Posted inଜାତୀୟ

ଇସିଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ନୂଆଦିଲ୍ଲୀ,୯ା୪: କଂଗ୍ରେସର ଇସ୍ତାହାରରେ ମୁସ୍‌ଲିମ ଲିଗ୍‌ର ନୀତି ଆଦର୍ଶ ପ୍ରତିଫଳିତ ହେଉଛି ଏବଂ ଏହାର ପ୍ରତ୍ୟେକ ପୃଷ୍ଠାରେ ଭାରତକୁ ଖଣ୍ଡ ଖଣ୍ଡ କରିବାର ଗନ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହା ବିରୋଧରେ ବରିଷ୍ଠ କଂଗ୍ରେସ ନେତାମାନେ ସୋମବାର ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ବିଭିନ୍ନ ଅଭିଯୋଗ କରିଛନ୍ତି। ପ୍ରତିନିଧି ଦଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ, ରାଜ୍ୟ ସଭା ସଦସ୍ୟ ମୁକୁଲ ଓ୍ବାସ୍‌ନିକ, ପଓ୍ବନ ଖେରା, ଗୁର୍‌ଦୀପ ସପ୍ପାଲ ନିର୍ବାଚନ ସଦନ ଯାଇ ଇସିର ଅଧିକାରୀମାନଙ୍କୁ ଭେଟିଥିଲେ। ଆଦର୍ଶ ଆଚରଣ ବିଧି (ଏମ୍‌ସିସି)ର ଉଲ୍ଲଂଘନ କରି ଭାଜପା ନିର୍ବାଚନ ପ୍ରଚାରରେ ସଶସ୍ତ୍ର ବଳର ବ୍ୟବହାର ଜାରି ରଖିଥିବା ନେଇ କଂଗ୍ରେସ ଅଭିଯୋଗ ଉଠାଇଛି। ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ଥିରୁଭାନନ୍ଥପୁରମ୍‌ ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର ତାଙ୍କ ନିର୍ବାଚନ ସତ୍ୟପାଠରେ ଆର୍ଥତ୍କ ସ୍ଥିତି ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା ନେଇ କଂଗ୍ରେସ ଅଭିଯୋଗ ଦାଏର କରିଛି।
ଦିଲ୍ଲୀ ୟୁନିଭର୍ସିଟିର ବିଭିନ୍ନ କଲେଜରେ ବିକଶିତ ଭାରତ @ ୨୦୪୭ ନାଁରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ବଡ଼ ହୋର୍ଡିଂ ଓ ବ୍ୟାନର ଲଗାଯାଇଥିବାରୁ ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି କଂଗ୍ରେସ କହିଛି। ସେହିପରି ୨୦୨୩ର ‘ ଦି କେରଲା ଷ୍ଟୋରି’ ନିକଟରେ ଦୂରଦର୍ଶନରେ ପ୍ରସାରିତ କରାଯିବାକୁ ନେଇ ମଧ୍ୟ କଂଗ୍ରେସ ଆପତ୍ତି ଉଠାଇଛି। ଏକ ଧର୍ମୀୟ ସମ୍ପ୍ରଦାୟକୁ ନିନ୍ଦା କରାଯିବାର ପରିକଳ୍ପନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି ଓ ଲଭ୍‌ ଜିହାଦ ଚିନ୍ତାଧାରାକୁ ବିଶ୍ୱସନୀୟତା ଦେଉଛି ବୋଲି କଂଗ୍ରେସ କହିଛି।
କଂଗ୍ରେସ ଇସ୍ତାହାରରେ ମୁସ୍‌ଲିମ୍‌ ଲିଗ୍‌ର ଛାପ ରହିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତୀବ୍ର ସମାଲୋଚନା କରିଛନ୍ତି। ଭାଜପା ନୀତି ଆଦର୍ଶର ଆଇକନ୍‌ ତଥା ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀ ସ୍ବାଧୀନତା ଆନ୍ଦୋଳନ ବେଳେ କଂଗ୍ରେସ ବିରୋଧରେ ବ୍ରିଟିଶକୁ ସମର୍ଥନ କରିଥିଲେ ବୋଲି ଖାର୍ଗେ କହିବା ସହ ମୋଦିଙ୍କ ଭାଷଣରେ ଆର୍‌ଏସ୍‌ଏସ୍‌ ଚିନ୍ତାଧାରାର ଗନ୍ଧ ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri