କଂଗ୍ରେସ ଖୋଜୁଛି ନୂଆ ମୁହଁ

ନିିଶ୍ଚିନ୍ତକୋଇଲି,୧୧ା୪(ଅଶୋକ କୁମାର ମହାପାତ୍ର)୨୦୨୪ ସାଧାରଣ ନିର୍ବାଚନ ପାଇଁ ମାହାଙ୍ଗା ନିର୍ବାଚନମଣ୍ଡଳୀ ଚଳଚଞ୍ଚଳ ହୋଇଉଠିଛି। ଭାଜପା ନୂଆ ମୁହଁ ଭାବେ ସୁମନ୍ତ ଘଡ଼େଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଅଙ୍କିତ ପ୍ରତାପ ଜେନାଙ୍କ ନାମରେ ମୋହର ମାରିଥିଲା। କିନ୍ତୁ କଂଗ୍ରେସ ଏଯାବତ୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଫଳରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।
ଗତ ୩ଟି ନିର୍ବାଚନର ଭୋଟ ଅନୁଶୀଳନ କଲେ ଜଣାପଡୁଛି ଯେ, କଂଗ୍ରେସ ଦିନକୁ ଦିନ ଏହି ବିଧାନସଭା କ୍ଷେତ୍ରରେ ଦୁର୍ବଳ ହୋଇପଡ଼ିଛି। ବରିଷ୍ଠ କଂଗ୍ରେସ ନେତା ମତଲୁବ ଅଲ୍ଲୀଙ୍କ ପରେ ଦଳର ସାଙ୍ଗଠନିକ ଦୁର୍ବଳତା ଦେଖାଦେଇଛି। ଏପରିକି ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୧୪,୯୨୨ ଖଣ୍ଡ ଭୋଟ ପାଇଥିଲା। ଏକଦା ମାହାଙ୍ଗାରେ କ୍ରମାଗତ କ୍ଷମତାସୀନ ହେଉଥିବା କଂଗ୍ରେସର ଅଧୋଗତିର କାରଣ କ’ଣ ହୋଇପାରେ ବୋଲି ଦଳୀୟ ନେତୃମଣ୍ଡଳୀମାନେ ସମୀକ୍ଷା କରୁଛନ୍ତି। ତେବେ ଚଳିତଥର ଉଭୟ ବିଜେଡି ଓ ଭାଜପା ନୂଆ ଯୁବ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ କଂଗ୍ରେସ କ’ଣ ନୂଆ ଯୁବ ପ୍ରାର୍ଥୀ ଅନ୍ବେଷଣରେ ଅଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ମାହାଙ୍ଗା ବିଧାନସଭା କ୍ଷେତ୍ରରୁ ଗତଥର ଦେବେନ୍ଦ୍ର ସାହୁ ନିର୍ବାଚନ ଲଢ଼ି ଥିଲେ। କିନ୍ତୁ ଚଳିତଥର ଏକାଧିକ ପ୍ରାର୍ଥୀ ହେବା ପାଇଁ ଆବେଦନ କରିଛନ୍ତି। ତେବେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରିନାହିଁ। ପିସିସିର ସାଧାରଣ ସମ୍ପାଦକ ପ୍ରଦୀପ୍ତ ଦାସ ନିଶ୍ଚିନ୍ତକୋଇଲି ବ୍ଲକରୁ ପ୍ରତିନିଧିତ୍ୱ କରୁଥିବା ବେଳେ ମାହାଙ୍ଗା ବ୍ଲକରୁ ଦେବେନ୍ଦ୍ର ସାହୁ ଓ ମତଲୁବ ଅଲ୍ଲୀଙ୍କ ପୁଅ ସେକ୍‌ ମାସୁଦ ଅଲ୍ଲୀ ଆଶାୟୀ ଅଛନ୍ତି। ତେବେ ମୁଖ୍ୟ ୩ ଜଣ ପ୍ରାର୍ଥୀ ହେବା ପାଇଁ ଦୌଡ଼ରେ ଥିବା ବେଳେ କଂଗ୍ରେସ କାହାକୁ ଚଳିତଥର ଟିକେଟ ଦେବ ଅଦ୍ୟାବଧି ସ୍ଥିର କରିପାରିନାହିଁ। ତେବେ କଂଗ୍ରେସର ବିଳମ୍ବିତ ପ୍ରାର୍ଥୀ ଘୋଷଣା ଯୋଗୁ ସଙ୍ଗଠନ ଠିକ୍‌ ହୋଇ ନ ପାରିବାରୁ ଭୋଟହାର କମୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଯଦି ମାହାଙ୍ଗା ବିଧାନସଭା କ୍ଷେତ୍ରର କଂଗ୍ରେସ ଭୋଟହାରକୁ ଦେଖାଯାଏ ତେବେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଏହି ନିର୍ବାଚନ କ୍ଷେତ୍ରରୁ ୬୦ ହଜାର ଭୋଟ ପାଇଥିବା ବେଳେ ୨୦୧୪ରେ ୨୨,୨୫୭ ଖଣ୍ଡ ଓ ୨୦୧୯ରେ ୧୪,୯୨୨ ଖଣ୍ଡ ଭୋଟ ପାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସରେ ଦେବେନ୍ଦ୍ର ସାହୁ ଶୃଙ୍ଖଳା କମିଟି ସଦସ୍ୟ ଥିବାବେଳେ ପ୍ରଦୀପ୍ତ ଦାସ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଦୁଇଜଣଙ୍କ ମଧ୍ୟରେ ସମନ୍ବୟ ନ ଥିବା ଯୋଗୁ ପୃଥକ୍‌ ପୃଥକ୍‌ ଭାବେ ନିଜ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କିଏ ଟିକେଟ ପାଇବ ସେନେଇ କଂଗ୍ରେସ କର୍ମୀଙ୍କ ମହଲରେ ଚର୍ଚ୍ଚା ହେଉଛି। କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ଦିଲୀପ କୁମାର ରାଉତ କୁହନ୍ତି, କଂଗ୍ରେସ ଏକ ଜାତୀୟ ଦଳ। ଏହାର ପ୍ରାର୍ଥୀ ଚୟନ ନିଷ୍ପତ୍ତି କେନ୍ଦ୍ରୀୟ ନେତୃମଣ୍ଡଳୀ ନେଇଥାନ୍ତି। ପ୍ରଦୀପ୍ତ ମାହାଙ୍ଗା ବିଧାନସଭା କ୍ଷେତ୍ରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ସଙ୍ଗଠନକୁ ସୁଦୃଢ଼ କରିଛନ୍ତି। ଚଳିତଥର ଅନ୍ୟ ଦଳଗୂୁଡ଼ିକ ଯୁବ ଓ ନୂଆ ମୁହଁ ନିର୍ବାଚନରେ ପ୍ରାର୍ଥୀ କରାଇଛନ୍ତି। କଂଗ୍ରେସ ମଧ୍ୟ ଦକ୍ଷତାସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ ଦେବ ଓ ନୂଆ ମୁହଁକୁ ସୁଯୋଗ ଦେଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri