ପାଟଣା,୧୭।୭(ବୀର କିଶୋର ଦାଶ): ଏଫ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ପାଟଣା କଂଗ୍ରେସ ପକ୍ଷରୁ କେନ୍ଦୁଝର ଜିଲା ପାଟଣା ବ୍ଲକ ଓ ସାହାର ପଡ଼ା ବ୍ଲକରେ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ ହୋଇଛି। ପାଟଣା ବ୍ଲକ ମୁଖ୍ୟାଳୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତା ରେ ଆୟୋଜିତ ସଭାରେ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀଛାତ୍ର ଆନ୍ଦୋଳନ ରେ ସାମିଲ ହୋଇ ଥିଲେ।
ଏହି ସଭା କଂଗ୍ରେସ ବରିଷ୍ଠ ନେତା କୈଳାଶ ଚନ୍ଦ୍ର ବାରିକଙ୍କ ସଂଯୋଜନା ରେ ପାଟଣା ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷ ଇଂ ବିଦ୍ୟାଧର ଦାଶ ଓ କଂଗ୍ରେସ କେନ୍ଦୁଝର ଏମ ପୀ ପ୍ରାର୍ଥି ଇଂ ବିନୋଦ ବିହାରୀ ନାଏକ ଉଦବୋଧନ ଦେଇ ସୌମ୍ୟାଶ୍ରୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ସହ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଙ୍କ ଇସ୍ତଫା ଦାବି କରିଥିଲେ।
ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମଣ କୁମାର ଦାଶ, କୈଳାଶ ଚନ୍ଦ୍ର ବାରିକ, ଦିଲ୍ଲିପ କୁମାର ଦାଶ, ନିରଞ୍ଜନ କର,ପ୍ରୀୟନିତ ନାଏକ, ଉଦ୍ଧବ ମହନ୍ତ, କଖାରୁ ରାଉଳ ପ୍ରମୁଖଙ୍କ ନେତୃତ୍ୱରେ ଭାଜପା ବିରୋଧୀ ସ୍ଲୋଗାନ ଦେବାସହ ପାଟଣା ବ୍ଲକ ମୁଖ୍ୟାଳୟ ର ଦୋକାନ ବଜାର, ରାଷ୍ଟ୍ରାୟତ ବ୍ୟାଙ୍କ, ବ୍ଲକ ତହସିଲ, କଲେଜ, ହାଇସ୍କୁଲ,ପେଟ୍ରୋଲ ପମ୍ପ କୁ ଯାଇ କଂଗ୍ରେସ କର୍ମୀ ଓ ନେତା ପିକେଟିଂ କରି ବନ୍ଦ କରିଛି। ସାହାରପଡ଼ା କାର୍ଯ୍ୟ କ୍ରମ ରେ ବୀର ଭଦ୍ର ମହାନ୍ତ, ମୁକୁନ୍ଦ ମହାନ୍ତ, ଚିତ୍ତରଞ୍ଜନ ତରେଇ ପ୍ରମୁଖ ସାମିଲ ହୋଇଥିଲେ।


