Posted inଜାତୀୟ

ପିକେଙ୍କୁ ନେଇ କଂଗ୍ରେସର ଘର କଳି ତେଜିଲା, ଜି-୨୩ ଅସନ୍ତୁଷ୍ଟ..

ନୂଆଦିଲ୍ଲୀ, ୨୧।୪ : ଅଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କ ପକ୍ଷରୁ ରୋଡମ୍ୟାପ ଭାବରେ ଦିଆଯାଇଥିବା ପ୍ରସ୍ତାବ ଉପରେ କଂଗ୍ରେସରେ ଘର କଳି ତେଜିବାରେ ଲାଗିଛି। ଜି -୨୩ଙ୍କ ସହିତ ଏନେଇ କୌଣସି ପରାମର୍ଶ କରାଯାଇ ନଥିବାରୁ ପୂର୍ବରୁ ଅସନ୍ତୁଷ୍ଟ ଥିବା ନେତାଙ୍କ ରାଗି ନିଆଁବାଣ ହୋଇଛନ୍ତି। ସେମାନେ କହିଛନ୍ତି ଯେ, ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଚାଲିଥିବା ଆଲୋଚନାକୁ ନେଇ ଏହି ଗୋଷ୍ଠୀର ପରାମର୍ଶ ନିଆଯାଇ ନାହିଁ।

ସୂଚନାଯୋଗ୍ୟ ଯେ ରାଜସ୍ଥାନର ଦୁଇ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଛତିଶଗଡର ଭୁପେଶ ବାଘେଲଙ୍କୁ ଏହି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦିଲ୍ଲୀ ଡକାଯାଇଥିଲା। ଏହି ପ୍ରସ୍ତାବ ଉପରେ ଆନୁଷ୍ଠାନିକ ବିଚାରବିମର୍ଶ ସମୟରେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ, କିନ୍ତୁ ଜି -୨୩ ନେତାଙ୍କୁ ପରାମର୍ଶ ପାଇଁ ଡକାଯାଇ ନ ଥିଲା। ସେମାନଙ୍କ ମଧ୍ୟରେ କଂଗ୍ରେସର ଜଣେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ରହିଛନ୍ତି।

ତେବେ ଜି -୨୩ ନେତାଙ୍କ ଦ୍ୱାରା ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିର ଅନ୍ୟତମ ଦସ୍ତଖତକାରୀ ବୀରପ୍ପା ମୋଇଲି କହିଛନ୍ତି ଯେ ପିକେଙ୍କ ପ୍ରସ୍ତାବ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଗେହଲଟ କହିଛନ୍ତି ଯେ “ପିକେ ବର୍ତ୍ତମାନ ଏକ ବ୍ରାଣ୍ଡ”, ଯାହା ସୂଚାଇ ଦେଉଛି ଯେ ଦଳ ଏକ ରାଜନୈତିକ ରଣନୀତିଜ୍ଞଙ୍କ ସହ କାମ କରିବାକୁ ଚାହୁଁଛି। କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁର୍ଜେୱାଲାଙ୍କ ଅନୁଯାୟୀ, ପିକେଙ୍କୁ ୪୮ ଘଣ୍ଟା ମଧ୍ୟରେ କଂଗ୍ରେସରେ ଅନ୍ତର୍ଭୁକ୍ତ କରାଯିବା ନେଇ ଦଳ ନିଷ୍ପତ୍ତି ନେବ। ତେବେ କିଶୋରଙ୍କ ବିଷୟରେ ସୋନିଆ ଗାନ୍ଧୀଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିବ।

କଂଗ୍ରେସ ବର୍ତ୍ତମାନ ଗୁଜରାଟ ଏବଂ ହିମାଚଳ ପ୍ରଦେଶ ଉପରେ ଅଧିକ ଧ୍ୟାନ ଦେଉଛି। ସେଠାରେ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବାର ଅଛି। ଏହି ଦୁଇ ରାଜ୍ୟର ନିର୍ବାଚନ ସଫଳତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ମୋଟାମୋଟି ଭାବେ, ଲୋକସଭା ନିର୍ବାଚନ ପୂର୍ବରୁ ୬ଟି ରାଜ୍ୟରେ ବଡ଼ ନିର୍ବାଚନ ହେବ। ସୋନିଆ ଗାନ୍ଧୀ, ଅମ୍ବିକା ସୋନି, ଏ.କେ. ଆଣ୍ଟୋନି, ଜୟରାମ ରମେଶ, କେ.ସି. ଭେନୁଗୋପାଲ ଏବଂ ରଣଦୀପ ସୁର୍ଜେୱାଲା ଅନ୍ୟମାନଙ୍କ ସହ ଏହି ବୈଠକରେ ଉପସ୍ଥିତ ଥିଲେ।

ଭେନୁଗୋପାଲ କହିଛନ୍ତି ଯେ ପ୍ରଶାନ୍ତ କିଶୋର ୨୦୨୪ ନିର୍ବାଚନ ପାଇଁ ଏକ ବିସ୍ତୃତ ଉପସ୍ଥାପନା କରିଛନ୍ତି ଏବଂ କଂଗ୍ରେସ ସଭାପତି ଏକ ଛୋଟ କମିଟି ନିଯୁକ୍ତ କରିଛନ୍ତି। କମିଟି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାନୁସାରେ, କିଶୋର ଶନିବାରର ବୈଠକରେ ପିକେ କହିଛନ୍ତି ଯେ କଂଗ୍ରେସ ୩୭୦ ରୁ ୪୦୦ ଲୋକ ସଭା ଆସନକୁ ଟାର୍ଗେଟ କରିବା ଉଚିତ ଏବଂ ପାର୍ଟି ଦୁର୍ବଳ ଥିବା ସ୍ଥାନରେ ମେଣ୍ଟରେ କାମ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri