Posted inଜାତୀୟ

ଆମେଠିରେ କଂଗ୍ରେସକୁ ପରାଜୟ ଭୟ ଘାରିଛି: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ। ଏହାପୂର୍ବରୁ ଭାଜପା-କଂଗ୍ରେସ ସମେତ ସମସ୍ତ ଦଳ ପ୍ରାର୍ଥୀ ବାଛିବାରେ ବ୍ୟସ୍ତ ଅଛନ୍ତି। ୧୯୫ଟି ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ଏହାର ପ୍ରାର୍ଥୀ ଘୋଷଣା କରିନାହିଁ। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ କଳ୍ପନାଜଳ୍ପନା ଚାଲିଛ। ଗତଥର ଭଳି ସେ କେରଳର ୱାୟାନାଡ ଏବଂ ୟୁପିରେ ଆମେଠିରୁ ନିର୍ବାଚନ ଲଢିବେ। ଆମେଠିର ବର୍ତ୍ତମାନର ଏମ୍‌ପି ସ୍ମୃତି ଇରାନୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି।
ସ୍ମୃତି ଇରାନୀ କହିଛନ୍ତି, ସେମାନେ କୁହନ୍ତି ଆମେଠି କଂଗ୍ରେସର ଗଡ଼। ଯଦି ଏହା ହୁଏ, ତେବେ ସେମାନେ ଏଠାରେ ଜଣେ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ କାହିଁକି ବିଳମ୍ବ କରୁଛନ୍ତି? ଏହା ସେମାନଙ୍କର ଆତ୍ମବିଶ୍ୱାସର ଅଭାବ ଦର୍ଶାଉଛି। ମୁଁ ଜାଣେ ନାହିଁ ଆମେଠିରୁ ନିର୍ବାଚନରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ, କିନ୍ତୁ କଂଗ୍ରେସ ଲୋକମାନେ ଏଠାରୁ ପ୍ରାର୍ଥୀ ଘୋଷଣା କରିବାକୁ ସାହସ କରିପାରୁ ନାହାଁନ୍ତି, ଏଥିରୁ ଜଣାପଡୁଛି ଯେ ସେମାନେ ଆମେଠିର ଶକ୍ତି ଅନୁଭବ କରିସାରିଛନ୍ତି। ସେମାନଙ୍କୁ ପୂର୍ବରୁ ପରାଜୟର ଭୟ ଘାରିଛି।
୨୦୧୯ ଲୋକ ସଭା ନିର୍ବାଚନରେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ୫୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ସ୍ମୃତି ଇରାନୀଙ୍କୁ ୪ ଲକ୍ଷ ୬୮ ହଜାରରୁ ଅଧିକ ଭୋଟ ମିଳିଥିଲା। ରାହୁଲ ଗାନ୍ଧୀଙ୍କୁ ୪ ଲକ୍ଷ ୧୩ ହଜାର ଭୋଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

ଶହ ଶହ କାଉଙ୍କ ମଡ଼କ, ବାର୍ଡ ଫ୍ଲୁ ଆତଙ୍କ

ଚେନ୍ନାଇ,୬।୨: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶହ ଶହ କାଉଙ୍କ ମୃତ୍ୟୁକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ପରୀକ୍ଷାଗାରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ପକ୍ଷୀମାନଙ୍କ ମୃତ୍ୟୁ…

ଆଉ ରହିବ ନାହିଁ ଘର ଭଡ଼ା ଟେନସନ: ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର,୬।୨: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ମୋହନ ସରକାର। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଏଣିକି ସହରୀ…

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର: ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଭୁବନେଶ୍ୱର,୬।୨: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା…

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ପଞ୍ଜାବରେ ପୁଣି ରାଜନୈତିକ ହତ୍ୟାକାଣ୍ଡ: ଆପ୍ ନେତା ଲକି ଓବରାଏଙ୍କୁ କାର ଭିତରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୬।୨: ପଞ୍ଜାବର ଜଲନ୍ଧରରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ ଆଦମୀ ପାର୍ଟି (ଆପ୍)ର ଜଣେ ପ୍ରମୁଖ ନେତା ଲକି ଓବରାଏଙ୍କୁ ଦିନଦ୍ୱିପ୍ରହରରେ ଗୁଳି କରି ହତ୍ୟା…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri