ଓଡ଼ିଶାରେ ଭାଜପା ସରକାର ଜଙ୍ଗଲରାଜ ଚଳାଇଛି: କଂଗ୍ରେସ

ଭୁବନେଶ୍ୱର, ୪ା୨(ସୁନିତ୍‌ ମିଶ୍ର): ଅନୁସୂଚିତ ଜାତି ଓ ଉପଜାତି, ଗରିବ ମହିଳାଙ୍କ ଉପରେ ଗତ ୧୦ ବର୍ଷ ହେଲା ଭାରତରେ ଯେଉଁଭଳି ଅତ୍ୟାଚାର ହୋଇଚାଲିଛି ସେହିସବୁ ବିଷୟ ଲୋକଙ୍କ ଆଗରେ ରଖିବାକୁ କଂଗ୍ରେସ ସବୁବେଳେ ଚେଷ୍ଟା କରିଆସିଛି ବୋଲି  ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ଦିଲ୍ଲୀଠାରେ ସୋମବାର ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି,
ଦେଶରେ ଥିବା ମୁଖ୍ୟ ଗଣମାଧ୍ୟମଗୁଡିକ ଏହି କଥାକୁ ଆଗକୁ ଆଣିବେ ବୋଲି ବିଶ୍ୱାସ ରଖାଯାଇଛି। ସେ କହିଛନ୍ତି, ଓଡିଶାରେ ଗତ ୭ ମାସ ହେଲା ଜଙ୍ଗଲରାଜ ଆରମ୍ଭ ହୋଇଛି। ଭାଜପା ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏକ ଉତ୍ସବରେ କହୁଛନ୍ତି ଆଦିବାସୀ ଝିଅମାନେ ସଫାସୁତୁରା ନୁହନ୍ତି। ସେଥିଲାଗି ସେ ଅନ୍ୟ ଜିଲା ଯାଇ ବାହା ହେଲେ। ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିରୋଧରେ ଯେଉଁ ଭାଷା ପ୍ରୟୋଗ କଲେ ଏହା କେବଳ ଆର୍‌ଏସ୍‌ଏସ୍‌ ଛାତ୍ର ହିଁ କହିପାରିବେ। ମୋହନ ମାଝୀ ହେଉଛନ୍ତି ସେହି ବିଦ୍ୟାଳୟର ଛାତ୍ର। ଏହା କେତେ କ୍ଷତିକାରକ ବିଚାରଧାରା। ଜଣେ ମୁଖ୍ୟମନ୍ତ୍ରୀ ନିଜ ଜାତିର ମହିଳାଙ୍କ ପ୍ରତି ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ଭାଜପା ଓ ଆରଏସ୍‌ଏସ୍‌ ଗ୍ରାଜୁଏଟ କରିପାରିବେ। ବାଲେଶ୍ୱର ଜିଲାରେ ବଡ଼ଦିନ ପାଳନ ସମୟରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧିକି ମାରିଲେ। ଯଦି ଏହି ଘଟଣା ବାଲେଶ୍ୱରରେ ହୋଇପାରୁଛି ଆଗକୁ ଭୁବନେଶ୍ୱର ଏବଂ ପରେ ଦିଲ୍ଲୀରେ ଏମିତି ହୋଇପାରିବ ବୋଲି ଅଜୟ କହିଛନ୍ତି।
  ପୁଣି କହିଛନ୍ତି, ଗତ ନିର୍ବାଚନ ପ୍ରଚାର ସମୟରେ ଓଡିଶା ଲୋକଙ୍କୁ ସୂଚାଇ ଦିଆଯାଇଥିଲା ଭାଜପା ସରକାରକୁ ଆସିଲେ କୌଣସି ଜିନିଷ ସୁରକ୍ଷିତ ରହିବ ନାହିଁ। ସେହି କଥା ଏବେ ସତ୍ୟ ପ୍ରମାଣିତ ହେଉଛି। ଗତ ୭ ମାସ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ମହିଳା ଗଣବଳାତ୍କାରର ଶିକାର ହୋଇଛନ୍ତି। ଭରତପୁର ଥାନାରେ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଜଣେ ପୋଲିସ୍‌ ଅଧିକାରୀ ପ୍ରବଳ ମାଡ଼ମାରି ନିର୍ଯାତନା ଦେଲେ ବୋଲି ସେ କହିଛନ୍ତି।
କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା କହିଛନ୍ତି, ଭାଜପା ସରକାର ଚାହୁଁଛନ୍ତି ରାଜ୍ୟରେ ଆର୍‌ଏସ୍‌ଏସ୍‌ ଏଜେଣ୍ଡା ଚାଲୁ। ଭାଜପାର ଉଦ୍ଦେଶ୍ୟ ହେଉଛି ଏଠି ଆଦିବାସୀ ଚେହେରାକୁ ଶୀର୍ଷ ସ୍ଥାନରେ ବସାଇ ଏହି ଜାତିକୁ ନିର୍ଯାତନା ଦେବ। ଆର୍‌ଏସ୍‌ଏସ୍‌ ସବୁବେଳେ ଆଦିବାସୀଙ୍କୁ ବନବାସୀ ବୋଲି କହିଆସଛି। ଓଡ଼ିଶା ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ଆଦିବାସୀଙ୍କୁ ବନବାସୀ କହିକି ଖଣିଜ ସମ୍ପଦ କିଭଳି ଲୁଟିବେ ସରକାର ତା’ର ଯୋଜନା କରୁଛନ୍ତି । ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ୧୨୨ ଆଦିବାସୀ ଗାଁ ବୁଡ଼ିଯିବ। ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ସେମାନେ କିଛି କହୁନାହାନ୍ତି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଥିବା ସତ୍ତ୍ୱେ ସେମାନେ ସମାଧାନ କରୁନାହାନ୍ତି। ଆଦିବାସୀଙ୍କ ହିତ ଲାଗି ମୁଖ୍ୟମନ୍ତ୍ରୀ କହିବା ଆରମ୍ଭ କରନ୍ତୁ। ସେମାନେ ଓଡିଶା ଲୋକଙ୍କ ସମ୍ପତ୍ତି ଲୁଟିକି ଯାହା ପୁଞ୍ଜିପତିଙ୍କୁ ଦେବାକୁ ଚାହୁଁଛନ୍ତି ତାହା ହେବାକୁ ଦେବୁ ନାହିଁ ବୋଲି ଉଲାକା କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri