କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ: ମୃତ ନାବାଳିକାଙ୍କ ପରିବାରକୁ ୨୦ଲକ୍ଷ ଦିଅ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଫିରିଙ୍ଗିମାଳ ଗ୍ରାମରେ ସୋମବାର ନାବାଳିକାଙ୍କ ଆତ୍ମାହୁତି ଘଟଣାକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ 20ଲକ୍ଷ ଟଙ୍କା କ୍ଷତିପୂରଣ, ଦାଦନ ଖଟିବାକୁ ଯାଇଥିବା ମୃତ ନାବାଳିକାଙ୍କ ବାପାଙ୍କୁ ଘରକୁ ଫେରାଇ ଆଣି କାମ ଯୋଗାଇ ଦେବା ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି। ବୁର୍ଲାରୁ ଗ୍ରାମକୁ ମୃତ ନାବାଳିକାଙ୍କ ଶବ ପହଞ୍ଚିବା ପରେ ଉପରୋକ୍ତ ଦାବି ନେଇ କଂଗ୍ରେସ କାଯର୍‌ୟକର୍ତ୍ତାମାନେ ଶବକୁ ଗାଡ଼ିରୁ ଓହ୍ଲାଇ ଦେଇ ନଥିଲେ। ଉପରୋକ୍ତ ଦାବି ପୂରଣ ନ ହେବା ପଯର୍‌ୟନ୍ତ ଶବକୁ ଗାଡ଼ିରୁ ନ ଓହ୍ଲାଇବା ପାଇଁ ଅଡ଼ି ବସିବା ସହିତ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ରେଡ଼କ୍ରସ ଏବଂ ଅନ୍ୟ ପାଣ୍ଠିରୁ ତତ୍କାଳ ୫୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ଏବଂ ୨୦ ଲକ୍ଷ ଟଙ୍କା ସହାୟତା ଦାବି ନେଇ ରା୍ଯଯ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଉପସ୍ଥିତ ଅଧିକାରୀମାନେ କହିଥିଲେ। ଏହାପରେ ଗାଡ଼ିରୁ ଶବ ଓହ୍ଲାଇଥିଲେ। ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ କଂଗ୍ରେସ ନେତା ପାଣ୍ଡବ କର୍ଣ୍ଣ, ଅଭିଷେକ ସେଠ, ଟଙ୍କଧର ସାହୁ, ଆନନ୍ଦ ପ୍ରଧାନଙ୍କ ସମେତ ଅନେକ ଦଳୀୟ କାଯର୍‌ୟକର୍ତ୍ତା, କର୍ମୀ ସାମିଲ ଥିଲେ। ଉପରୋକ୍ତ କଂଗ୍ରେସ ନେତୃବୃନ୍ଦ ଭୀମସାର୍‌, ବୁର୍ଲାକୁ ମଧ୍ୟ ଯାଇଥିଲେ ଏବଂ ସେଠାରୁ ଶବ ଗ୍ରାମକୁ ଅଣାଯିବାବେଳେ ସାଥିରେ ଫିରିଙ୍ଗିମାଳ ଗ୍ରାମକୁ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA: ଏହି ୯ଟି ଦେଶର ଆକାଶମାର୍ଗରେ ଯାତ୍ରା ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୦ା୩: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଯୁଦ୍ଧଗ୍ରସ୍ତ ଉପସାଗରୀୟ ଅଞ୍ଚଳରେ ୯ଟି ଦେଶର ଆକାଶମାର୍ଗକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଛି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ…

ପ୍ରସ୍ତାବିତ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଗ୍ରାମସଭା ଚାଲିଥିବାବେଳେ ଧସ୍ତାଧସ୍ତି, ଏକର ପିଛା ଏତିକି କୋଟି ଦାବି କରି…

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଶୁକ୍ରବାର ଚେମଣା ପଞ୍ଚାୟତ ଧନୁର୍ଜୟପୁର ଗ୍ରାମ ସ୍କୁଲ ପଡ଼ିଆରେ…

୬ବର୍ଷ ପରେ ଭାରତ-ଚାଇନା ସୀମାରେ ବଡ଼ ହଲଚଲ, ହେବ କି ଯୁଦ୍ଧ?

ନୂଆଦିଲ୍‌ଲୀ,୨୦।୩: ଭାରତ ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ଏକ ନୂତନ ସୂଚନା ସାମ୍ନାକୁ ଆସିଛି। ଉଭୟ ଦେଶ ଉତ୍ତରାଖଣ୍ଡର ଲିପୁଲେଖ ସୀମାକୁ ପୁନର୍ୱାର ଖୋଲିବାକୁ ନିଷ୍ପତ୍ତି…

୩୪ ଆଦିବାସୀଙ୍କୁ ଖଲାସ ଦାବି: ୪୮ ଘଣ୍ଟିଆ ବନ୍ଦ ଡାକରା

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ…

ମିଲରଙ୍କ ଅସହଯୋଗରୁ ବଢୁଛି ଚାଷୀଙ୍କ ଚିନ୍ତା: ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୦।୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି l ମିଲରଙ୍କ ଅସହଯୋଗରୁ ଏହି ଧାନ ପଡ଼ି…

ଯୁଦ୍ଧରେ ଫସିଗଲା ଆମେରିକା: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା ସଂଘର୍ଷ

ଓ୍ବାଶିଂଟନ୍‌,୨୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ୨୦ ଦିନ ଧରି ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri