Posted inଫୁରସତ

୧୮୩ ଫୁଟ ଦୂରରୁ କୁରାଢ଼ି ଫିଙ୍ଗି ଗିନିଜ୍‌ ୱାଲର୍‌ଡ ରେକର୍ଡ

ଆଙ୍କାରା: ତୁର୍କୀର ରାଜଧାନୀ ଆଙ୍କାରାରେ କାର୍ଯ୍ୟରତ ଜଣେ ଘରୋଇ ସୁରକ୍ଷା କର୍ମୀ ଓସ୍‌ମାନ ଗୁରଚୁ(୪୩) ରବିବାର ଏକ ବିଶ୍ୱ ରେକର୍ଡ କରି
ଗିନିଜ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡ (ଜିଡବ୍ଲ୍ୟୁଆର୍‌)ରେ ନିଜ ନାମକୁ ସ୍ଥାନିତ କରିଛନ୍ତି। ସେ ୧୮୩ ଫୁଟ ୮.୭୨ ଇଞ୍ଚ୍‌ ଦୂରରୁ କୁରାଢିକୁ ଠିକ୍‌ ଭାବେ ଲକ୍ଷ୍ୟର ସହ ଫିଙ୍ଗି ଟାର୍ଗେଟରେ ପକାଇଥିଲେ। ‘ଲଙ୍ଗେଷ୍ଟ ଆକ୍ସ ଥ୍ରୋ’ ଶ୍ରେଣୀରେ ଓସ୍‌ମାନ ଜିଡବ୍ଲ୍ୟୁଆର୍‌ ରେକର୍ଡକୁ ହାତେଇଛନ୍ତି। ଏହି ଦୂରତା କୌଣସି ମଧ୍ୟ ଅଲିମ୍ପିକ୍‌ ସୁଇମିଂ ପୁଲ୍‌ (୧୬୪ ଫୁଟ) ଠାରୁ ମଧ୍ୟ ଅଧିକ ହେବ। ପୂର୍ବରୁ ଏହି ରେକର୍ଡ ଆମେରିକୀୟ ଜେସି ରୁଡ୍‌ଙ୍କ ନାମରେ ରହିଥିଲା। ସେ ୧୪୩ ଫୁଟ ଦୂରରୁ କୁରାଢିକୁ ଫିଙ୍ଗି ଟାର୍ଗେଟରେ ପକାଇଥିଲେ। ଏବେ ଓସ୍‌ମାନ ଏହି ରେକର୍ଡକୁ ଭାଙ୍ଗି ଇତିହାସ ରଚିଛନ୍ତି।
ଓସ୍‌ମାନ ୧୮୩ ଫୁଟ ଦୂରରୁ କୁରାଢି ଫିଙ୍ଗିବା ସହ ନିଜ ଜୀବନର ଅଷ୍ଟମ ଜିଡବ୍ଲ୍ୟୁଆର୍‌ ହାସଲ କରିଛନ୍ତି। ଏହି ଅବସରରେ ଓସ୍‌ମାନ କହିଛନ୍ତି, ସେ ସର୍ବଦା ଜିଡବ୍ଲ୍ୟୁଆର୍‌ ୱେବ୍‌ସାଇଟ୍‌ ଏବଂ ଏହାର ସୋସିଆଲ ମିଡିଆ ପେଜ୍‌ ଉପରେ ନିରନ୍ତର ନଜର ରଖିଥାନ୍ତି। ଏହା ତାଙ୍କୁ ବିଭିନ୍ନ ନୂତନ ଚ୍ୟାଲେଞ୍ଜକୁ ଗ୍ରହଣ କରି ରେକର୍ଡ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ତେବେ ଏହି ରେକର୍ଡ ସୃଷ୍ଟି କରିବା ତାଙ୍କ ପାଇଁ ଏକ ଅବିଶ୍ୱସନୀୟ ଅନୁଭବ ଥିଲା ବୋଲି ଓସ୍‌ମାନ କହିଛନ୍ତି ।
କୁରାଢ଼ିକୁ ଏତେ ଦୂରରୁ ଫିଙ୍ଗି ଏହାକୁ ଟାର୍ଗେଟରେ ପକାଇବା ସହଜ ନ ଥିଲା। ଏଥିପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଏଥିପାଇଁ ସେ ଅନେକଥର ପ୍ରୟାସ କରି ବିଫଳ ହୋଇଥିଲେ। କିନ୍ତୁ ସେ ହାର ନ ମାନି ଶେଷରେ ସଫଳତା ପାଇଛନ୍ତି ବୋଲି ଓସ୍‌ମାନ କହିଛନ୍ତି।
ଆଗାମୀ ଦିନରେ ବାସ୍କେଟବଲ, ଶୁଟିଂ ଆଦି କ୍ରାଡ଼ା ସହ ଜଡିତ ଆହୁରି ଅନେକ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ହେଉଛନ୍ତି। ଓସ୍‌ମାନ କହିଛନ୍ତି, ଜିଡବ୍ଲ୍ୟୁଆର୍‌ରେ ସ୍ଥାନ ପାଇବା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ପ୍ରତିବର୍ଷ ଜିଡବ୍ଲ୍ୟୁଆର୍‌ରେ ନିଜ ନାମ ସ୍ଥାନିତ କରିବା ତାଙ୍କର ଲକ୍ଷ୍ୟ। ସେ ଆଗକୁ ଆହୁରି ଅନେକ ଆକର୍ଷଣୀୟ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିବେ। ଏହା କେବଳ ଆରମ୍ଭ ମାତ୍ର ବୋଲି ଓସ୍‌ମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri