Posted inଜାତୀୟ

କଂଗ୍ରେସକୁ ଘାରିଛି ଘର କଳି ଚିନ୍ତା, ପଞ୍ଜାବ-ଉତ୍ତରାଖଣ୍ଡରେ ଅବୁଝାଙ୍କୁ ବୁଝାଇବା ଜାରି…

ନୂଆଦିଲ୍ଲୀ, ୨୭।୧ : ଆଗକୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ। ତେବେ ଏହି ଦୁଇରାଜ୍ୟରେ ଘର କଳି ଯୋଗୁ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି। ଟିକଟ ବଣ୍ଟନ ଉପରେ ଦଳୀୟ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଦଳର ହାଇକମାଣ୍ଡ ଆଶଙ୍କା କରୁଛନ୍ତି ଯେ ଯଦି ଅସନ୍ତୋଷ ଶୀଘ୍ର ନିୟନ୍ତ୍ରଣକୁ ନଆସେ ତେବେ ଉଭୟ ରାଜ୍ୟରେ କଂଗ୍ରେସକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ସ୍ଥାନୀୟ ଅବୁଝାଙ୍କୁ ବୁଝାଇବା ଜାରି ରହିଛି। ଏହାର ଦାୟିତ୍ୱ ଦଳର ବରିଷ୍ଠ ନେତାଙ୍କୁ ପ୍ରଦାନ କରାଯାଇଛି।

କଂଗ୍ରେସର ସବୁଠୁ ବଡ ଚିନ୍ତା ହେଉଛି ଉତ୍ତରାଖଣ୍ଡ। ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ ଅସନ୍ତୋଷ ପଦାରେ ପଡ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ସମୟରେ ଏହା ଏକ ଭଲ ସଙ୍କେତ ନୁହେଁ। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଟିକେଟ ନେଇ ସ୍ଥାନୀୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ରହିଛି। ଅନ୍ୟ କେତେକ ଆସନକୁ ନେଇ ନେତାଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ରହିଛି।

ରାଜ୍ୟ କଂଗ୍ରେସ ନେତାଙ୍କ ଅନୁସାରେ ଯଦି ଦଳ ତୁରନ୍ତ ଅସନ୍ତୋଷକୁ ଦୂର ନକରେ ତେବେ ନିର୍ବାଚନ ଲଢ଼େଇ ଅଧିକ କଷ୍ଟସାଧ୍ୟ ହେବ। କାରଣ, ୨୦୧୭ ବିଧାନସଭା ନିର୍ବାଚନରେ ଉତ୍ତରାଖଣ୍ଡରେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ପ୍ରାୟ ୧୩ ପ୍ରତିଶତ ଭୋଟର ପାର୍ଥକ୍ୟ ଥିଲା। ଯେତେବେଳେ କି ୨୦୧୨ରେ ଉଭୟ ଦଳ ପ୍ରାୟ ସମାନ ସ୍ଥିତିାରେ ଥିଲେ। ତେଣୁ ନେତାଙ୍କ ମଧ୍ୟରେ ଅସନ୍ତୋଷ ଥିବାବେଳେ ଏଭଳି ପରିସ୍ଥିତିରେ ମିଳିତ କଂଗ୍ରେସ ବିନା ୧୩ ପ୍ରତିଶତ ଭୋଟ ବ୍ୟବଧାନ ଅତିକ୍ରମ କରି ବିଜୟର ଦ୍ୱାର ଦେଶରେ ପହଞ୍ଚିବା ସହଜ ନୁହେଁ।

ପଞ୍ଜାବରେ ମଧ୍ୟ କଂଗ୍ରେସର ଆଭ୍ୟନ୍ତରୀଣ ସ୍ଥିତି ଭଲ ନୁହେଁ। ଟିକଟ ବଣ୍ଟନ ଉପରେ ଅସନ୍ତୋଷ ବୃଦ୍ଧି ପାଉଛି। ଗୋଟିଏ ପରିବାରର ଗୋଟିଏ ଟିକେଟ ଫର୍ମୂଲା ଗ୍ରହଣ କରି ଦଳ ମୁଖ୍ୟମନ୍ତ୍ରୀ ଚାନ୍ନିଙ୍କ ଭାଇ ଡ. ମନୋହରଙ୍କୁ ଟିକେଟ ଦେଇନାହାଁନ୍ତି। କିନ୍ତୁ ଅମରଗଡରୁ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଭଣଜାଙ୍କୁ ଟିକଟ ଦେଇଛନ୍ତି।

ସେହିପରି ଦଳର ବରିଷ୍ଠ ନେତା ରାଜୀନ୍ଦର କୌର ଭଟ୍ଟାଲଙ୍କ ସହିତ ସାହନେୱାଲରୁ ତାଙ୍କ ଜ୍ୱାଇଁ ବିକ୍ରମ ବାଜୱାଙ୍କୁ ଟିକଟ ମିଳିଛି।

ଅପରପକ୍ଷରେ ସିଟିଂ ବିଧାୟକମାନଙ୍କର ଟିକଟ କଟିଛି। ଫଳରେ ସେମାନେ ମଧ୍ୟ ବିଦ୍ରୋହୀ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଦଳ ବିଦ୍ରୋହୀମାନଙ୍କୁ ମନାଇବା ପାଇଁ ରାଜ୍ୟ କଂଗ୍ରେସ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ସୁଖଜିନ୍ଦର ସିଂ ରାନ୍ଧୱା, ରାଜକୁମାର ଓ୍ବେରକା ଏବଂ ଅମରିନ୍ଦର ସିଂ ରାଜା ୱାଡିଗଙ୍କ ସମେତ ଅନେକ ନେତାଙ୍କୁ ଏହି ଅସନ୍ତୁଷ୍ଟଙ୍କୁ ବୁଝାସୁଝା କରିବାର ଲାଗି କୁହାଯାଇଛି। ରାଜ୍ୟରେ ବିଜୟ ପାଇଁ ଦଳ ନିର୍ବାଚନରେ ଚାଳିଶ ପ୍ରତିଶତରୁ ଅଧିକ ଭୋଟ ଆବଶ୍ୟକ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri