ଭାଜପା ପଇସା ଥୋଇ ରେଡ୍‌ କରାଇଛି: ସୁର ରାଉତରାୟ

ଭୁବନେଶ୍ୱର,୯।୧୨: ଆୟକର ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ ପରେ ମଦ ବ୍ୟବସାୟୀଙ୍କ ଭାଟି, କାର୍ଯ୍ୟାଳୟ ଏବଂ ବାସଭବନରୁ ଶତାଧିକ କୋଟି ଟଙ୍କା ଜବତ ହେବା ଘଟଣା ରାଜ୍ୟ ତଥା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ପଶ୍ଚିମ ଓଡ଼ିଶାର ଅନଗ୍ରସର ଜିଲାରୁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବାରୁ ଏହା ବାସ୍ତବରେ ମଦ ବିକ୍ରି ଟଙ୍କା ନା ଏହା ପଛରେ ଆଉ କି ରହସ୍ୟ ରହିଛି ତାହା ପ୍ରଶ୍ନଘେରକୁ ଆସିଛି। ଏବେ ଏହି ପ୍ରସଙ୍ଗରେ ଶନିବାର ପ୍ରତିକ୍ରିୟା ରଖି ଭାଜପା ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ।

ସୁର କହିଛନ୍ତି, ‘ଜଣେ ମଦ ବ୍ୟବସାୟୀଙ୍କ ପାଖରେ ଏତେ ନୋଟ ବିଡ଼ା କେଉଁଆଡୁ ଆସିବ। ସେ ଜଣେ ଆଭିଜାତ୍ୟ ପରିବାରର। ମୋଦି ସରକାର ତାଙ୍କୁ ବଦନାମ କରିବା ଲାଗି ପଇସା ଥୋଇ ପରେ ରେଡ କରାଇଛନ୍ତି। ଯେଉଁ ଟଙ୍କା ରେଡ୍‌ରୁ ଧରାପଡ଼ିଛି ସବୁ ଟଙ୍କା ଜନତାଙ୍କ ନିକଟକୁ ଯିବା ଉଚିତ। ’

ସେହିଭଳି ଭାଜପା ପକ୍ଷରୁ କଂଗ୍ରେସ ଏବଂ ଗାନ୍ଧୀ ପରିବାର ପ୍ରତି ଅନ୍ୟାୟ କରାଯାଉଥିବା ଦର୍ଶାଇ ସୁର କହିଛନ୍ତି, ମୋଦି ସରକାର ଏକଛତ୍ରବାଦ ଶାସନ କରିବାକୁ ଚାହୁଁଛନ୍ତି। ମୋଦି ନିଜକୁ ଭଗବାନ ବୋଲି ମନେ କଲେଣି। ଏବେ ସେ ନିଜକୁ ବିଶ୍ୱର ପ୍ରିୟ ପ୍ରଧାନମନ୍ତ୍ରୀ ବୋଲି କହି ବୁଲୁଛନ୍ତି। ସେ ନିଜକୁ ଭଲ ଦେଖାଇବାକୁ ଯାଇ ପୋଷାକରେ ୨୦ କୋଟି ଖର୍ଚ୍ଚ କରି ସାରିଲେଣି। ହେଲେ ଦିନେ ସେ ରାହୁଲ ଗାନ୍ଧୀଙ୍କ ୪୦ ହଜାର ଟଙ୍କାର ଟି ଶର୍ଟକୁ ନେଇ କଟାକ୍ଷ କରିଥିଲେ। ଖେଳରତ୍ନ ରାଜୀବ ଗାନ୍ଧୀଙ୍କ ନାମରେ ଥିଲା। ତାହାକୁ ସେ ବନ୍ଦ କରିଦେଲେ। ଇନ୍ଦିରା ଗାନ୍ଧୀଙ୍କ ନାମରେ ଥିବା ଷ୍ଟାମ୍ପକୁ ବନ୍ଦ କରିଦେଲେ। ଆସନ୍ତା ୨୦୨୪ ନିର୍ବାଚନରେ ଜନତା ଏହାର ହିସାବ ଦେବେ। ଯେଉଁ ନେହେରୁ ପରିବାରକୁ ସେ ହଇରାଣ କରୁଛନ୍ତି , ରାହୁଲ ଗାନ୍ଧୀଙ୍କୁ ଜନତା ପ୍ରଧାନମନ୍ତ୍ରୀ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri