ଭୁବନେଶ୍ୱର,୨୪।୭: ଉତ୍କଳ ବିଶ୍ବବିଦ୍ୟାଳୟ ଗେଟ ସମ୍ମୁଖରେ କଂଗ୍ରେସ ଶ୍ରଦ୍ଧାଞ୍ଜଳି ସଭା କରିଛି। FM କଲେଜ ଛାତ୍ରୀଙ୍କ ଏକାଦଶାହ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ପାଳିଛି କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସଙ୍କ ସହ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଛନ୍ତି। ଏହି ସମୟରେ ବଳଙ୍ଗା ପୀଡ଼ିତାଙ୍କର ମଧ୍ୟ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମହିଳାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଭକ୍ତ କହିଛନ୍ତି।


