Posted inଜାତୀୟ

ଦୁର୍ଭାଗ୍ୟବଶତଃ ମୁଁ ଏମ୍‌ପିି: ଖବରଦାତା ସମ୍ମିଳନୀରେ କିଛି ଏଭଳି କହିଲେ ରାହୁଲ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ୍‌ରେ ଦେଇଥିବା ଏକ ବିବୃତ୍ତିକୁ ନେଇ ଭାଜପା ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିଦେଶରୁ ଫେରିବା ପରେ ରାହୁଲ ଗାନ୍ଧୀ ଗୁରୁବାର ଅପରାହ୍ନ ୩ଟା ୩୦ରେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଯେଉଁଥିରେ ସେ ଭାଜପାକୁ ଜବାବ ଦେଇଥିଲେ। ଏହି ସମୟରେ ରାହୁଲ କିଛି ଏଭଳି କହିଛନ୍ତି ଯେ, ଜୟରାମ ରମେଶଙ୍କୁ ତାଙ୍କୁ ଅଧାରୁ ଅଟକାଇବାକୁ ପଡ଼ିଛି। ସମ୍ମିଳନୀରେ ରାହୁଲଙ୍କ ଗୋଟିଏ ପଟେ ଜୟରାମ ରମେଶ ଏବଂ ଅନ୍ୟପଟେ କେ.ସି ବେଣୁଗୋପାଳ ବସିଥିଲେ। ଭାଜପାର ଜବାବ ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ଭାଜପାର ଅଭିଯୋଗର ଉତ୍ତର ସେ ଗୃହରେ ଦେବାକୁ ଚାହୁଁଛନ୍ତି। କିନ୍ତୁ ଜଣାନାହିଁ ସଂସଦରେ ତାଙ୍କୁ କହିବାକୁ ଅନୁମତି ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି, ଦୁର୍ଭାଗ୍ୟବଶତଃ ମୁଁ ସଂସଦର ଜଣେ ଏମ୍‌ପି ଏବଂ ମୋର ଆଶା ଯେ, ମୋତେ ସଂସଦରେ କହିବାକୁ ଅନୁମତି ଦିଆଯିବ। ତେଣୁ ମୁଁ ପ୍ରଥମେ ମୋର ବିବୃତ୍ତି ଗୃହରେ ରଖିବାକୁ ଚାହୁଁଛି। ଏହାପରେ ମୁଁ ଆଲୋଚନା କରିବି ଯେପରି ଭାଜପା କରିବାକୁ ଚାହିଁବ ବୋଲି ରହୁଲ କହିଛନ୍ତି। ଏହି ସମୟରେ ଜୟରାମ ରମେଶ ରାହୁଲ ଗାନ୍ଧୀଙ୍କ କଥାକୁ ତୁରନ୍ତ ଧ୍ୟାନ ଦେଇଥିଲେ। ରାହୁଲଙ୍କ ଲାଇନ ଶେଷ ହେବା ମାତ୍ରେ ଜୟରାମ ରମେଶ ତାଙ୍କ କାନରେ ଯାହା କହିଥିଲେ ତାହା ସେଠାରେ ରଖାଯାଇଥିବା ମାଇକରେ ରେକର୍ଡ ହୋଇଯାଇଥିଲା। ଜୟରାମ ରମେଶ ରାହୁଲଙ୍କୁ କହିଛନ୍ତି, ଆପଣ କହିଛନ୍ତି, ଦୁର୍ଭାଗ୍ୟବଶତଃ ମୁଁ ଜଣେ ଏମ୍‌ପି। ବିରୋଧୀ ଏହାକୁ ନେଇ ଆପଣଙ୍କୁ ପରିହାସ କରିପାରନ୍ତି ବୋଲି ଜୟରାମ ରମେଶ କହିଛନ୍ତି। ତାଙ୍କ କଥା ଶୁଣିବା ପରେ ରାହୁଲ ଗାନ୍ଧୀ ପୁଣି ନିଜ କଥା ଦୋହରାଇଥିଲେ। ତାଙ୍କ କଥାକୁ ସଂଶୋଧନ କରି ରାହୁଲ ଗଣମାଧ୍ୟମକୁ କହିଛନ୍ତି, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଦୁର୍ଭାଗ୍ୟବଶତଃ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିବି ନାହିଁ। କାରଣ ସଂସଦରେ ୪ଜଣ ମନ୍ତ୍ରୀ ମୋ ନାଁରେ ଅଭିଯୋଗ ଆଣିଛନ୍ତି ତେଣୁ ତାଙ୍କୁ କହିବାକୁ ସୁଯୋଗ ଦିଆଯିବା ଉଚିତ୍‌। କାରଣ ତାଙ୍କର ଗଣତାନ୍ତ୍ରିକ ଅଧିକାର ରହିଛି ବୋଲି ସେ କହିଛନ୍ତି। ରାହୁଲଙ୍କ ଖବରଦାତା ସମ୍ମିଳନୀର କିଛି ମିନିଟ ମଧ୍ୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri