Posted inଜାତୀୟ

ରାଜନୈତିକ ପରମ୍ପରା ରହିଲା ବଜାୟ: ଅଖିଳେଶଙ୍କ ବିପକ୍ଷରେ ପ୍ରାର୍ଥୀ ଦେଲାନି କଂଗ୍ରେସ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଦଳଗୁଡିକ ପ୍ରତ୍ୟେକ ଆସନ ପାଇଁ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ ଥିବାବେଳେ ମୁଲାୟମ ଏବଂ ଗାନ୍ଧୀ ପରିବାର ବର୍ଷ ବର୍ଷ ଧରି ୟୁପିରେ ନିଜର ରାଜନୈତିକ ବନ୍ଧୁତା ବଜାୟ ରଖିଛନ୍ତି। ମଙ୍ଗଳବାର କଂଗ୍ରେସ ନିଜ ପ୍ରାର୍ଥୀ କରହଲ, ଜ୍ଞାନବତୀ ଯାଦବଙ୍କୁ ନିର୍ବାଚନ ଲଢେଇରୁ ହଟାଇ ଦେଇଛି। ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ମେନପୁରୀର କରହଲ ଆସନରୁ ଲଢୁଛନ୍ତି। ସେ ଗତ ସୋମବାର ଦିନ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ବିରୋଧରେ ଭାଜପା କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବାଘେଲଙ୍କୁ ପ୍ରାର୍ଥୀ କରିଛି।
ଆଜି ନାମାଙ୍କନ ପତ୍ରର ଶେଷ ଦିନ ଥିଲା। ଆଜି କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ କରହଲ ଆସନରୁ ନାମାଙ୍କନ ଦାଖଲ କରି ନ ଥିଲା। ପୂର୍ବରୁ ଦଳର ପ୍ରାର୍ଥୀ ତାଲିକାରେ କରହଲରୁ ଜ୍ଞାନବତୀ ଯାଦବଙ୍କୁ ଟିକେଟ ଦେଇଥିଲା। ଅନ୍ୟପକ୍ଷରେ କଂଗ୍ରେସର କୌଣସି ପ୍ରାର୍ଥୀ ଜଶଓ୍ବନ୍ତନଗରରୁ ନାମାଙ୍କନପତ୍ର ଦାଖଲ କରିନାହାଁନ୍ତି। ମୁଲାୟମ ସିଂଙ୍କ ଭାଇ ଶିବପାଲ ସିଂ ଯାଦବ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେପଟେ ସମାଜବାଦୀ ପାର୍ଟି ଆମେଠି ଏବଂ ରାଇବରେଲିରୁ ମଧ୍ୟ କୌଣସି ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇନାହିଁ।
ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ୨୦୦୯ରୁ ରାଇବରେଲି ଲୋକ ସଭା ଆସନରେ ସୋନିଆଙ୍କ ବିରୋଧରେ ପ୍ରାର୍ଥୀ ଦେଉନାହାଁନ୍ତି। ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ସମାଜବାଦୀ ପାର୍ଟି ଏହି ଆସନରୁ ନିଜ ପ୍ରାର୍ଥୀ ଦେଇ ନ ଥିଲେ। ସେହିପରି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ, ଆମେଠିରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏସପି ପ୍ରାର୍ଥୀ ଦେଇନାହିଁ। ରାହୁଲ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଏଠାରୁ ଏମ୍‌ପି ଥିଲେ କିନ୍ତୁ ୨୦୧୯ରେ ସେ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ।
୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ଲୋକ ସଭା ନିର୍ବାଚନରେ କଂଗ୍ରେସ ମେନପୁରୀରୁ ମୁଲାୟମ ସିଂ ଯାଦବଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଦେଇ ନ ଥିଲା। ୨୦୧୪ ନିର୍ବାଚନରେ ମେନପୁରୀ ଏବଂ ଆଜମଗଡରୁ ମୁଲାୟମ ସିଂ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କଂଗ୍ରେସ ଆଜମଗଡରେ ନିଜର ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିଲା କିନ୍ତୁ ମେନପୁରୀରେ ପ୍ରାର୍ଥୀ ଦେଇ ନ ଥିଲା। ୨୦୦୯ରେ କନୌଜ ଆସନରେ ଏବଂ ୨୦୧୯ରେ ଆଜମଗଡରେ କଂଗ୍ରେସ ଅଖିଳେଶ ଯାଦବଙ୍କ ବିରୋଧରେ କୌଣସି ପ୍ରାର୍ଥୀ କରି ନ ଥିଲା। ସେହିପରି ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ବିରୋଧରେ ୨୦୧୪ ଏବଂ ୨୦୧୯ କନୌଜ ଲୋକ ସଭା ଆସନରୁ କଂଗ୍ରେସ କୌଣସି ପ୍ରାର୍ଥୀ କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri