ସଂରକ୍ଷଣ, ବେକାରି କାର୍ଡ ଖେଳିବ କଂଗ୍ରେସ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ସରିଛି। ଏଥିସହ ପୌର ନିର୍ବାଚନ ପାଇଁ ତାରିଖ ବି ଘୋଷଣା ହୋଇସାରିଛି। ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ। ସମୁଦାୟ ୩ଟି ମହାନଗର ନିଗମ, ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ କରାଯିବ। ହେଲେ ଏଥର କାଉନସିଲର, କର୍ପୋରେଟରଙ୍କ ଭଳି ପୌରାଧ୍ୟକ୍ଷ ଓ ମେୟରଙ୍କୁ ମଧ୍ୟ ଭୋଟର ସିଧାସଳଖ ବାଛିବେ। ତେଣୁ ଚଳିତ ବର୍ଷର ପୌର ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ବିଶେଷକରି ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଲଢ଼େଇ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ରହିଥିବାବେଳେ ସଂରକ୍ଷଣ, ବେକାରି, ପିିସି କାରବାର କାର୍ଡ ଖେଳିବ ବୋଲି ଜଣାପଡିଛି।
ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ନିଜର ଗଡ଼ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲା। ପ୍ରଚାରରେ ଦୁଇ ଶାସକ ଦଳକୁ ବି କେତେକ ସ୍ଥାନରେ ଚେକ୍‌ମେଟ୍‌ ଦେଇଥିବା ନଜରକୁ ଆସିଥିଲା। ରାୟଗଡାରେ ତାରକା ପ୍ରଚାରକ ଛତିଶଗଡ଼ର ମନ୍ତ୍ରୀ କାୱାସି ଲକ୍ଷ୍ମା ଓ ଏମ୍‌ପି ସପ୍ତଗିରି ଉଲାକା ପ୍ରଚାର କରିଥିଲେ। ସେହିଭଳି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଜାତିଗତ ପ୍ରସଙ୍ଗ ଯଥାକ୍ରମେ ଆଦିବାସୀଙ୍କ ଅଧିକାର ଓ ପଛୁଆ ବର୍ଗ ସଂରକ୍ଷଣକୁ ନେଇ ପ୍ରଚାର କରିଥିବାବେଳେ ଦାଦନ ଶ୍ରମିକ କଥା ମଧ୍ୟ ଉଠାଇଥିଲା। ଉପକୂଳ ଓ ଉତ୍ତର ଓଡିଶାରେ ବେକାରି ସମସ୍ୟା, ପଛୁଆ ବର୍ଗ ସଂରକ୍ଷଣ, ପିସି କାରବାର, ସରକାରୀ ଶିଳ୍ପ ଘରୋଇକରଣ ଓ ଚିଟ୍‌ଫଣ୍ଡ୍‌ ସ୍କାମ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ପ୍ରଚାରକୁ ଜୋର୍‌ଦାର କରିଥିଲା। ପୌର ନିର୍ବାଚନ ପ୍ରଚାରରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଭୋଟରଙ୍କୁ ଆକୃଷ୍ଟ କରିବ ଦଳ।
କଂଗ୍ରେସର ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ମନୋଜ ମହାପାତ୍ର କହିଛନ୍ତି, ଦୁଇ ଶାସକ ଦଳର ସ୍ଥତି ଦୁର୍ବଳ ହେଉଛି। ଲୋକେ ସ୍ବତଃପ୍ରବୃତ୍ତ ଭାବେ କଂଗ୍ରେସମୁହାଁ ହେଉଛନ୍ତି। ବେକାରି, ଦରଦାମ୍‌ ବୃଦ୍ଧି, ଆଦିବାସୀ ଓ ପଛୁଆ ବର୍ଗଙ୍କ ଅଧିକାର ନେଇ ଲୋକଙ୍କ ନିକଟକୁ ପଞ୍ଚାୟତ ନିର୍ବାଚନରେ ଯାଇଛୁ। ଆଗାମୀ ପୌର ନିର୍ବାଚନରେ କଂଗ୍ରେସ ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟକୁ ଯିବ ବୋଲି ମହାପାତ୍ର କହିଛନ୍ତି। ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ କହିଛନ୍ତି, ପୌର ନିର୍ବାଚନରେ ଯୁବ ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ମଇଦାନକୁ ଓହ୍ଲାଇବ। ଯୁବ ପ୍ରାର୍ଥୀମାନେ ପରିବର୍ତ୍ତନର ନୂଆ ଧାରା ନେଇ ଆସିବେ। ସେହିପରି ଡିଜିଟାଲ ପ୍ରଚାର କ୍ଷେତ୍ରରେ ଆମେ ପ୍ରାର୍ଥୀଙ୍କୁ ନେଇ ଛୋଟ ଛୋଟ ପ୍ରୋଫାଇଲ ଭିଡିଓ ଶୁଟ୍‌ କରି ସାମାଜିକ ଗଣମାଧ୍ୟମରେ ଅନ୍ୟ ପ୍ରାର୍ଥୀଙ୍କଠାରୁ ଆମ ପ୍ରାର୍ଥୀ କିପରି ଭିନ୍ନ ସେ କଥା ଭୋଟରଙ୍କ ନିକଟକୁ ନେଇ ଯିବୁ। ଏଥିସହ ଜାରି ହୋଇଥିବା ନମ୍ବରରେ ଲୋକେ ଯୋଗାଯୋଗ କରି ସମସ୍ୟା ଓ ଅଭିଯୋଗ ପଠାଉଛନ୍ତି। ତାହାକୁ ମଧ୍ୟ ପ୍ରସାର କରୁଛୁ ବୋଲି ମହାନନ୍ଦ କହିଛନ୍ତି। ସେହିପରି ପିସିସି ମିଡିଆ ସେଲ୍‌ ସଭାପତି ଗଣେଶ୍ୱର ବେହେରା କହିଛନ୍ତି, ବିଜେଡି ୪୦ ପ୍ରତିଶତ ପଛୁଆ ବର୍ଗ ସଂରକ୍ଷଣ କହିଥିଲା, କିନ୍ତୁ ପାଳନ କଲା ନାହିଁ। କିନ୍ତୁ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ୪୪.୭୮ ପ୍ରତିଶତ ପଛୁଆ ବର୍ଗରୁ ପ୍ରାର୍ଥୀ ଦେଇଛି। ପୌର ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଉପଯୁକ୍ତ ପ୍ରାର୍ଥୀଙ୍କ ସହ ଲୋକଙ୍କ ନିକଟରେ କଂଗ୍ରେସର ବାର୍ତ୍ତା ପହଞ୍ଚାଇବୁ। ଗତ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ଭଲ କରିବୁ ବୋଲି ଆଶା ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri