Posted inଜାତୀୟ

୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଗଠନ ହେଲା ଟାସ୍କ ଫୋର୍ସ

ନୂଆଦିଲ୍ଲୀ,୨୪।୫: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଏବେଠାରୁ ନିଜର ରଣନୀତି ପ୍ରସ୍ତୁତ କରିବାକୁ ଲାଗିପଡ଼ିଲାଣି। ମଙ୍ଗଳବାର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କଂଗ୍ରେସରେ ଆଠ ଜଣିଆ ସଦସ୍ୟ ବିଶିଷ୍ଟ ରାଜନୈତିକ ବ୍ୟାପାର କମିଟି ଏବଂ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ତେବେ କଂଗ୍ରେସର ରାଜନୈତିକ ବ୍ୟାପାର କମିଟିରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖର୍ଗେ, ଗୁଲାମ ନବୀ ଆଜାଦ, ଅମ୍ବିକା ସୋନି, ଦିଗ୍‌ବିଜୟ ସିଂ, ଆନନ୍ଦ ଶର୍ମା, କେସି ବେଣୁଗୋପାଲ, ଜିତେନ୍ଦ୍ର ସିଂ ରହିବେ। ସେହିପରି ପି.ଚିଦାମ୍ବରମ, ମୁକୁଲ ୱାସନିକ, ଜୟରାମ ରମେଶ, କେସି ବେଣୁଗୋପାଲ, ଅଜୟ ମାକେନ, ପ୍ରିୟଙ୍କା ଗାନ୍ଧୀ, ରଣଦୀପ ସୁର୍ଜେୱାଲା, ସୁନୀଲ କାନୁଗୋଲୁଙ୍କ ନାମ ୨୦୨୪ ନିର୍ବାଚନ ପାଇଁ ଗଠନ ହୋଇଥିବା ଟାସ୍କ ଫୋର୍ସରେ ସାମିଲ ରହିଛି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷତା କରିବେ। ଅନ୍ୟପଟେ ଲୋକ ସଭା ନିର୍ବାଚନ ପାଇଁ ଗଠିତ ଟାସ୍କ ଫୋର୍ସରେ ଜଡ଼ିତ ନେତାମାନଙ୍କୁ ବିଭିନ୍ନ ସଂଗଠନ, ଗଣମାଧ୍ୟମ, ଅର୍ଥ, ନିର୍ବାଚନ ପରିଚାଳନାର ଦାୟିତ୍ୱ ଦିଆଯିବ। ସୂଚନାଯୋଗ୍ୟ, ଉଭୟ ଗୁରୁତ୍ୱପୂର୍ଣ୍ଣ କମିଟିରେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମୁକୁଲ ୱାସନିକଙ୍କ ଭଳି ଅସନ୍ତୁଷ୍ଟ ନେତାଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ଅନ୍ୟପଟେ ପ୍ରଶାନ୍ତ କିଶୋରଙ୍କ ସ୍ଥାନରେ ନିର୍ବାଚନ ରଣନୀତିଜ୍ଞ ସୁନୀଲ କାନୁଗୋଲୁଙ୍କୁ ସାମିଲ କରାଯାଇଛି। ଯଏ କନର୍ର୍ାଟକ ଏବଂ ତେଲେଙ୍ଗାନାରେ କଂଗ୍ରେସ ପାଇଁ କାର୍ଯ୍ୟ କରୁଛନ୍ତି। ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଥିବା ‘ଭାରତ ଯୋଡୋ’ ଯାତ୍ରାର ପ୍ରସ୍ତୁତି ପାଇଁ ଏକ କମିଟି ଗଠନ କରାଯାଇଛି। ଯେଉଁଥିରେ ଦିଗ୍‌ବିଜୟ ସିଂ, ସଚିନ ପାଇଲଟ, ଶଶି ଥରୁର, ରବନୀତ ବିଟ୍ଟୁ, କେ.ଜେ ଜର୍ଜ, ଯୋଥି ମଣିଙ୍କ ଭଳି ଅନେକ ନେତା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri