କଂଗ୍ରେସ ଖୋଜୁଛି ନୂଆ ମୁହଁ

ନିିଶ୍ଚିନ୍ତକୋଇଲି,୧୧ା୪(ଅଶୋକ କୁମାର ମହାପାତ୍ର)୨୦୨୪ ସାଧାରଣ ନିର୍ବାଚନ ପାଇଁ ମାହାଙ୍ଗା ନିର୍ବାଚନମଣ୍ଡଳୀ ଚଳଚଞ୍ଚଳ ହୋଇଉଠିଛି। ଭାଜପା ନୂଆ ମୁହଁ ଭାବେ ସୁମନ୍ତ ଘଡ଼େଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଅଙ୍କିତ ପ୍ରତାପ ଜେନାଙ୍କ ନାମରେ ମୋହର ମାରିଥିଲା। କିନ୍ତୁ କଂଗ୍ରେସ ଏଯାବତ୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଫଳରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।
ଗତ ୩ଟି ନିର୍ବାଚନର ଭୋଟ ଅନୁଶୀଳନ କଲେ ଜଣାପଡୁଛି ଯେ, କଂଗ୍ରେସ ଦିନକୁ ଦିନ ଏହି ବିଧାନସଭା କ୍ଷେତ୍ରରେ ଦୁର୍ବଳ ହୋଇପଡ଼ିଛି। ବରିଷ୍ଠ କଂଗ୍ରେସ ନେତା ମତଲୁବ ଅଲ୍ଲୀଙ୍କ ପରେ ଦଳର ସାଙ୍ଗଠନିକ ଦୁର୍ବଳତା ଦେଖାଦେଇଛି। ଏପରିକି ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୧୪,୯୨୨ ଖଣ୍ଡ ଭୋଟ ପାଇଥିଲା। ଏକଦା ମାହାଙ୍ଗାରେ କ୍ରମାଗତ କ୍ଷମତାସୀନ ହେଉଥିବା କଂଗ୍ରେସର ଅଧୋଗତିର କାରଣ କ’ଣ ହୋଇପାରେ ବୋଲି ଦଳୀୟ ନେତୃମଣ୍ଡଳୀମାନେ ସମୀକ୍ଷା କରୁଛନ୍ତି। ତେବେ ଚଳିତଥର ଉଭୟ ବିଜେଡି ଓ ଭାଜପା ନୂଆ ଯୁବ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ କଂଗ୍ରେସ କ’ଣ ନୂଆ ଯୁବ ପ୍ରାର୍ଥୀ ଅନ୍ବେଷଣରେ ଅଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ମାହାଙ୍ଗା ବିଧାନସଭା କ୍ଷେତ୍ରରୁ ଗତଥର ଦେବେନ୍ଦ୍ର ସାହୁ ନିର୍ବାଚନ ଲଢ଼ି ଥିଲେ। କିନ୍ତୁ ଚଳିତଥର ଏକାଧିକ ପ୍ରାର୍ଥୀ ହେବା ପାଇଁ ଆବେଦନ କରିଛନ୍ତି। ତେବେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରିନାହିଁ। ପିସିସିର ସାଧାରଣ ସମ୍ପାଦକ ପ୍ରଦୀପ୍ତ ଦାସ ନିଶ୍ଚିନ୍ତକୋଇଲି ବ୍ଲକରୁ ପ୍ରତିନିଧିତ୍ୱ କରୁଥିବା ବେଳେ ମାହାଙ୍ଗା ବ୍ଲକରୁ ଦେବେନ୍ଦ୍ର ସାହୁ ଓ ମତଲୁବ ଅଲ୍ଲୀଙ୍କ ପୁଅ ସେକ୍‌ ମାସୁଦ ଅଲ୍ଲୀ ଆଶାୟୀ ଅଛନ୍ତି। ତେବେ ମୁଖ୍ୟ ୩ ଜଣ ପ୍ରାର୍ଥୀ ହେବା ପାଇଁ ଦୌଡ଼ରେ ଥିବା ବେଳେ କଂଗ୍ରେସ କାହାକୁ ଚଳିତଥର ଟିକେଟ ଦେବ ଅଦ୍ୟାବଧି ସ୍ଥିର କରିପାରିନାହିଁ। ତେବେ କଂଗ୍ରେସର ବିଳମ୍ବିତ ପ୍ରାର୍ଥୀ ଘୋଷଣା ଯୋଗୁ ସଙ୍ଗଠନ ଠିକ୍‌ ହୋଇ ନ ପାରିବାରୁ ଭୋଟହାର କମୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଯଦି ମାହାଙ୍ଗା ବିଧାନସଭା କ୍ଷେତ୍ରର କଂଗ୍ରେସ ଭୋଟହାରକୁ ଦେଖାଯାଏ ତେବେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଏହି ନିର୍ବାଚନ କ୍ଷେତ୍ରରୁ ୬୦ ହଜାର ଭୋଟ ପାଇଥିବା ବେଳେ ୨୦୧୪ରେ ୨୨,୨୫୭ ଖଣ୍ଡ ଓ ୨୦୧୯ରେ ୧୪,୯୨୨ ଖଣ୍ଡ ଭୋଟ ପାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସରେ ଦେବେନ୍ଦ୍ର ସାହୁ ଶୃଙ୍ଖଳା କମିଟି ସଦସ୍ୟ ଥିବାବେଳେ ପ୍ରଦୀପ୍ତ ଦାସ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଦୁଇଜଣଙ୍କ ମଧ୍ୟରେ ସମନ୍ବୟ ନ ଥିବା ଯୋଗୁ ପୃଥକ୍‌ ପୃଥକ୍‌ ଭାବେ ନିଜ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କିଏ ଟିକେଟ ପାଇବ ସେନେଇ କଂଗ୍ରେସ କର୍ମୀଙ୍କ ମହଲରେ ଚର୍ଚ୍ଚା ହେଉଛି। କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ଦିଲୀପ କୁମାର ରାଉତ କୁହନ୍ତି, କଂଗ୍ରେସ ଏକ ଜାତୀୟ ଦଳ। ଏହାର ପ୍ରାର୍ଥୀ ଚୟନ ନିଷ୍ପତ୍ତି କେନ୍ଦ୍ରୀୟ ନେତୃମଣ୍ଡଳୀ ନେଇଥାନ୍ତି। ପ୍ରଦୀପ୍ତ ମାହାଙ୍ଗା ବିଧାନସଭା କ୍ଷେତ୍ରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ସଙ୍ଗଠନକୁ ସୁଦୃଢ଼ କରିଛନ୍ତି। ଚଳିତଥର ଅନ୍ୟ ଦଳଗୂୁଡ଼ିକ ଯୁବ ଓ ନୂଆ ମୁହଁ ନିର୍ବାଚନରେ ପ୍ରାର୍ଥୀ କରାଇଛନ୍ତି। କଂଗ୍ରେସ ମଧ୍ୟ ଦକ୍ଷତାସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ ଦେବ ଓ ନୂଆ ମୁହଁକୁ ସୁଯୋଗ ଦେଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri