Posted inଜାତୀୟ

ଉଦ୍ଧବ ସମର୍ଥକଙ୍କ ସହ ମେଣ୍ଟ କରିବାକୁ ଚାହୁନି କଂଗ୍ରେସ: ପ୍ରକାଶ ଆମ୍ବେଡକର

ନୂଆଦିଲ୍ଲୀ,୩୦।୯: ୨୦୨୪ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଞ୍ଚିତ ବହୁଜନ ଅଗାଡି(ଭିବିଏ)। ନିର୍ବାଚନରେ ୪୮ଟି ଲୋକସଭା ଆସନରେ ବିବିଏ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସଭାପତି ପ୍ରକାଶ ଆମ୍ବେଡକର ଘୋଷଣା କରିଛନ୍ତି। ଦଳ ନିର୍ବାଚନରେ ଏକାକୀ ଲଢିବ ଓ ସେଥିପାଇଁ ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିବାକୁ ଭିବିଏ ମୁଖିଆ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସକୁ ସୂଚନା ଦେଇ ଆମ୍ବେଡକର କହିଛନ୍ତି, ସମସ୍ତ ୪୮ ଟି ଲୋକସଭା ଆସନରେ ନିର୍ବାଚନ ଲଢିବା ପାଇଁ ଭିବିଏ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେ ସେହିନୁସାରେ ପ୍ରସ୍ତୁତି ଆରମ୍ଭ କରିଛୁ। ଏବଂ ଅକ୍ଟୋବରରୁ ବିଭିନ୍ନ ରାଜ୍ୟରେ ରାଜନୈତିକ ସମାବେଶ କରିବୁ। ମହାରାଷ୍ଟ୍ରର ଅକୋଲା ଆସନରୁ ସେ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି।

ଗତ ବର୍ଷ, ଭିବିଏ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ସହ ମେଣ୍ଟ ଗଠନ କରିଥିଲା। ଯଦିଓ ଏହି ମେଣ୍ଟ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି, ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ କଂଗ୍ରେସ ତରଫରୁ ସୂଚନା ନ ମିଳିବାରୁ ଆମ୍ବେଡକରଙ୍କୁ ଏହା ଅସୁବିଧାରେ ପକାଇଛି।

କଂଗ୍ରେସ-ଏନସିପି-ଶିବସେନା (ଉଦ୍ଦବ ଗୋଷ୍ଠୀ) ଆଗାମୀ ଲୋକସଭା ନିର୍ବାଚନ ନେଇ ମେଣ୍ଟ ଓ ଆସନ ବାଣ୍ଟିବା ନେଇ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନେଇ ନାହାନ୍ତି। ତେବେ ସେମାନଙ୍କ ଭିତରେ ଆସନ ବୁଝାମଣା ନେଇ ଅନିଶ୍ଚିତତା ଲାଗି ରହିଛି ତେବେ ଆମେ କିପରି ତାଙ୍କ ସହ ମେଣ୍ଟ ଗଠନ କରିବୁ ବୋଲି ପ୍ରକାଶ କହିଛନ୍ତି।
ପ୍ରକାଶ ଆହୁରି କହିଛନ୍ତି, କଂଗ୍ରେସ ଭିତରୁ ଗୋଟିଏ ଗୋଷ୍ଠୀ ଉଦ୍ଧବଙ୍କ ଶିବସେନା ସହ ମେଣ୍ଟ କରିବାକୁ ଚାହୁଁ ନାହାନ୍ତି। କାରଣ ଏହାଦ୍ୱାରା ତାଙ୍କୁ କେବଳ ୧୦ପ୍ରତିଶତ ଭୋଟ ମିଳିବା ସହ ପାରମ୍ପରିକ ୩୦ପ୍ରତିଶତ ଭୋଟର କ୍ଷତି ଉଠାଇବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri