Posted inଜାତୀୟ

ବିଭୀଷଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ମୂଳପୋଛ ହୋଇଯିବ କଂଗ୍ରେସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୧୧(ସୁନିତ୍‌ ମିଶ୍ର): ଦିନ ଥିଲା ସବୁ ପୋଲିଂ ବୁଥ୍‌ରେ ଦଳର ଏଜେଣ୍ଟ ନ ଥିଲେ। ପରାଜୟରୁ ଶିକ୍ଷା ଗ୍ରହଣ କରି ଓ ତା’ର ସମୀକ୍ଷା କରି ବର୍ତ୍ତମାନ ଦଳ ବିଜୟୀ ହୋଇଛି। ନୂଆପଡ଼ା ଉପନିର୍ବାଚନରେ ଦଳର ସମସ୍ତେ ଏକାଠି ହୋଇ ଲଢ଼ିଲେ ଏବଂ ଐତିହାସିକ ବିଜୟ ଲାଭ କଲେ। ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ନିଜ ଆସନ ପରାଜୟ ଭୟରେ ଅନେକ ମିଛ କଥା କହି ଆମକୁ ଆକ୍ରମଣ କଲେ। ଏପରିକି ଭୋଟ ଚୋରି, ବେଇମାନ ଭଳି ଅପଶବ୍ଦ ମଧ୍ୟ ବ୍ୟବହାର କରିବାକୁ ପଛାଇଲେ ନାହିଁ। କିନ୍ତୁ ବିରୋଧୀଙ୍କ ମିଛ କାମ ଦେଲାନି ଏବଂ ନୂଆପଡ଼ାବାସୀ ସେମାନଙ୍କୁ ଉଚିତ ଜବାବ ଦେଲେ। ଅପରେଶନ ସିନ୍ଦୂର ଭଳି ଅପରେଶନ ନୂଆପଡ଼ା ହେଲା। ବିଭୀଷଣଙ୍କ ପାଇଁ କଂଗ୍ରେସ ପରାଜୟବରଣ କରିଲା ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ସଭାପତି ଭକ୍ତ ଦାସ କହିଛନ୍ତି। ଯଦି ତାହା ହୁଏ ତେବେ ୭୦% ବିଭୀଷଣ ଥିବା କଂଗ୍ରେସ ଦଳ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ନୂଆପଡ଼ା ବିଜୟ ପରେ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଧନ୍ୟବାଦ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ନୂଆପଡ଼ାବାସୀ ରେକର୍ଡ ପରିମାଣରେ ନିଜ ମତଦାନ ସାବ୍ୟସ୍ତ କରି ଐତିହାସିକ ଭୋଟ ବ୍ୟବଧାନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରାଇଛନ୍ତି, ଯାହା ରାଜ୍ୟରେ ରାଜନୈତିକ ମୋଡ ବଦଳାଇ ଦେଇଛି। ନୂଆପଡ଼ା ଉପନିର୍ବାଚନରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ଭାଜପାର ବିଶାଳ ବିଜୟ ହୋଇଛି। ଯେଉଁ ନେତା, ବିଧାୟକ, ସାଂସଦ, ମନ୍ତ୍ରୀମାନେ ଯେଉଁସବୁ ଅଞ୍ଚଳରେ ଥିଲେ ସେଠାର ସ୍ଥାନୀୟ ସମସ୍ୟାଗୁଡିକର ତାଲିକା ପ୍ରସ୍ତୁତ କରିବେ, ସବୁର ସମାଧାନ କରାଯିବ। ଯାହା ଘୋଷଣା ହୋଇଛି ସେସବୁକୁ ତ୍ୱରାନ୍ବିତ କରିବା ପାଇଁ ପଦକ୍ଷେପ ନେବେ। ନୂଆପଡ଼ାରେ ଜଳସେଚନଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଅତିଶୀଘ୍ର ନୂଆପଡ଼ାବାସୀଙ୍କୁ ଭେଟି ଧନ୍ୟବାଦ ଜଣାଇବି ବୋଲି ସେ କହିଛନ୍ତି।
ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଭାଜପା ସଙ୍ଗଠିତ ହୋଇ ନିର୍ବାଚନ ଲଢ଼ିଲା। ପ୍ରଥମେ ୫ଟି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କୁ ନେଇ ନିର୍ବାଚନ ଲଢ଼ିବାର ରଣକ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା। ପରବର୍ତ୍ତୀ ସମୟରେ ମନ୍ତ୍ରୀମାନଙ୍କୁ ମଣ୍ଡଳ, ବିଧାୟକମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଗଲା। ଯେଉଁ କାର୍ଯ୍ୟକର୍ତ୍ତାଙ୍କୁ ଯେଉଁଠି ଦାୟିତ୍ୱ ମିଳିଲା ସେମାନେ ନିଜ ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କଲେ। ୨୦୨୪ ନିର୍ବାଚନରେ ୩ୟ ସ୍ଥାନରେ ଥିବା ଭାଜପା ପ୍ରତି ନୂଆପଡ଼ାବାସୀଙ୍କ ବିଶ୍ୱାସ ବୃଦ୍ଧି ପାଇଲା ବୋଲି ସେ କହିଛନ୍ତି। ଦଳର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି, ନୂଆପଡା ଉପନିର୍ବାଚନରେ ଅକ୍ଳାନ୍ତ ପରିଶ୍ରମ କରି ବୃହତ୍‌ ବିଜୟ ପ୍ରଦାନ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏହି ଅବସରରେ ଦଳର ବହୁ ବରିଷ୍ଠ ମନ୍ତ୍ରୀ, ବିଧାୟକ, ଦଳର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri