Posted inଜାତୀୟ

ସରକାରଙ୍କ ପ୍ରସ୍ତାବକୁ ବିରୋଧ, କଂଗ୍ରେସ୍‌ ଦେଲା ନୋଟିସ୍‌

ନୂଆଦିଲ୍ଲୀ, ୦୮।୦୮: ୱାକଫ ବୋର୍ଡ ଆଇନ୍‌ ସଂଶୋଧନ ବିଲକୁ ନେଇ ବିରୋଧ କରିବ କଂଗ୍ରେସ । ପାର୍ଟି ଏମ୍‌ପି ଇମ୍ରାନ ମାସୁଦ କହିଛନ୍ତି ଯେ ୱାକଫ ଆଇନ୍‌ ସଂଶୋଧନ ବିଲକୁ ସଂସଦରେ ବିରୋଧ କରାଯିବ। ଏଥି ସହ କର୍ଣ୍ଣାଟକ ସିଏମ ସିଦ୍ଧରମୈୟା କହିଛନ୍ତି ଯେ, ଏନଡିଏ ସରକାର ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ଅଛନ୍ତି। ସେମାନେ ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟ ସପକ୍ଷରେ ନାହାଁନ୍ତି। ଏଥି ସହ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି ଯେ ଏହି ବିଲ ଆଣିବା ପୂର୍ବରୁ ସରକାର ମୁସଲମାନ ସଂଗଠନ ସହ କଥା ହେବା ଉଚିତ୍‌। ଯଦି ସରକାରଙ୍କ ଉଦ୍ଦେଶ୍ୟ ଠିକ ଅଛି, ତେବେ ପ୍ରଥମେ ବିଲ ଉପରେ ଆଲୋଚନା ହେବା ଉଚିତ୍‌।

ୱାକଫ ବୋର୍ଡକୁ ନିୟନ୍ତ୍ରଣ କରୁଥିବା ଆଇନରେ ସଂଶୋଧନ ସହ ଲୋକସଭାରେ ଏନେଇ ବିଲ ଆଗତ ହେବାକୁ କଂଗ୍ରେସ ବିରୋଧ କରୁଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗୁରୁବାର ସକାଳେ କଂଗ୍ରେସ ସାଂସଦମାନଙ୍କର ଏକ ବୈଠକ ଡାକିଥିଲେ । ଯେଉଁଥିରେ ୱାକଫ ବିଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲ ଏବଂ ହିବି ଇଡେନ ଲୋକସଭାରେ ଏହି ବିଲ ଆଗତ ହେବାକୁ ବିରୋଧ କରିବାକୁ ନିୟମ ୭୨ ଅନୁଯାୟୀ ଏକ ନୋଟିସ ଦେଇଛନ୍ତି।

ଇଡେନ ତାଙ୍କ ନୋଟିସ୍‌ରେ ଲେଖିଛନ୍ତି ଯେ ସେ ଏହି ବିଲ ପ୍ରଣୟନକୁ ବିରୋଧ କରୁଛନ୍ତି । କାରଣ ଏହା ଅସାମ୍ବିଧାନିକ । ଆଜି ସଂସଦର ତଳଗୃହରେ ମୁସଲିମ ୱାକଫ (ରଦ୍ଦ) ବିଲ ପ୍ରରିବର୍ତ୍ତନ କରିବାକୁ ପ୍ରସ୍ତାବ ଆଗତ ହେବାର କାର୍ଯ୍ୟସୂଚୀ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri