Posted inଜାତୀୟ

କଂଗ୍ରେସର ପ୍ରଥମ ତାଲିକା ଜାରି: ୧୨ ପ୍ରାର୍ଥୀ ୫୦ ବର୍ଷରୁ କମ୍‌, ତାଲିକାରେ ମୁସଲମାନ ସହିତ ଏହି ସମ୍ପ୍ରଦାୟ

ନୂଆଦିଲ୍ଲୀ,୮।୩: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। କଂଗ୍ରେସର ପ୍ରଥମ ତାଲିକାରେ ୧୨ ଜଣ ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ କମ ହୋଇଥିବାବେଳେ ୨୪ ଜଣ ପ୍ରାର୍ଥୀ ଅନୁସୂଚିତ ଜାତି-ଜନଜାତି, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଛନ୍ତି। କଂଗ୍ରେସ ନେତା ଅଜୟ ମାକେନ କଂଗ୍ରେସର ପ୍ରଥମ ତାଲିକା ବିଷୟରେ କହିଛନ୍ତି , ଏହି ତାଲିକାରେ ଅଭିଜ୍ଞ କଂଗ୍ରେସ ନେତା, ଯୁବକ ଏବଂ ତୃଣମୂଳ ସ୍ତରର ନେତାଙ୍କୁ ସ୍ଥାନ ଦିଆଯାଇଛି।
କଂଗ୍ରେସ କେସି ବେଣୁୁଗୋପାଲ, ଅଜୟ ମାକେନ ଏବଂ ପୱନ ଖେଡାଙ୍କ ସମେତ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛିି। ତାଲିକାରେ ରାହୁଲ ଗାନ୍ଧୀ ୱାୟନାଡରୁ ଲଢୁଥିବାବେଳେ କେରଳର ଥିରୁଭାନନ୍ତପୁରମରୁ ଶଶି ଥରୁର ଅଛନ୍ତି।

ମୋଟ ଉପରେ, ଆଠଟି ରାଜ୍ୟ ତାଲିକାରେ କେରଳରୁ ୧୫, ଛତିଶଗଡ ଏବଂ କର୍ନାଟକରୁ ୬, ତେଲେଙ୍ଗାନାର ୪, ମେଘାଳୟର ୨ ଏବଂ ତ୍ରିପୁରା-ସିକିମ୍‌-ନାଗାଲାଣ୍ଡରୁ ଗୋଟିଏ ଗୋଟିଏ ନାମ ରହିଛି। ତେବେ ତାଲିକାରେ ୧୫ଜଣ ପ୍ରାର୍ଥୀ ସାଧାରଣ ବର୍ଗର ଥିବାବେଳେ
୨୪ଜଣ ପ୍ରାର୍ଥୀ ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁ ଗୋଷ୍ଠୀର ଅଟନ୍ତି। ୧୨ଜଣ ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ କମ ରହିଥିବାବେଳେ ୮ଜଣ ପ୍ରାର୍ଥୀ ୫୦-୬୦ ବୟସ ବର୍ଗରେ ଅଛନ୍ତି। ସେହିପରି ୬୧-୭୦ ବର୍ଷ ବୟସ ବର୍ଗରେ ୧୨ ଜଣ ଅଛନ୍ତି। ୭ଜଣ ପ୍ରାର୍ଥୀ ୭୧-୭୬ ବୟସ ବର୍ଗରେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri