Posted inଜାତୀୟ

କଂଗ୍ରେସ ଗଠନ କଲା ୭ କମିଟି: ଜିତିନ ପ୍ରସାଦ-ରାଜ ବବରଙ୍କୁ ଅଣଦେଖା

ନୂଆଦିଲ୍ଲୀ, ୭।୯: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ଦଳକୁ ସାଂଗଠନିକସ୍ତରରେ ସୁଦୃଢ଼ କରିବା ଲାଗି ୭ଟି କମିଟି ଗଠନ କରିଛନ୍ତି। କମିଟିରେ ଦଳର ଯୁବ ଏବଂ ବରିଷ୍ଠ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି। କମିଟିରେ ଉତ୍ତରପ୍ରଦେଶର ବ୍ରାହ୍ମଣ ନେତା ଜିତିନ ପ୍ରସାଦ, ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ରାଜ ବବରଙ୍କୁ ଅଣଦେଖା କରାଯାଇଛି। ସେହିପରି ପୂର୍ବ କେନ୍ଦ୍ର ମନ୍ତ୍ରୀ ଆର୍‌.ପି. ସିଂଙ୍କୁ ମଧ୍ୟ ଏସବୁ କମିଟିରେ ସ୍ଥାନ ମିଳିନାହିଁ। ବରିଷ୍ଠ ନେତା ପ୍ରମୋଦ ତିଓ୍ବାରୀ, ସଲମାନ ଖୁର୍ସୀଦ୍‌ ଏବଂ ପି.ଏଲ୍‌. ପୁନିଆଙ୍କୁ ମଧ୍ୟ ସ୍ଥାନ ମିଳିନାହିଁ। କଂଗ୍ରେସ ସାଂଗଠନିକ ମହାସଚିବ କେ.ସି.ବେଣୁଗୋପାଳଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମତି କ୍ରମେ ରାଜ୍ୟରେ ଘୋଷଣାପତ୍ର କମିଟି, ସଦସ୍ୟତା କମିଟି, କାର୍ଯ୍ୟକ୍ରମ କ୍ରିୟାନ୍ବୟ କମିଟି, ପ୍ରଶିକ୍ଷଣ ଏବଂ କ୍ୟାଡ଼ର ବିକାଶ କମିଟି, ପଞ୍ଚାୟତି ରାଜ ନିର୍ବାଚନ କମିଟି ଏବଂ ମେଡ଼ିଆ ତଥା ସଞ୍ଚାର ପରାମର୍ଶ କମିଟି ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି। କମିଟିରେ ପୁରୁଣା ନେତାଙ୍କୁ ସନ୍ତୁଷ୍ଟ କରିବାର ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି। ସୋନିଆଙ୍କ ପାଖକୁ ଚିଠି ଲେଖିଥିବା ୨୩ ଜଣ ସଦସ୍ୟଙ୍କ ମଧ୍ୟରେ ଜିତିନ ପ୍ରସାଦ ଏବଂ ରାଜ ବବରଙ୍କ ନାମ ରହିଥିଲା। ଗୁଲାମ ନବୀ ଆଜାଦ୍‌ଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ନେତାଙ୍କୁ କମିଟିରେ ସ୍ଥାନ ମିଳିଥିବା କୁହାଯାଉଛି। କମିଟି ଗଠନରେ କଂଗ୍ରେସ ପୁଣି ଚାଟୁକାର ଗୋଷ୍ଠୀଙ୍କୁ ସ୍ଥାନ ଦେଇଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?