Posted inଜାତୀୟ

ବଢ଼ିଲା କଂଗ୍ରେସ କନ୍ଦଳ

ନୂଆଦିଲ୍ଲୀ, ୨୫ା୮: ପଞ୍ଜାବ, ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଥମିବାର ନାଁ ଧରୁ ନ ଥିବାବେଳେ ଏବେ ଛତିଶଗଡ଼ରେ କ୍ଷମତା ହାତେଇବାକୁ ନେଇ ଦଳରେ ଫାଟ ଦେଖାଦେଇଛି। ଶାସନ ଗାଦି ହାତରେ ରଖିବାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ବରିଷ୍ଠ ନେତା ତଥା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଟି. ଏସ୍‌. ସିଂଦେଓଙ୍କ ମଧ୍ୟରେ ବିବାଦ ଘନେଇଛି। ଏହାର ସମାଧାନ ପାଇଁ ମଙ୍ଗଳବାର ଉଭୟଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନ ପାଇଁ କଂଗ୍ରେସ ଉପରେ ଚାପ ପଡ଼ୁଥିବାବେଳେ ଏ ପର୍ଯ୍ୟନ୍ତ ପାର୍ଟି ହାଇକମାଣ୍ଡ ପକ୍ଷରୁ ଏ ନେଇ କୌଣସି ସଙ୍କେତ ଦିଆଯାଇନାହିଁ। ବିବାଦର ସମାଧାନ ପାଇଁ ରାହୁଲ ଉଭୟଙ୍କ ସହ ଆଲୋଚନା କରିଛନ୍ତି।
ବାସଭବନରେ ଅନୁଷ୍ଠିତ ଏହିବ ବୈଠକରେ ଛତିଶଗଡ଼ ଦାୟିତ୍ୱରେ ଥିବା ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି)ର ପି. ଏଲ୍‌. ପୁନିଆ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ନେତା ରାହୁଲଙ୍କ ସହ ପୃଥକ୍‌ ଭାବେ ଆଲୋଚନା କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା। ଉଭୟଙ୍କୁ ରାହୁଲ ବୁଝାଇବା ସହ ଆଗାମୀ ଦିନରେ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଉ ବୈଠକ ବସିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ଗଣମାଧ୍ୟମକୁ ସୂଚନା ଦେଇ ପୁନିଆ କହିଛନ୍ତି, ବୈଠକରେ ରାଜ୍ୟର ଉନ୍ନତିମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଛତିଶଗଡ଼ର ନେତୃତ୍ୱ ସମ୍ପର୍କରେ କୌଣସି କଥା ଉଠି ନ ଥିବା ସେ ପ୍ରକାଶ କରିଛନ୍ତି। ଜୁନ୍‌ରେ ବାଘେରଙ୍କ ସରକାରଙ୍କୁ ଅଢ଼େଇ ବର୍ଷ ପୂରିଛି। ୨୦୧୮ରେ ନିର୍ବାଚନ ଜିତିବା ପରେ ଅଢ଼େଇ ବର୍ଷରେ ମୁଖ୍ୟମନ୍ତ୍ରୀ ପଦ ଅଦଳବଦଳ ନିମନ୍ତେ ନିଷ୍ପତ୍ତି ହୋଇଥିଲା ବୋଲି ସିଂ ଦେଓ ଦାବି କରିଛନ୍ତି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ମାନିବେ ବୋଲି ଉଭୟେ କହିଛନ୍ତି। ଏଥିସହ ବାଘେଲ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି।

‘ଅମରିନ୍ଦରଙ୍କ ଉପରେ ଭରସା ନାହିଁ’

କଂଗ୍ରେସ ନେତା ନଭଜ୍ୟୋତ ସିଂ ସିଦ୍ଧୁଙ୍କ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି ଦଳର ୩୧ ବିଧାୟକ। ସେମାନଙ୍କ ସମେତ କେତେଜଣ ପୂର୍ବତନ ବିଧାୟକ ମଙ୍ଗଳବାର ମନ୍ତ୍ରୀ ତ୍ରିପତ ରାଜିନ୍ଦର ସିଂ ବାଜଓ୍ବାଙ୍କ ବାସଭବନରେ ଏକାଠି ହୋଇଛନ୍ତି। ଅମରିନ୍ଦରଙ୍କ ଉପରେ ଆଉ ଭରସା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କୁ ହଟାଇବା ପାଇଁ ସେମାନେ ପାର୍ଟି ହାଇକମାଣ୍ଡଙ୍କୁ ଭେଟି ଦାବି ରଖିବେ ବୋଲି ନିଷ୍ପତ୍ତି ହୋଇଛି। ତେବେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ସିଦ୍ଧୁ ଏହି ବୈଠକରେ ଉପସ୍ଥିତ ନ ଥିଲେ। ପଞ୍ଜାବ ମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି କହିଛନ୍ତି, ଦଳର ୫ ମନ୍ତ୍ରୀ, ପିସିସିସି ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ପର୍ଗତ ସିଂ ଖୁବ୍‌ଶୀଘ୍ର ଦିଲ୍ଲୀ ଗସ୍ତ କରି ଏଆଇସିସି ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟି ଏହି ଦାବି ରଖିବେ। ଅମରିନ୍ଦରଙ୍କୁ ବଦଳାଇବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ବାଜଓ୍ବା କହିଛନ୍ତି। ବୈଠକରେ ୪୬ ବିଧାୟକ ଉପସ୍ଥିତ ଥିଲେ ବୋଲି ସେ ଦାବି କରିଛନ୍ତି। ଦଳରେ ଅମରିନ୍ଦରଙ୍କ ଆହୁରି ଅନେକ ବିରୋଧୀ ଥିବା ବାଜଓ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri