ନେତା-କର୍ମୀଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ଆଲୋଚନା, ସଭାପତି ଚୟନ ନେଇ ଚାଲିଛି କସରତ

ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲା (ପୂର୍ବ) ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଙ୍ଗଠନ ସୃଜନ ଅଭିଯାନ ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ତୃଣମୂଳସ୍ତରରେ ଥିବା ନେତୃମଣ୍ଡଳୀ ଓ କର୍ମୀଙ୍କଠାରୁ ତଥ୍ୟ ସଂଗ୍ରହ କରି ସଭାପତି ଚୟନ ଦିଗରେ ପଦକ୍ଷେପ ନେବେ। ଶୁକ୍ରବାର ଛତ୍ରପୁରସ୍ଥିତ ଲିସା ଗ୍ୟାଲେକ୍ସିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏଆଇସିସିର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ରାମଲାଲ ଝାଟ ଯୋଗଦେଇ ଯେଉଁମାନେ ବ୍ୟକ୍ତିଗତ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ସାଙ୍ଗରେ ନେଇ ଦଳ ପାଇଁ କାମ କରୁଥିବା ବ୍ୟକ୍ତିଙ୍କ ଏକ ତାଲିକା ଏଆଇସିସିକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଓଡ଼ିଶା ରାଜ୍ୟର ଗଞ୍ଜାମ ଜିଲା ହେଉଛି ସବୁଠୁ ବଡ଼ ଜିଲା। ଏଠି ବହୁଦିନ ଧରି କଂଗ୍ରେସ ଦୁର୍ବଳତା ରହିଛି । ଅନ୍ୟ ରାଜନୈତିକ ଦଳର ପ୍ରତିହାର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ରାହୁଲଗାନ୍ଧୀଙ୍କ କ୍ରେଜ୍‌ ବଢୁଥିବା ବେଳେ ଯେଉଁପ୍ରକାର ପଦଯାତ୍ରା ମାଧ୍ୟମରେ ଦେଶର ବିଭିନ୍ନ କୋଣରେ ଜନସମ୍ପର୍କ ମାଧ୍ୟମରେ ଦେଶବାସୀଙ୍କୁ ଭାଜପା ସରକାରଙ୍କ ଜନବିରୋଧୀ ବିଷୟକୁ ନେଇ ସଚେତନତା କରୁଛନ୍ତି। ଏଣୁ ଆଗାମୀ ଦିନରେ କଂଗ୍ରେସକୁ ତୃଣମୂଳସ୍ତରରେ ସଂଗଠନକୁ କିପରି ସୁଦୃଢ଼ କରାଯାଇପାରିବ ସେଥିପ୍ରତି ସେ ବରିଷ୍ଠ, ଯୁବବର୍ଗର ହେଉ କିମ୍ବା ମହିଳା ହୁଅନ୍ତି ସେଭଳି ବ୍ୟକ୍ତିଙ୍କୁ ଏହି ତାଲିକାରେ ସ୍ଥାନ ମିଳିବା ଆବଶ୍ୟକ ରହିଛି। ଏହାପରେ ଏଆଇସିସି ସଭାପତି ନାମ ଘୋଷଣ କରିବେ। ଆଗାମୀ ୭ ଦିନ ଧରି ପୂର୍ବ ଗଞ୍ଜାମର ବିଭିନ୍ନ ବ୍ଲକ ସେ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଛତ୍ରପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା ଛତ୍ରପୁର ନିର୍ବାଚନମଣ୍ଡଳୀର ଦଳର ସଂଗଠନ ସ୍ଥିତି ନେଇ ଆଲୋଚନା କରିଥିଲେ। ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ହିଞ୍ଜିଳି ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶମ୍ବୁନାଥ ପାଣିଗ୍ରାହୀ, ଓଡ଼ିଶା ପ୍ରଦେଶ କଂଗ୍ରେସର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ଜାକବ ପ୍ରଧାନ ଓ ବିଜାନ ନାୟକ, ବରିଷ୍ଠ ନେତା ଗଣପତି ବାରିକ, ପୂର୍ବତନ ସରପଞ୍ଚ ଡି.ରାମସ୍ବାମୀ ରେଡ୍ଡୀ ଓ ଟି.କ୍ରିଷ୍ଣାରେଡ୍ଡୀ, ପିସିସି ସଭ୍ୟ ଚକ୍ରପାଣି ପଲାଇ, ରାଜ୍ୟ କଂଗ୍ରେସ ଛାତ୍ର ସାଧାରଣ ସମ୍ପାଦକ ମହେଶ କୁମାର ଗୌଡ଼, ଛତ୍ରପୁର ନଗର ସଭାପତି କାଳିଆ ରାଉଳ, କାଳୁଚରଣ ତ୍ରିପାଠୀ, ମହିଳା ନେତ୍ରୀ କୁନି ନାୟକଙ୍କ ସମେତ ବହୁନେତା ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri