କଂଗ୍ରେସ ଦେଲା ଚେତାବନୀ: ବିଦ୍ୟୁତ୍‌ ଦର ୧ ପଇସା ବଢ଼ିଲେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ 

ଭୁବନେଶ୍ୱର, ୨୭ା୨(ସୁନିତ୍‌ ମିଶ୍ର): ବିଦ୍ୟୁତ୍‌ ଦେୟ ୧ ପଇସା ବୃଦ୍ଧି କରାଗଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ। ସାଧାରଣ ବିଦ୍ୟୁତ୍‌ ଖାଉଟିଙ୍କ ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ଭାଜପା କ୍ଷମତାକୁ ଆସିଲେ ତୁରନ୍ତ ୩୦୦ ୟୁନିଟ୍‌ ବିଜୁଳି ମାଗଣା ଯୋଗାଇଦେବ ବୋଲି ନିର୍ବାଚନୀ ଘୋଷଣା କରିଥିଲା। ପୁଣି ଥରେ ଭାଜପା ପକ୍ଷରୁ  କୁହାଗଲା ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୋଫତ ବିଜୁଳି ଯୋଜନା’ ମାଧ୍ୟମରେ ଖାଉଟିଙ୍କୁ ବିଜୁଳି ଯୋଗାଇ ଦିଆଯିବ। ୮ ମାସର ଶାସନ ପରେ ବି କ୍ଷମତାସୀନ ଭାଜପା ସରକାର ନିଜ ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛନ୍ତି। ୩୦୦ ୟୁନିଟ୍‌ ମାଗଣା ବିଜୁଳି ଦେବା ପରିବର୍ତ୍ତେ ଏବେ ବିଜୁଳି ଦେୟ ୟୁନିଟ୍‌ ପିଛା ୧୨.୪୨ ପଇସା ବୃଦ୍ଧି ପାଇଁ ଓଇଆର୍‌ସିଙ୍କ ପାଖରେ ଟିପିସିଓଡିଏଲ୍‌ର ପ୍ରସ୍ତାବ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି।
କଂଗ୍ରେସ ଭବନଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପଞ୍ଚାନନ କହିଛନ୍ତି, ଟିପିସିଓଡିଏଲ୍‌ର ପକ୍ଷରୁ ଦର୍ଶାଯାଇଛି ଆସନ୍ତା ବର୍ଷ ପାଇଁ ଗ୍ରୀଡ୍‌କୋଠାରୁ ଅଧିକ ୧୩୧୦ ନିୟୁତ ୟୁନିଟ୍‌ ବିଜୁଳି ଅଧିକ କ୍ରୟ ହେବ। ସମୁଦାୟ ୧୩୮୨୩ ନିୟୁତ ୟୁନିଟ୍‌ ବିଜୁଳି କ୍ରୟ କରିବାକୁ ୪୬୮୮.୩୬ କୋଟି ଟଙ୍କା ପୈଠ ହେବ। ଟାଟା ପାୱାର ପକ୍ଷରୁ ଆହୁରି ମଧ୍ୟ ଦର୍ଶାଯାଇଛି, ବିତରଣ କ୍ଷତି ୨୩୭୪ ୟୁନିଟ୍‌ ହେବ ଯାହା ୧୭.୧୭ ପ୍ରତିଶତ । ଅବଶିଷ୍ଟ ୧୧୪୪୯ ନିୟୁତ ୟୁନିଟ୍‌ ଉପଭୋକ୍ତାଙ୍କୁ ବିକ୍ରୟ କରାଯିବ। ରାଜସ୍ବ ଆବଶ୍ୟକତା ସମୁଦାୟ ୬୮୬୨.୫୪୨୦ କୋଟି ଟଙ୍କା ଆକଳନ ହୋଇଥିବା ବେଳେ ୬୭୨୦.୩୯ କୋଟି ଟଙ୍କା ଆଦାୟ ହେବ। ସୁତରାଂ ୧୪୨.୧୫ କୋଟି ଟଙ୍କା ରାଜସ୍ବ ନିଅଣ୍ଟ ରହିବ ବୋଲି ଦର୍ଶାଇ କ୍ଷତି ଭରଣା ପାଇଁ ୟୁନିଟ୍‌ ପିଛା ୧୨.୪୨ ପଇସା ବଢ଼ାଇବାକୁ ଟିପିସିଓଡିଏଲ୍‌ ପ୍ରସ୍ତାବ ଦେଇଛି। କାନୁନ୍‌ଗୋ ଅଭିଯୋଗ କରିଛନ୍ତି, ୨୦୨୩-୨୪ ପାଇଁ ଆୟୋଗ ନିର୍ଦ୍ଧାରିତ କରିଥିବା ଶୁଳ୍କଠାରୁ ଟାଟା ୟୁନିଟ୍‌ ପିଛା ପ୍ରାୟ ୨୮ ପଇସା ଅଧିକ ଆଦାୟ କରିଛି ଯାହା ଫଳରେ ୨୪୬.୪୭ ଲକ୍ଷ ଟଙ୍କା ଅଧିକ ପାଇଛି। ତେଣୁ ବିଦ୍ୟୁତ୍‌ ଆଇନ ୨୦୦୩ ଧାରା ୬୨ (୬) ଅନୁସାରେ ଟାଟା ଉପଭୋକ୍ତାଙ୍କୁ ସୁଧ ସହ ଅର୍ଥ ଫେରସ୍ତ କରୁ। ଏଭଳି ପରିସ୍ଥିତି ସ୍ଥଳେ ଟିପିସିଓଡିଏଲ୍‌ର ବିଦ୍ୟୁତ୍‌ ଦେୟ ପ୍ରସ୍ତାବ ଏକ କ୍ଷୋଭର ପ୍ରସଙ୍ଗ। ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ୍‌ ମାଗଣା ବିଜୁଳିର ବ୍ୟବସ୍ଥା କରନ୍ତୁ ଏବଂ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ ମନୋବୃତ୍ତିରୁ ସରକାର ନିବୃତ ରୁହନ୍ତୁ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri