ନବୀନଙ୍କ ଚାମ୍ବରରେ ସରିଲା କଂଗ୍ରେସର ବୈଠକ, ସଂଧ୍ୟା ୫ରେ ବଡ଼ ଘୋଷଣା

ଭୁବନେଶ୍ୱର,୧୮।୯: ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଚିଠି ଦେଇଛି କଂଗ୍ରେସ । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ । ସେପଟେ କଂଗ୍ରେସ ବିଧାୟକମାନେ ବିଜେଡି ବିଧାୟକଙ୍କ ସମର୍ଥନ ଲୋଡିଛନ୍ତି। ନବୀନଙ୍କ ଚାମ୍ବରରେ ପହଞ୍ଚି ବିଜେଡିର ସମର୍ଥନ ଲୋଡିଛି କଂଗ୍ରେସ। ବିରୋଧୀଦଳ ନେତାଙ୍କ ପ୍ରକୋଷ୍ଠରେ ବିଜେଡି ସହ ବୈଠକ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ଏହି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ତାରା ବାହିନୀପତି ସାମିଲ ଅଛନ୍ତି।

ତେବେ ବିଜେଡିକୁ ନେଇ ତାରା କହିଛନ୍ତି, ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ। ଅପରାହ୍ନ ୫ଟାରେ ବିଜେଡିର ବୈଠକ ଅଛି। ଆଲୋଚନା କରି ନିଷ୍ପତ୍ତି ଜଣାଇବେ କହିଛନ୍ତି।

ଅନ୍ୟପଟେ କଂଗ୍ରେସ ଆଲୋଚନା କରିନି ବୋଲି ବିଜେଡି କହିଛି। କଂଗ୍ରେସ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡି ସହ ଆଲୋଚନା କରିନି। କଂଗ୍ରେସ ଆଲୋଚନା କରିନି କହିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ। ଆମେ ଆମ ପ୍ରସଙ୍ଗ ଉଠାଇବୁ କହିଲେ ପ୍ରମିଳା ମଲ୍ଲିକ।

ତେବେ କଣ ରହିବ ବିଜେଡିର ଆଭିମୂଖ୍ୟ ? କଂଗ୍ରେସ ସମର୍ଥନରେ ବିଜେଡି ବାହାରିବ ନା ନିଜେ ଗୃହରେ ଅନାସ୍ଥା ଆଣିବ ତାକୁ ନେଇ ଚର୍ଚ୍ଚା। ଏନେଇ ଦଳୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ବିଜେଡ଼ି କହିଛି ସମୟ ଆସିଲେ ଦଳ ନିଷ୍ପତ୍ତି ନେବ ।

ଅନ୍ୟପଟେ ନମ୍ବର କହୁଛି ଆନାସ୍ଥା ଆସିଲେ ଭାଜପା ସରକାର ପାଇଁ ବିପଦ ନାହିଁ। କଂଗ୍ରେସ ଅନାସ୍ଥା ଆଣିଲେ ଦଳର କିଛି କ୍ଷତି ହେବାର ନାହଁ। ବିଧାନସଭାର ମୋଟ ୧୪୭ ସିଟରୁ ଗୋଟି ସିଟ ଖାଲି ପଡିଥିବା ବେଳେ ଭାଜପା ବିଧାୟକ ସଂଖ୍ୟା ୭୮ ବିଜେଡିର ୫୦, କଂଗ୍ରେସର ୧୪ ଓ ଅନ୍ୟାନ୍ୟ ବିଧାୟକ ସଂଖ୍ୟା ୪। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ବିଜେଡି ବିଧାୟକ ସଂଖ୍ୟା ୫୦କୁ ଖସିଆସିଛି ।

କଂଗ୍ରେସକୁ ଜଣେ ସିପିଆଇଏମ ବିଧାୟକ ସମର୍ଥନ ଦେବା ପରେ ଏହାର ସଂଖ୍ୟା ୧୫କୁ ବଢିଛି। ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରସ୍ତାବକୁ ସମର୍ଥନ କରିଛନ୍ତି, ଯାହା ବିରୋଧୀଙ୍କ ମତକୁ ମଜବୁତ କରିପାରେ। ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି, ଯେଉଁଠାରେ ବିରୋଧୀ ଦଳ ଶାସନଗତ ତ୍ରୁଟିଠାରୁ ଆରମ୍ଭ କରି ପ୍ରଶାସନିକ ବିଫଳତା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ସ୍ୱର ଉଠାଇଛନ୍ତି। କିନ୍ତୁ ବିଜେଡି ଏହାକୁ ସମର୍ଥନ ଦେଲେ ଶାସକ-ବିରୋଧୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। ସଂଖ୍ୟାଗରିଷ୍ଠତା ରହିଲେ ବିଜେଡି-କଂଗ୍ରେସ ବିରୋଧୀଙ୍କୁ ଏକାଠି ଦେଖିବାକୁ ମିଳିବ। ସେପଟେ ଅନ୍ୟାନ୍ୟ ବିଧାୟକଙ୍କ ମଧ୍ୟରେ ୩ଜଣ ଭାଜପାକୁ ସମର୍ଥନ ଦେଇପାରନ୍ତି। ଆଜି କଂଗ୍ରେସ ବାଚସ୍ପତିଙ୍କୁ ଅନାସ୍ଥା ପ୍ରସ୍ତାବ ଦେଇଥିବାବେଳେ ଗୃହ ମୁଲତବୀ ରହିଛି। ତେବେ ଆସନ୍ତାକାଲି ଏନେଇ ଆଲୋଚନା ହେବ।

ସେପଟେ ଭାଜପା କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ କଟାକ୍ଷ କରିଛି । କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ କଟାକ୍ଷ କରି ଭାଜପା ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଏହା ବିଜେଡି ଏବଂ କଂଗ୍ରେସ ମଧ୍ୟରେ ସିଲଭର ମେଡାଲ ପାଇଁ ଲଢେଇ । ଏହି ଅନାସ୍ଥାର ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

 


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri