ପକେଟ୍‌ ଭୋଟକୁ କଂଗ୍ରେସର ଭରସା

ପଦ୍ମପୁର,୨୧।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡ଼ି ଓ ଭାଜପା ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ପଛରେ ପଡିଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନ ସ୍ଥିତିରେ ଏଠାରେ କଂଗ୍ରେସର ସଙ୍ଗଠନ ଦୁର୍ବଳ ହୋଇପଡିଥିବାରୁ ବିଗତ ୩ଟି ବିଧାନସଭା ନିର୍ବାଚନରେ ଦଳକୁ କେବଳ ପକେଟ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି। ୨୦୦୯ ନିର୍ବାଚନରେ କଂଗ୍ରେସ ୩୨.୪୧% ଭୋଟ୍‌ ପାଇଥିଲା। ତେବେ ୨୦୧୪ରେ ଦଳ ସତ୍ୟଭୂଷଣ ସାହୁଙ୍କୁ ବଦଳାଇ ନୂଆ ମୁହଁ ଭାବେ ଡାକ୍ତର ପ୍ରକାଶ ନାରାୟଣ ତ୍ରିପାଠୀଙ୍କ ଉପରେ ଭରସା କରି ପ୍ରାର୍ଥୀ କରିଥିଲା। ସେତେବେଳେ ତାଙ୍କୁ କେବଳ ୧୭.୬୧% ଭୋଟ ମିଲିଥିଲା। ସେହିପରି ୨୦୧୯ରେ ଦଳ ପୁଣି ସତ୍ୟଭୂଷଣ ସାହୁଙ୍କୁ ରିପିଟ କରିଥିଲେ ମଧ୍ୟ ତାଙ୍କୁ ୧୬.୨୫% ଭୋଟ ମିଲିଥିଲା। ଗତ ତିନୋଟି ନିର୍ବାଚନରେ କଂଗ୍ରେସ ଦଳ ଅସଙ୍ଗଠିତ ହୋଇପଡିଛି। ନେତା କେବଳ ଭୋଟ୍‌ ବେଳେ ଆସୁଛନ୍ତି ପରେ ଆଉ ଦେଖା ଦେଉ ନ ଥିବା ଦଳୀୟ କର୍ମୀ ଅଭିଯୋଗ କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ହେଲେ ଦଳର ଯେଉଁ ପକେଟ ଭୋଟ ୩୦ରୁ ୩୨ହଜାର ରହିଛି ସେହି ଭୋଟ୍‌ ହିଁ ଭରସା ହୋଇଛି। ଅପରପକ୍ଷେ ଚଳିତ ଉପନିର୍ବାଚନରେ ଦଳୀୟ ସ୍ଥିତି ଦେଖି ଅନେକ ଯୁବନେତା ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି। ଏହି କ୍ରମରେ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଡାକ୍ତର ପ୍ରକାଶ ନାରାୟଣ ତ୍ରିପାଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚମ୍ପକେଶ୍ୱର ପୁରୋହିତ, ଝାରବନ୍ଧ ଅଞ୍ଚଳର ଯୁବନେତା ଡାକ୍ତର ନରେନ ପ୍ରଧାନ ପ୍ରମୁଖ ଦଳ ଛାଡି ଅନ୍ୟ ଦଳରେ ମିଶିଛନ୍ତି। ଏ ସମ୍ପର୍କରେ ପୂର୍ବତନ ଟାଉନ କଂଗ୍ରେସ ସଭାପତି ସନ୍ତୋଷ କୁମାର ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ଆମେ ଦୀର୍ଘ ୨୨ବର୍ଷ ହେଲା କ୍ଷମତାରେ ନ ଥିବାରୁ ଦଳର ଆର୍ଥିକ ପରିସ୍ଥିତି ଦୁର୍ବଳ। ସେଥିପାଇଁ ସଙ୍ଗଠନ ସୁଦୃଢ ହୋଇପାରୁନି। ଅପରପକ୍ଷେ ବିଜେଡିର ଅର୍ଥ ଲୋଭରେ ପଡି କିଛି କଂଗ୍ରେସ ନେତା ବିକ୍ରି ହୋଇଛନ୍ତି ବୋଲି ଶତପଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri