ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଆନନ୍ଦପୁର,୭।୭(ସ୍ବ.ପ୍ର.): ତୈଳଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆନନ୍ଦପୁର ବ୍ଲକ ଓ ପୌରପରିଷଦର କଂଗ୍ରେସ କମିଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲା କଂଗ୍ରେସ ଉପସଭାପତି ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ନିକୁଞ୍ଜ ବିହାରୀ ମିଶ୍ର, ଆନନ୍ଦପୁର ପୌରପରିଷଦ ସଭାପତି ଅମରସିଂ ମହାନ୍ତି, ଉପସଭାପତି ହାଡିବନ୍ଧୁ ଖୁଣ୍ଟିଆଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।