ବିଧାନସଭା ବାହାରେ ପୁଣି ଘଣ୍ଟ ପିଟିଲା କଂଗ୍ରେସ

ଭୁବନେଶ୍ୱର,୨୯।୩(ରବିନାରାୟଣ ଜେନା): ବିଧାନସଭା ଗୃହ ଭିତରେ ଘଣ୍ଟ ମାଡ଼କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବିତ ହେବା ପରେ ଶୁକ୍ରବାର ପୁଣି ବିଧାନସଭା ବାହାରେ ଘଣ୍ଟମାଡ଼ କରିଛନ୍ତିି। ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଯେ ପର୍ଯ୍ୟନ୍ତ ସରକାରଙ୍କୁ ନିଦରୁ ନ ଉଠାଇଛୁ ସେପର୍ଯ୍ୟନ୍ତ ଘଣ୍ଟମାଡ଼ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅପରପକ୍ଷେ କଂଗ୍ରେସ ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିବ ନାହିଁ ବୋଲି ଭାଜପା କହିଛି।
କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ବିଧାୟକମାନେ ଏକ ମନ୍ଦିରରେ ଘଣ୍ଟ ବଜାଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ନାରୀ ନ୍ୟାୟ ପାଇଁ ଆମ କଂଗ୍ରେସ ବିଧାୟକମାନେ ବିଧାନସଭାରେ ଗୃହ କମିଟି ଦାବି କରିଥିଲୁ କିନ୍ତୁ ଭାଜପା ସରକାର ଷଡ଼ଯନ୍ତ୍ର କରି ଆମକୁ ନିଲମ୍ବନ କରିଛି। ଏହା କ’ଣ ନାରୀଙ୍କ ପାଇଁ ନ୍ୟାୟ ଓ ଓଡ଼ିଆ ଅସ୍ମିତା ? ରାଜ୍ୟ ବିଧାନସଭାରେ ବିରୋଧୀଙ୍କ ଦାବିକୁ ଗୁରୁତ୍ୱର ସହ ନେଇ ଗଣତାନ୍ତ୍ରିକ ପଦ୍ଧତିରେ ଆଇନ ପ୍ରଣୟନ ହୁଏ। କିନ୍ତୁ ଏକଚ୍ଛତ୍ରବାଦ ଶାସନ ଭଳି ଅହଙ୍କାରୀ ଭାଜପା ସରକାର ଆମକୁ ନିଲମ୍ବନ କରିଛି; ଯାହା ଗଣତନ୍ତ୍ର ବିରୋଧୀ। ସାଧାରଣ ଜନତାଙ୍କ ନ୍ୟାଯ୍ୟଦାବି ଫଳପ୍ରଦ କରିବା ଲାଗି ଆଇନ ପ୍ରଣୟନ କରିବାକୁ ସେମାନେ ଆମକୁ ବିଧାନସଭା ପଠେଇଛନ୍ତି। ମାତ୍ର ସେମାନଙ୍କ ଅଧିକାର ପାଇଁ ବିରୋଧୀ ଦଳ ଭାବେ ଗଣତାନ୍ତ୍ରିକ ପଦ୍ଧତିରେ ଦାବି ଉପସ୍ଥାପନା କରିବାରୁ ଆମକୁ ନିଲମ୍ବନ କରାଯାଇଛି। ଏହା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି ତାରା କହିଛନ୍ତି।
ଶାସକଦଳ ଏହାର ଦୃଢ଼ ଜବାବ ରଖିଛି। ଭାଜପା ସଦସ୍ୟ ଅଗସ୍ତି ବେହେରା କହିଛନ୍ତି, ଗୃହରେ ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସ ବିଧାୟକ ନିଲମ୍ବନ ହୋଇଛନ୍ତି। ସେମାନେ ଘଣ୍ଟ ବାଡ଼େଇ ଗୃହ ବନ୍ଦ କଲେ, ଏବେ ଭାବୁଛନ୍ତି ଓଡ଼ିଶାର ଜନସାଧାରଣ ତାଙ୍କୁ ଭଲପାଇବେ। କିନ୍ତୁ ପୂର୍ବରୁ ଲୋକେ କଂଗ୍ରେସକୁ ଘୃଣା କରୁଥିଲେ, ଏବେ କଂଗ୍ରେସ ବିଧାୟକଙ୍କ ପ୍ରତି ଘୃଣା ଭାବ ବଢ଼ିଛି। ଗୁରୁବାର ଆନ୍ଦୋଳନ ସମୟରେ ପୋଲିସ ଉପରକୁ ଯେଉଁଭଳି ହାତ ଉଠେଇଲେ, ତାହା ସେମାନଙ୍କୁ ନିନ୍ଦିତ କରିଛି। ଏମାନେ ଓଡ଼ିଶାବାସୀଙ୍କ ବିଶ୍ୱାସଭାଜନ ହୋଇପାରିବେ ନାହିଁ ବୋଲି ଅଗସ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri