Categories: ବୌଦ୍ଧ

ଜିଲା ସଂଗ୍ରହାଳୟ ପାଇଁ ସ୍ବାଧୀନତା ପୂର୍ବର ମୁଦ୍ରା ଦାନ

ମନମୁଣ୍ଡା, ୧୪।୧୨(ଡି.ଏନ.ଏ.)-ବୌଦ୍ଧ ଜିଲାର ପୁରୁଣା ଜିଲାପାଳ କାର୍ଯ୍ୟାଳୟରେ ଜାନୁୟାରୀ ୨ତାରିଖରେ ଉଦ୍‌ଘାଟନ ହେବାକୁ ଯାଉଛି ସଂଗ୍ରହାଳୟ। ଏଥିପାଇଁ ନିଜ ପାଖରେ ଥିବା ପୁରାତନ ଜିନିଷ ଯାହା ଲୋକଲୋଚନରୁ ହଜିଯାଇଛି ସେସବୁୁ ଦାନ କରିବା ପାଇଁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତିି । ଏହି ଉଦ୍ଦେଶ୍ୟରେ ପୁରାତନ କୀର୍ତ୍ତିରାଜି ସଂଗ୍ରହ ପାଇଁ ବାଉଁଶୁଣୀ ଡିଗ୍ରୀ ମହାବିଦ୍ୟାଳୟରେ ଖୋଲାଯାଇଥିବା ସଂଗ୍ରହ କେନ୍ଦ୍ରରେ ରବିବାର ବାଉଁଶୁଣି ଥାନା ପଡାର ଶ୍ୟାମସୁନ୍ଦର ମେହେର ପୁରୁଣା ଜିନିଷ ପ୍ରଦାନ କରିଛନ୍ତି । ସେ ୧୮୯୭ ଓ ୧୯୪୪ ପ୍ରଚଳିତ ପୁରୁଣା ତମ୍ବା ମୁଦ୍ରା ତଥା ପଇସା ଦାନ କରିଛନ୍ତି । ପୂର୍ବରୁ ଏହା ଇଂରେଜ ସରକାରଙ୍କ ଅମଳରେ ପ୍ରଚଳିତ ହେଉଥିଲା । ଏହି ତମ୍ବା ପଇସା ଏବେ ଆଉ ଦେଖିବାକୁ ମିଳୁନି । ଏବକାର ଓ ଆଗାମୀ ପୀଢ଼ି ଏହାକୁ ଜିଲା ସଂଗ୍ରହ କେନ୍ଦ୍ରରେ ଦେଖିବାର ସୁଯୋଗ ଓ ମଜା ନେଇପାରିବେ । ଏହି ସମୟରେ ବାଉଁଶୁଣୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ସମେତ ସମସ୍ତ ଅଧ୍ୟାପକ ଉପସ୍ଥିତ ଥିଲେ ।