ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ ସବୁ ଦଳର ପ୍ରାୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବିରୋଧୀ ସଦସ୍ୟମାନଙ୍କ ଭିତରେ ସମନ୍ବୟର ଘୋର ଅଭାବ ରହୁଥିବା ଲକ୍ଷ୍ୟ କରାଯାଉଛି। ସ୍ଥିତି ମୁତାବକ ଯେତେବେଳେ ଶାସକ ଦଳ ବିରୋଧରେ ନିଷ୍ପତ୍ତି ନେବାକୁ ପଡ଼ୁଛି ସେହି ସମୟରେ ସମନ୍ବୟର ଅଭାବ ବିରୋଧୀ ଦଳ ଭିତର ଫାଟକୁ ପଦାରେ ପକାଇ ଦେଉଛି। ଗୃହକାର୍ଯ୍ୟ ଆରମ୍ଭ ଦିନ ଏପରି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ବିଜେଡି ନେତାଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟିହେବାରୁ ବିରୋଧୀ ଆସନର ଲାଭ ଏକ ପ୍ରକାର କଂଗ୍ରେସକୁ ଚାଲିଯାଇଛି।
ଅଭିଭାଷଣ ଚାଲିଥିବା ବେଳେ ବିରୋଧୀ ଦଳର କେତେଜଣ ସଦସ୍ୟ କକ୍ଷତ୍ୟାଗ ନେଇ ଆଲୋଚନା ଆରମ୍ଭ କରିଦେଲେ। ରାଜ୍ୟପାଳଙ୍କ ଭାଷଣରେ କିଛି ନୂଆ ନାହିଁ, ସବୁ ପୁରୁଣା କଥା ବୋଲି କେତେଜଣ ବିଜେଡି ବିଧାୟକ ଅଭିଯୋଗ କରି କକ୍ଷତ୍ୟାଗ କରିବା ପାଇଁ ସେଠାରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମତାମତ ଲୋଡ଼ିବାକୁ ଚାହିଁଲେ। ହେଲେ ନବୀନ କିଛି ପ୍ରତିକ୍ରିୟା ଦେଉ ନ ଥାଆନ୍ତି। ସେତେବେଳକୁ ବିଜେଡିର କେତେଜଣ ବରିଷ୍ଠ ବିଧାୟକ ରାଗି ପଞ୍ଚମ ହୋଇସାରିଲେଣି। ଯାହା ଲକ୍ଷ୍ୟ କରାଯାଉଥିଲା, ବରିଷ୍ଠ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଜେଡି ସଦସ୍ୟ ନିରଞ୍ଜନ ପୂଜାରୀଙ୍କ ସହ କିଛି ଆଲୋଚନା କଲେ। ହେଲେ କକ୍ଷତ୍ୟାଗ ନେଇ ଦଳର କୌଣସି ନିଷ୍ପତ୍ତି ନ ହେବା ଦ୍ୱାରା ରଣେନ୍ଦ୍ର ଯେପରି ବିରକ୍ତ ହେଉଥାଆନ୍ତି ସେମିତି କିଛି ଲକ୍ଷ୍ୟ କରାଯାଉଥାଏ। ଏହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବୋଧହୁଏ ବିଜେଡିର ଆଲୋଚନା ସମ୍ପର୍କରେ ଜାଣିପାରିଲେ। ସଙ୍ଗେସଙ୍ଗେ କାଡାମ ରାଜ୍ୟପାଳଙ୍କ ଭାଷଣରେ କିଛି ନୂଆ ନାହିଁ, ଅନେକ ପ୍ରସଙ୍ଗରେ ଏଠାରେ କିଛି କୁହାଯାଉନାହିଁ ଅଭିଯୋଗକରି କଂଗ୍ରେସ କକ୍ଷତ୍ୟାଗ କରିବାକୁ ନିଷ୍ପତ୍ତି ନେଇଗଲା। ଏହାପରେ ରଣେନ୍ଦ୍ର ଆହୁରି ରାଗିଯାଇ ଏକୁଟିଆ କକ୍ଷତ୍ୟାଗ କଲେ। ଫଳରେ ବିଜେଡି ଭିତରେ ଏହି ଯେଉଁ ସମନ୍ବୟର ଅଭାବ ରହିଛି ସେକଥା ଜଣାପଡିଯିବ ଭାବି ସଙ୍ଗେସଙ୍ଗେ ଦଳ କକ୍ଷତ୍ୟାଗ କରିବାକୁ ନିଷ୍ପତ୍ତି ନେଲା। ବିଜେଡିର ଏହି ଦ୍ୱନ୍ଦ୍ୱ କଂଗ୍ରେସକୁ ଲାଭ ଦେଲା ବୋଲି ବିଧାନସଭା ଭିତରେ ପ୍ରବଳ ଚର୍ଚ୍ଚା ହେଲା। କଂଗ୍ରେସକୁ ଦେଖି ବିଜେଡି ନିଷ୍ପତ୍ତି ନେଲା ବୋଲି ସବୁଆଡ଼େ ଆଲୋଚନା ଚାଲିଲା।
ବିଜେଡି ବିଧାୟକ ଦଳ ବୈଠକରେ ଧାନ ପ୍ରସଙ୍ଗରେ ଗୃହ ଚଲାଇ ନ ଦେବା ପାଇଁ ଯେଉଁ ନିଷ୍ପତ୍ତି ହୋଇଛି ତାକୁ ନେଇ ମଧ୍ୟ ଧୀରେଧୀରେ ଦଳ ଭିତରେ ଅସନ୍ତୋଷ ଉଗ୍ରରୂପ ନେବ ବୋଲି ଜଣାପଡୁଛି। କାରଣ କେତେଜଣ ବିଧାୟକ ଏହାକୁ ବିରୋଧ କରିବା ସହ ଯଦି ତାଙ୍କ ଦଳର ସଦସ୍ୟ ହୋହଲ୍ଲା କରି କକ୍ଷତ୍ୟାଗ କରନ୍ତି ତେବେ ସେମାନେ ଆଲୋଚନାରେ ଭାଗ ନେବେ ବୋଲି ଚୂଡ଼ାନ୍ତ କରିଛନ୍ତି; ଯାହା ବିଜେଡି ନେତୃତ୍ୱକୁ ଆଗକୁ ଦ୍ୱନ୍ଦ୍ୱରେ ପକାଇବ ବୋଲି କୁହାଯାଉଛି। ଯେଉଁ କେତେଜଣ ବିଜେଡି ନେତା ଗୃହ ଚଲାଇ ନ ଦେବା ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ସେମାନଙ୍କ କହିବା କଥା, ଯଦି ଗୃହରେ ଆଲୋଚନା ନ ହେବ ତେବେ ଏହାର ଲାଭ ତ ଶାସକ ଦଳକୁ ଯିବ। ଦଳର ଜଣେ ସାଧାରଣ ସମ୍ପାଦକ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବିଜେଡି ଗୃହ ଚଳାଇ ନ ଦେବା ପଛର କାରଣ କେବଳ ରାଜ୍ୟ ସଭା ନିର୍ବାଚନ। ଏହାଦ୍ୱାରା ୨ଟି କଥା ଆଲୋଚନା ହେବ। ବିଜେଡି ଏବେ ବିରୋଧୀ ଦଳ ଭୂମିକା ଭଲରେ ତୁଲାଉଛି। ଏହି ବାହାନାରେ ଶାସକ ଦଳ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ସହଜରେ ପାରିତ କରାଇବା ସଙ୍ଗେସଙ୍ଗେ ବିଜେଡି ସହ ସେମାନଙ୍କ ସମ୍ପର୍କ ନେଇ ଯେଉଁ ଆଲୋଚନା ହେଉଛି ସେହି ଦୋଷ କଂଗ୍ରେସ ମୁଣ୍ଡରେ ଲଦିହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri