ଟାଟା ପାଓ୍ବାର ଅଫିସ୍‌ ଉପରକୁ କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ବର, ୨୮ା୬(ସୁନିତ୍‌ ମିଶ୍ର): ଟାଟା ପାଓ୍ବାରର ମନମୁଖି କାର୍ଯ୍ୟକଳାପ ନେଇ ଏବେ ସାଧାରଣରେ ଦିନକୁ ଦିନ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଉଛି। ବିଜୁଳିି ସେବା ଯୋଗାଣରେ ଏହି କମ୍ପାନୀ ଏବେ ଭିନ୍ନଭିନ୍ନ ତରିକାରେ ଓଡ଼ିଶାବାସୀଙ୍କୁ ଠକୁଥିବା ନେଇ ବାରମ୍ବାର ନୂଆ ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି। ଫଳରେ ବିରୋଧୀ ଏବେ ଟାଟା ପାଓ୍ବାର ଏବଂ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି।
ଅଘୋଷିତ ବିଜୁଳିକାଟ୍‌ ଏବଂ ଲୋକଙ୍କଠାରୁ ଅଧିକ ଟଙ୍କା ଆଦାୟ ଅଭିଯୋଗ ନେଇ ରାଜ୍ୟର ବିଭିନ୍ନ ଜିଲାରେ କଂଗ୍ରେସ ମଙ୍ଗଳବାର ଟାଟା ପାଓ୍ବାର ଅଫିସ୍‌ ଘେରାଉ କରିଛି। ଶହ ଶହ କଂଗ୍ରେସ କର୍ମୀ ଜିଲାସ୍ତରରେ ଟାଟା ପାଓ୍ବାର କାର୍ଯ୍ୟାଳୟକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ଦେଖିବାକୁ ମିଳିଛି। ନୟାଗଡ଼, କେନ୍ଦ୍ରାପଡ଼ା, କୋରାପୁଟ ଆଦି ଜିଲାରେ ଆନ୍ଦୋଳନକୁ ତୀବ୍ର କରାଯାଇଛି।
ସମାନ ଭାବେ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ବହୁ ନେତୃବୃନ୍ଦ ତଥା ଦଳୀୟ କର୍ମୀ ପାୱାରହାଉସ ଛକସ୍ଥିତ ଟାଟା ପାୱାର ଅଫିସକୁ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୩ ବର୍ଷ ଧରି ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପରିବର୍ତ୍ତେ ପ୍ରତିଦିନ ଘନଘନ ବିଦ୍ୟୁତ୍‌କାଟ ହେଉଛି। ବିଦ୍ୟୁତ ବିଲ୍‌ରେ ଜାଣିଶୁଣି ଠକେଇ କରିବା, ସର୍ବନିମ୍ନ ମାସିକ ଦେୟ ଆଦାୟ, ପ୍ରକୃତ ବ୍ୟବହାର ହୋଇଥିବା ବିଦ୍ୟୁତ ୟୁନିଟ୍‌ଠାରୁ ଅଧିକ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ନେଇ ଟାଟା ପାୱାର କାର୍ଯ୍ୟାଳୟକୁ ଜିଲା କଂଗ୍ରେସର ନେତୃବୃନ୍ଦମାନେ ଘେରାଉ କରିଥିଲେ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)ର ନିର୍ଦ୍ଦେଶ ପରେ ମଧ୍ୟ ଟାଟା ପାୱାର ଯେଉଁ ୨,୭୨୭ କୋଟି ଟଙ୍କା ଅଧିକ ବିଦ୍ୟୁତ୍‌ ଆଦାୟ କରିଛି, ତାହାକୁ ଏ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ କାହିଁକି ଫେରାଉ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ସେହିପରି ଜାଣିଶୁଣି ପ୍ରତି ମାସରେ ଟାଟା ପାୱାର ଓଡ଼ିଶାରୁ ୩୫ରୁ ୪୦ କୋଟି ଟଙ୍କା ଲୁଟ୍‌ କରୁଥିଲା ବେଳେ ଓଡ଼ିଶା ସରକାର କମ୍ପାନୀକୁ ଏଥିରେ ସହଯୋଗ କରୁଛନ୍ତି ବୋଲି କଂଗ୍ରେସ କହିଛି। ଜିଲା କଂଗ୍ରେସ ନେତୃବୃନ୍ଦମାନେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ବିଭିନ୍ନ ସ୍ଲୋଗାନ ଦେଇଥିବା ଓ ସ୍ଥଳବିଶେଷରେ ପୋଲିସ ସହିତ ଧସ୍ତାଧସ୍ତି ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବା ଦେଖାଯାଇଛି। ଜିଲା କଂଗ୍ରେସ ତରଫରୁ ଟାଟା ପାୱାର ସିଇଓଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ଓ ସେହି କାର୍ଯ୍ୟାଳୟର ଅଧିକାରୀବୃନ୍ଦଙ୍କ ସହିତ ଏହି ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟବ୍ୟାପୀ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri