Posted inଜାତୀୟ

କଂଗ୍ରେସ ଏକ ଭଙ୍ଗା ମହଲ, ସାମନାରେ କଟାକ୍ଷ…

ମୁମ୍ବାଇ, ୧୪।୧୨: ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଏବଂ ଏନସିପିର ମହାଅଘାଡ଼ିରେ ମେଣ୍ଟରେ ଫାଟ ସୃଷ୍ଟି ହେବାର ସଙ୍କେତ ମିଳିଛି। ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ କଂଗ୍ରେସକୁ ଟାର୍ଗେଟ କରିଛି। ସାମନାରେ ଏହା ଲେଖାଯାଇଛି ଯେ ବର୍ତ୍ତମାନ କଂଗ୍ରେସର ଅବସ୍ଥା ଏକ ଭଙ୍ଗା ମହଲ ପରି ହୋଇଛି ବୋଲି କଟାକ୍ଷ କରାଯାଇଛି। କେବଳ ଏତିକି ନୁହେଁ, ସାମନାରେ ଦାବି କରାଯାଇଛି ଯେ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରର ମୁସଲମାନମାନେ କେବଳ ଶିବସେନାକୁ ହିଁ ଭୋଟ ଦିଅନ୍ତି।

ସମ୍ପାଦକୀୟରେ ଲେଖାଅଛି, କଂଗ୍ରେସର ବର୍ତ୍ତମାନର ଅବସ୍ଥା ଗାଁର ଜମିଦାରୀ ହରାଇଥିବା ଏକ ଭଙ୍ଗା ମହଲ ପରି ହୋଇଯାଉଛି। ଶରଦ ପାୱାରଙ୍କ ପରି ଜଣେ ନେତା ଏପରି ବିଶ୍ଳେଷଣ କରିଛନ୍ତି। ମୁସଲମାନ ଏବଂ ଦଳିତ ଭୋଟରଙ୍କୁ କଂଗ୍ରେସ ହାତେଉଥିବାବେଳେ ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି। ଫଳରେ ଏହି ଦୁଇ ଭୋଟର କଂଗ୍ରେସଠାରୁ ଦୂରେଇ ଯିବାରୁ ଏବଂ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ବଡ ରାଜ୍ୟରେ କଂଗ୍ରେସ ଦୁର୍ଗ ଭୁଶୁଡି ପଡିଛି।

ଶାହ ବାନୋ ମାମଲାରେ ପୀଡିତା ମୁସଲମାନ ମହିଳାଙ୍କ ଅଧିକାରକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି ଏବଂ ସମ୍ବିଧାନରେ ସଂଶୋଧନ କରାଯାଇଛି । ସେହିପରି କୋର୍ଟ ଶରିୟତରେ ହସ୍ତକ୍ଷେପ କରିଛନ୍ତି। ଏହା କିଛି ଲୋକଙ୍କ ପାଇଁ ଅନୁପଯୁକ୍ତ ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିର୍ଭୟରେ ତିନି ତଲାକ ବିରୋଧୀ ଆଇନ ପ୍ରସ୍ତୁତ କରି ଦୁଃଖ ଭୋଗୁଥିବା ମୁସଲମାନ ମହିଳାମାନଙ୍କୁ ସୁରକ୍ଷାା ଦେଇଥିଲେ।

ସାମନାରେ ପ୍ରକାଶ ପାଇଛି ଯେ, କଂଗ୍ରେସ କେବଳ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ପାଇଁ ଚିନ୍ତିତ। ସଂଖ୍ୟାଲଘୁଙ୍କ ସମସ୍ୟା ପୂରଣ କରିବା କଂଗ୍ରେସର ଲକ୍ଷ୍ୟ। ତେବେ ଏଭଳି ଚିନ୍ତାଧାରାକୁ କଂଗ୍ରେସକୁ ହଟାଇବାକୁ ପଡିବ। ଉତ୍ତରପ୍ରଦେଶ ପରି ଏକ ବଡ ରାଜ୍ୟରେ ପ୍ରିୟଙ୍କା ଗାନ୍ଧୀ ଏକ ନୂଆ ବାଜି ଖେଳିଛନ୍ତି।

କିନ୍ତୁ ସେଠାରେ ମୁସଲମାନ ଏବଂ ଦଳିତମାନେ ଅଖିଳେଶ ଯାଦବ ଏବଂ ମାୟାବତୀଙ୍କୁ ସମର୍ଥନ କରୁଛନ୍ତି। ଉଚ୍ଚ ଜାତିର ଲୋକମାନେ ଭାଜପାର ହିନ୍ଦୁତ୍ୱ ପ୍ରତି ନିଜର ସମର୍ଥନ ଦେଇଥାନ୍ତି। ଏକଦା ଦେଶରେ ମୁସଲମାନ, ଦଳିତ ଭୋଟ ବ୍ୟାଙ୍କ ରାଜନୀତି ଥିଲା ଏବଂ ହିନ୍ଦୁ ଭୋଟବ୍ୟାଙ୍କକୁ ଅଣଦେଖା କରାଯାଉଥିଲା। ଏପରି ଭାବନା ତୀବ୍ର ଥିଲା। ମାତ୍ର ଏବେ ହିନ୍ଦୁ ଭୋଟ ବ୍ୟାଙ୍କର ରାଜନୀତି ସଫଳ ହେଉଛି। ଏହାଦ୍ୱାରା ଭାଜପା ମନ ଇଛା ଖାଇବାରେ ଲାଗିଥିବା ସାମନାରେ ଲେଖା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri