Categories: ବୌଦ୍ଧ

ବୌଦ୍ଧରେ କଂଗ୍ରେସର ‘ହାତ୍‌ ସେ ହାତ୍‌ ଯୋଡ଼ୋ’ କାର୍ଯ୍ୟକ୍ରମ

ବୌଦ୍ଧ,୧୧ା୨(ସ୍ବ.ପ୍ର.): ବୌଦ୍ଧ ଜିଲା କଂଗ୍ରେସ କମିଟି ପକ୍ଷରୁ ପଞ୍ଚାୟତସ୍ତରରେ ‘ହାତ୍‌ ସେ ହାତ୍‌ ଯୋଡ଼ୋ’ କାର୍ଯ୍ୟକମ ଶନିବାର ଆରମ୍ଭ ହୋଇଛି। ଜିଲା କଂଗ୍ରେସ କମିିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ କଣ୍ଟାମାଳ ବ୍ଲକର ଆମ୍ବଗାଁ ଓ ହରଭଙ୍ଗା ବ୍ଲକର ବନ୍ଧାପଥରଠାରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ପଞ୍ଚାୟତସ୍ତରରେ ଆସନ୍ତା ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲୁ ରହିବ। କଣ୍ଟାମାଳ ବ୍ଲକରେ ବରିଷ୍ଠ ନେତା ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ବେଳେ ହରଭଙ୍ଗା ବ୍ଲକରେ ଜିଲା ସଂଯୋଜକ ଶାନ୍ତନୁ ମହାପାତ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କର୍ଣ୍ଣ, ରୋହିତାସ୍ବ ବେହେରା,ପଲସ୍ତି ପ୍ରଧାନ,ବେଣୁଧର ମେହେର,ତାରିଣୀ ଜେନା, ନାରାୟଣ ବେହେରା, ମଙ୍ଗଳୁ ମେହେର, ଅର୍ଜ୍ଜୁନ ମହାନନ୍ଦିଆ, ଅଭିଳାଷ ସ୍ବାଇଁ ପ୍ରମୁଖ ସାମିଲଥିଲେ।