତବ୍ୟକ୍ତ କରିଛନ୍ତି। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଯିଏ ଓଡ଼ିଶା ଲୋକଙ୍କ ଅସ୍ମିତାକୁ ଆଘାତ ଦେଉଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ବଙ୍ଗବାହିନୀ ଯାହା କହିଛି, ତାହାର ଫଳ ଭୋଗିବ। ବୟକଟ କହିଥିବା ବ୍ୟକ୍ତି ନିଜେ ବୟକଟ ହୋଇଯିବ। ବଙ୍ଗୀୟ ପର୍ଯ୍ୟଟକ ପୁରୀକୁ ଆସିବା ଓ ମହାପ୍ରଭୁଙ୍କ କାର୍ଯ୍ୟରେ ଜଡ଼ିତ ହେବା କାହିଁ କେଉଁ ଅମଳରୁ ଚାଲିଆସିିଛି। ତେଣୁ ଏ କ୍ଷେତ୍ରରେ କୌଣସି ସୋସିଆଲ ମିଡିଆର ପ୍ରଭାବ ପଡ଼ିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ବାଲେଶ୍ୱରରୁ ପୁରୀ ଆସିଥିବା ସୁଦେଷ୍ଣା ପାଢ଼ୀ କହିଛନ୍ତି, ସୋସିଆଲ ମିଡିଆରେ ଦୀଘାକୁ ଯେଉଁ ଜଗନ୍ନାଥ ଧାମ କୁହାଯାଉଛି ଓ ପୁରୀ ବିରୋଧରେ ପୋଷ୍ଟ କରାଯାଉଛି, ତାହାକୁ ବରଦାସ୍ତ କରାଯିବ ନାହିଁ। ଭକ୍ତମାନେ ପୁରୀ ଆସୁଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଆସିବେ। ପୁରୀର ମର୍ଯାଦା ସର୍ବଦା ଅକ୍ଷୁଣ୍ଣ ରହିବ ବୋଲି ସେ ମତ ଦେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିବା ଜଣେ ସାଧୁ କହିଛନ୍ତି, ବୟକଟ ନେଇ ଯେଉଁ ଟ୍ରେଣ୍ଡ କରାଯାଇଛି, ସେ ସମ୍ପର୍କରେ ମହାପ୍ରଭୁ ନିଜେ ବୁଝିବେ। ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri