ବିଧାନସଭା ଘେରିବ କଂଗ୍ରେସ, ମୋହନ ସରକାରଙ୍କ ବଢିଲା ଟେନଶନ

ଭୁବନେଶ୍ୱର,୧୨।୩: କଂଗ୍ରେସ ନେତା ତାରା ବାହିନୀପତିଙ୍କ ସସପେଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏ ପ୍ରସଙ୍ଗରେ ବଡ଼ ବୈଠକ କରିଛି ବଂଗ୍ରେସ। ଯେଉଁଥିରେ ଦଳର ବହୁ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ତେବେ ବୈଠକ ପରେ ଦଳ ନେଇଛି ବନ ନିଷ୍ପତ୍ତି। ଯାହାକୁ ନେଇ ଏବେ ଟେନଶନରେ ଭାଜପା।

ଆସନ୍ତା ୨୭ରେ ବିଧାନସଭା ଘେରିବାକୁ ଯଉଛି କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ତାରା ବାହିନୀପତିଙ୍କୁ ନିଲମ୍ବନର ପ୍ରତିବାଦ କରିବ ଦଳ। ବାଚସ୍ପତିଙ୍କ ଗୃହ ପରିଚାଳନାକୁ କଂଗ୍ରେସ ନିନ୍ଦା କରୁଛି। କଂଗ୍ରେସ ଭବନ ବୈଠକରେ ଏନେଇ ନିନ୍ଦା ପ୍ରସ୍ତାବ ଆସିଛି ବୋଲି ସେ କହିଛନ୍ତି।

ବିଧାନସଭାରୁ ୭ଦିନ ପାଇଁ ନିଲମ୍ବନ ହୋଇଛନ୍ତି କଂଗ୍ରେସ ନେତା ତାରା ବାହିନୀପତି। ଏହାକୁ ନେଇ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ ଆଉ ବିଜେଡି। ଜୋରଦାର ବିରୋଧ କରିବା ସହ ବିଧାନସଭାକୁ ମଧ୍ୟ ବୟକଟ କରିଛି କଂଗ୍ରେସ।ଏହାକୁ ନେଇ ସୁର ରାଉତରାୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ମୋ ସହ ଏଭଳି କରିଥିଲେ ମୁଁ ଜୟନାରାୟଣଙ୍କ ଆଗ ଦାନ୍ତ ଭାଙ୍ଗି ପକେଟରେ ପୁରାଇ ଦେଇଥାନ୍ତି। ଗୃହରେ ଜୟନାରାୟଣ ତାରାଙ୍କୁ ଠେଲିଦେଲେ ହେଲେ ତାରାଙ୍କୁ ସସପେଣ୍ଡ କରାଗଲା। ଏହା ଘୋର ଅନ୍ୟାୟ। ବାଚସ୍ପତି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ନିନ୍ଦା କରୁଛି ବୋଲି ସୁର କହିଛନ୍ତି।

ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବାହାରିଛି ବିଜେଡି। ତାରାଙ୍କ ନିଲମ୍ବନକୁ ଘୋର ବିରୋଧ କରିଛି ବିଜେଡି। ନିଲମ୍ବନ ପ୍ରତ୍ୟାହାର ପାଇଁ ବିଜେଡି ବିଧାୟକ ବାଚସ୍ପତିଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ ବିଜେଡି କଂଗ୍ରେସ ସପକ୍ଷରେ ବାହାରିବା ଦେଖି ଶାସକ ଦଳ ନଇଁଛି। କଂଗ୍ରେସକୁ ବୁଝାଶୁଝା କରିଛି ଶାସକ ଦଳ। ଗୃହ ପରିତ୍ୟାଗ କରିଥିବା କଂଗ୍ରେସ ସଦସ୍ୟଙ୍କୁ ଗୃହକୁ ଫେରାଇ ଆଣିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବୁଝାଇଥିବାବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବୁଝାଶୁଝା କରିଛନ୍ତି।

ଗୃହରେ ଦୁଇ ବିଧାୟକ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ହାତାହାତି ହୋଇଥିଲେ। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଧାନସଭାରେ କାଲି ବାଚସ୍ପତିଙ୍କ ପୋଡ଼ିୟମ ମାଇକ ଭାଙ୍ଗିଥିଲେ ତାରା। ଗୃହରେ ହଙ୍ଗାମା କରିଥିଲେ। ଏନେଇ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

କଂଗ୍ରେସର ବରିଷ୍ଠ ବିଧାୟକ ତାରା ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ଉପରେ କାଉଣ୍ଟର କରିଥିଲେ। ତାରା କହିଛନ୍ତି, ଓଡ଼ିଶାକୁ ଭାଗ ଭାଗ କରିବା କ’ଣ ଓଡ଼ିଆ ଅସ୍ମିତା? ସେ ଓଡ଼ିଶାକୁ ଭାଗ କଲା ଭଳି ପ୍ରତିକ୍ରିୟା ଦେଉଛନ୍ତି। ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ ତା’ପରେ ଉତ୍ତରାଞ୍ଚଳ ଏହି ପରି ଭାବେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ବୋଲି ତାରା ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ। ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି, ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଅନ୍ତୁ ସେ ଆଉ ଏପରି ମନ୍ତବ୍ୟ ଦେବେ ନାହିଁ। ତାଙ୍କ ଦଳରେ ପାଣ୍ଡିଆନ କଥା ପ୍ରଥମେ ଉଠାଇଥିବା ଲୋକ ଯିଏ କି ତାଙ୍କୁ ଆଜି ଦଳ ଅଣଦେଖା କରୁଛି ବୋଲି ତାରା ତାଙ୍କୁ ତାତ୍ସଲ୍ୟ କରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri