୩୦ରେ ଭଣ୍ଡାରିପୋଖରୀରେ କଂଗ୍ରେସର ବିକ୍ଷୋଭ

ଭଣ୍ଡାରିପୋଖରୀ,୨୪।୬(ଡି.ଏନ୍‌.ଏ): କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ୩୦ ତାରିଖ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓଙ୍କୁ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ବୁଧବାର ଏକ ପ୍ରସ୍ତୁତି ବୈଠକ ହୋଇଛି। ଏ ଥିରେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ ଏହା ଘୋଷଣା କରିଛନ୍ତି।