ଓଡ଼ିଶାରେ ଭାଜପା ସରକାର ଜଙ୍ଗଲରାଜ ଚଳାଇଛି: କଂଗ୍ରେସ

ଭୁବନେଶ୍ୱର, ୪ା୨(ସୁନିତ୍‌ ମିଶ୍ର): ଅନୁସୂଚିତ ଜାତି ଓ ଉପଜାତି, ଗରିବ ମହିଳାଙ୍କ ଉପରେ ଗତ ୧୦ ବର୍ଷ ହେଲା ଭାରତରେ ଯେଉଁଭଳି ଅତ୍ୟାଚାର ହୋଇଚାଲିଛି ସେହିସବୁ ବିଷୟ ଲୋକଙ୍କ ଆଗରେ ରଖିବାକୁ କଂଗ୍ରେସ ସବୁବେଳେ ଚେଷ୍ଟା କରିଆସିଛି ବୋଲି  ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ଦିଲ୍ଲୀଠାରେ ସୋମବାର ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି,
ଦେଶରେ ଥିବା ମୁଖ୍ୟ ଗଣମାଧ୍ୟମଗୁଡିକ ଏହି କଥାକୁ ଆଗକୁ ଆଣିବେ ବୋଲି ବିଶ୍ୱାସ ରଖାଯାଇଛି। ସେ କହିଛନ୍ତି, ଓଡିଶାରେ ଗତ ୭ ମାସ ହେଲା ଜଙ୍ଗଲରାଜ ଆରମ୍ଭ ହୋଇଛି। ଭାଜପା ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏକ ଉତ୍ସବରେ କହୁଛନ୍ତି ଆଦିବାସୀ ଝିଅମାନେ ସଫାସୁତୁରା ନୁହନ୍ତି। ସେଥିଲାଗି ସେ ଅନ୍ୟ ଜିଲା ଯାଇ ବାହା ହେଲେ। ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିରୋଧରେ ଯେଉଁ ଭାଷା ପ୍ରୟୋଗ କଲେ ଏହା କେବଳ ଆର୍‌ଏସ୍‌ଏସ୍‌ ଛାତ୍ର ହିଁ କହିପାରିବେ। ମୋହନ ମାଝୀ ହେଉଛନ୍ତି ସେହି ବିଦ୍ୟାଳୟର ଛାତ୍ର। ଏହା କେତେ କ୍ଷତିକାରକ ବିଚାରଧାରା। ଜଣେ ମୁଖ୍ୟମନ୍ତ୍ରୀ ନିଜ ଜାତିର ମହିଳାଙ୍କ ପ୍ରତି ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ଭାଜପା ଓ ଆରଏସ୍‌ଏସ୍‌ ଗ୍ରାଜୁଏଟ କରିପାରିବେ। ବାଲେଶ୍ୱର ଜିଲାରେ ବଡ଼ଦିନ ପାଳନ ସମୟରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧିକି ମାରିଲେ। ଯଦି ଏହି ଘଟଣା ବାଲେଶ୍ୱରରେ ହୋଇପାରୁଛି ଆଗକୁ ଭୁବନେଶ୍ୱର ଏବଂ ପରେ ଦିଲ୍ଲୀରେ ଏମିତି ହୋଇପାରିବ ବୋଲି ଅଜୟ କହିଛନ୍ତି।
  ପୁଣି କହିଛନ୍ତି, ଗତ ନିର୍ବାଚନ ପ୍ରଚାର ସମୟରେ ଓଡିଶା ଲୋକଙ୍କୁ ସୂଚାଇ ଦିଆଯାଇଥିଲା ଭାଜପା ସରକାରକୁ ଆସିଲେ କୌଣସି ଜିନିଷ ସୁରକ୍ଷିତ ରହିବ ନାହିଁ। ସେହି କଥା ଏବେ ସତ୍ୟ ପ୍ରମାଣିତ ହେଉଛି। ଗତ ୭ ମାସ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ମହିଳା ଗଣବଳାତ୍କାରର ଶିକାର ହୋଇଛନ୍ତି। ଭରତପୁର ଥାନାରେ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଜଣେ ପୋଲିସ୍‌ ଅଧିକାରୀ ପ୍ରବଳ ମାଡ଼ମାରି ନିର୍ଯାତନା ଦେଲେ ବୋଲି ସେ କହିଛନ୍ତି।
କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା କହିଛନ୍ତି, ଭାଜପା ସରକାର ଚାହୁଁଛନ୍ତି ରାଜ୍ୟରେ ଆର୍‌ଏସ୍‌ଏସ୍‌ ଏଜେଣ୍ଡା ଚାଲୁ। ଭାଜପାର ଉଦ୍ଦେଶ୍ୟ ହେଉଛି ଏଠି ଆଦିବାସୀ ଚେହେରାକୁ ଶୀର୍ଷ ସ୍ଥାନରେ ବସାଇ ଏହି ଜାତିକୁ ନିର୍ଯାତନା ଦେବ। ଆର୍‌ଏସ୍‌ଏସ୍‌ ସବୁବେଳେ ଆଦିବାସୀଙ୍କୁ ବନବାସୀ ବୋଲି କହିଆସଛି। ଓଡ଼ିଶା ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ଆଦିବାସୀଙ୍କୁ ବନବାସୀ କହିକି ଖଣିଜ ସମ୍ପଦ କିଭଳି ଲୁଟିବେ ସରକାର ତା’ର ଯୋଜନା କରୁଛନ୍ତି । ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ୧୨୨ ଆଦିବାସୀ ଗାଁ ବୁଡ଼ିଯିବ। ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ସେମାନେ କିଛି କହୁନାହାନ୍ତି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଥିବା ସତ୍ତ୍ୱେ ସେମାନେ ସମାଧାନ କରୁନାହାନ୍ତି। ଆଦିବାସୀଙ୍କ ହିତ ଲାଗି ମୁଖ୍ୟମନ୍ତ୍ରୀ କହିବା ଆରମ୍ଭ କରନ୍ତୁ। ସେମାନେ ଓଡିଶା ଲୋକଙ୍କ ସମ୍ପତ୍ତି ଲୁଟିକି ଯାହା ପୁଞ୍ଜିପତିଙ୍କୁ ଦେବାକୁ ଚାହୁଁଛନ୍ତି ତାହା ହେବାକୁ ଦେବୁ ନାହିଁ ବୋଲି ଉଲାକା କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri