ନିଜ ଦଳର ବିଧାୟକଙ୍କୁ ଗୋ ବ୍ୟାକ୍‌ କହିଲେ କଂଗ୍ରେସ କର୍ମୀ: ୨ ଗୋଷ୍ଠୀ ମୁହାଁମୁହିଁ

ଦାରିଙ୍ଗବାଡି,୧୭।୭(ଅରୁଣ ସାହୁ):ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ଶାଖା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ତେବେ ଦାରିଙ୍ଗବାଡିର ଚାରିଛକଠାରେ ବ୍ଲକିଂ କରି ବ୍ୟାନର ବାନ୍ଧି ରାସ୍ତାରୋକୋ କରିଥିଲେ। ତେବେ ସ୍ଥାନୀୟ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ଫଟୋକୁ ବ୍ୟାନରରୁ ହଟାଯାଇ ବିରୋଧ କରାଯାଇଥିଲା। କିଛି ସମୟ ପରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଦାରିଙ୍ଗବାଡି ଆସି ପହଞ୍ଚିଥିଲେ। ସେହି ସମୟରେ ଦଳର ବରିଷ୍ଠ କର୍ମୀ ସୁରେନ୍ଦ୍ର ସାହୁ ବିଧାୟକଙ୍କୁ ଗୋ ବ୍ୟାକ କହି ଏଠାରୁ ଚାଲିଯିବାକୁ କହିଥିଲେ। ଆଉ କିଛି କଂଗ୍ରେସ କର୍ମୀ ବିଧାୟକ ପ୍ରଧାନଙ୍କ ସପକ୍ଷରେ ଯୁକ୍ତି ବଢିଥିବା ବେଳେ ଅଧିକାଂଶ ବିଧାୟକଙ୍କୁ ବିରୋଧ କରିଥିଲେ।
ପରେ ଏକ ଖବରଦାତା ସମ୍ମିଳନୀରେ ବିଧାୟକ ପ୍ରଧାନ ନିଜ ପ୍ରତିକ୍ରିୟାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯିବା ସମ୍ପର୍କରେ କହିବା ସହ ଭାଜପା ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ଛାତ୍ରୀଙ୍କୁ ବାଲେଶ୍ୱର ଏଫଏମ ବିଶବିଦ୍ୟାଳୟରେ ସରକାର ସୁରକ୍ଷା ଦେବାରେ ବିଫଳ ବୋଲି କହିଥିଲେ। ପରେ ଖବରଦାତାମାନଙ୍କ ପ୍ରଶ୍ନରେ ତାଙ୍କୁ ବିରୋଧ କରାଯିବା ଘଟଣାକୁ ସେ ଗୁରୁତ୍ୱ ଦେଇ ନ ଥିଲେ। ସେ କହିଥିଲେ, ମୋର ଫଟୋ କଟାଯାଇଛି, ଏଥିରେ କିଛି କଥା ନାହିଁ। କାରଣ ମୁଁ ଦାରିଙ୍ଗବାଡି ଆସିଛି, ମୋର ଫୋଟର କିଛି ଆବଶ୍ୟକତା ନାହିଁ।
ଦଳରେ କନ୍ଦଳ ଓ ଦୁଇ ଫାଳ ହୋଇଯିବା ଘଟଣାରେ ବିଧାୟକ କହିଥିଲେ ଯେ, ଏହା ଆମ ଘରୋଇ ସମସ୍ୟା, ଆଲୋଚନା ମାଧ୍ୟମରେ ଆମେ ସମାଧାନ କରିବୁ। ବିଧାୟକ ଆନ୍ଦୋଳନ ସ୍ଥାନରେ ବହୁତ କମ ସମୟ ରହି ଫେରିଯିବା ପରେ ଦୁଇଗୋଷ୍ଠୀ ମଧ୍ୟରେ ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା। ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri