Posted inଜାତୀୟ

କ୍ଷମା ମାଗୁନାହିଁ ଅର୍ଥ ମୁଁ ଅହଙ୍କାରୀ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରନେମ୍‌ ସହ ଜଡ଼ିତ ମାନହାନି ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। ତାଙ୍କ ଆବେଦନ ଉପରେ ଅଗଷ୍ଟ ୪ରେ ହେବାକୁ ଥିବା ଶୁଣାଣି ପୂର୍ବରୁ ବୁଧବାର ସେ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି ଯେ, ମୁଁ ଏହି ଅପରାଧରେ ଦୋଷୀ ନୁହେଁ। ତେଣୁ ଦଣ୍ଡ ଉପରେ ରୋକ ଲଗାଯାଉ। ଯଦି କ୍ଷମା ମାଗିବା ଏବଂ ଦଣ୍ଡ ହ୍ରାସ କରିବାର ଥିଲା, ତେବେ ମୁଁ ବହୁତ ଦିନ ପୂର୍ବରୁ କରିପାରିଥା’ନ୍ତି। ଅଭିଯୋଗକାରୀ ଭାଜପାର ପୂର୍ଣ୍ଣେଶ ମୋଦି ନିଜେ ମୂଳତଃ ମୋଦି ସମ୍ପ୍ରଦାୟର ନୁହନ୍ତି। କ୍ଷମା ମାଗି ନ ଥିବାରୁ ମୋତେ ଅହଂକାରୀ କହିବା ଭୁଲ୍‌।
ସୂଚନାଯୋଗ୍ୟ, ମୋଦି ସର୍‌ନାମ ବଦନାମ ମାମଲାରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି ଜୁଲାଇ ୩୧ରେ ସୁପ୍ରିମ୍‌କୋର୍ଟରେ ଏକ ଜବାବ ଦାଖଲ କରିଥିଲେ। ଏଥିରେ ସେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିବାକୁ ଦାବି କରିଛନ୍ତି। ପୂର୍ଣ୍ଣେଶ ମୋଦି ସୁପ୍ରିମ୍‌କୋର୍ଟରେ ଦେଇଥିବା ଜବାବରେ ରାହୁଲ କ୍ଷମା ମାଗିବାକୁ ମନା କରିବାରୁ ‘ଅହଂକାରୀ’ ଶବ୍ଦ ବ୍ୟବହାର କରିଛନ୍ତି। ରାହୁଲଙ୍କୁ ଆଶ୍ୱସ୍ତି ଦେବା ପାଇଁ କୌଣସି ଆଧାର ନାହିଁ ବୋଲି ପୂର୍ଣ୍ଣେଶ ମୋଦି କହିଛନ୍ତି। ତାଙ୍କର ଆଚରଣ ଗର୍ବରେ ପରିପୂର୍ଣ୍ଣ। ବିନା କାରଣରେ ସମଗ୍ର ଶ୍ରେଣୀକୁ ଅପମାନିତ କରିବା ପରେ ସେ କ୍ଷମା ମାଗିବାକୁ ମନା କରିଦେଇଥିଲେ।
ମାନହାନି ମାମଲାରେ ରାହୁଲଙ୍କୁ ଚଳିତବର୍ଷ ମାର୍ଚ୍ଚରେ ସୁରତ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଗୁଜରାଟ ହାଇକୋର୍ଟ ଜୁଲାଇ ୭ରେ ଏହି ରାୟକୁ କାଏମ ରଖିଥିଲେ। ଏହା ପରେ ରାହୁଲ ସୁପ୍ରିମକୋର୍ଟ ଯାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୧୩ ଏପ୍ରିଲ ୨୦୧୯ରେ, କର୍ନାଟକର କୋଲାରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ରାହୁଲ କହିଥିଲେ ଯେ, ସମସ୍ତ ଚୋରଙ୍କ ସର୍‌ନାମ ମୋଦି କାହିଁକି ହୁଏ? ଏହି ପ୍ରସଙ୍ଗରେ ପୂର୍ଣ୍ଣେଶ ମୋଦି ୨୦୧୯ରେ ତାଙ୍କ ବିରୋଧରେ ଆପରାଧିକ ମାନହାନି ମକଦ୍ଦମା ଦାଏ ର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

ଆଇନଜୀବୀ ପୀତବାସ ଦାଶଙ୍କ ପରଲୋକ

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଶନିବାର ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri