ଛକାପଞ୍ଝାରେ କଂଗ୍ରେସ ଆଶାୟୀ ପ୍ରାର୍ଥୀ

ଗୁଣପୁର,୨୧ା୨(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୯ରୁ ବିଜେଡି ପ୍ରାର୍ଥୀ ଜିତିଆସୁଛନ୍ତି। ୨୦୦୪ରେ କଂଗ୍ରେସରୁ ହେମାବତୀ ଗମାଙ୍ଗ ବିଜୟୀ ହୋଇଥିଲେ। ତେଣୁ କଂଗ୍ରେସ ଆଗାମୀ ନିର୍ବାଚନରେ ଏହି ଆସନ ଅକ୍ତିଆର କରିବା ଲାଗି କସରତ ଆରମ୍ଭ କରିଦେଇଛି। ହେଲେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଦଳୀୟ ନେତୃବୃନ୍ଦଙ୍କ ଚିନ୍ତା ବଢ଼ିଯାଇଛି।
ଏବେ ଜିଲା ସଭାପତି ବିଜୟ ଗମାଙ୍ଗ, ତାଙ୍କ ପୁଅ ଅବିନାଶ ଗମାଙ୍ଗ, ଗୁଡାରି ଅଞ୍ଚଳର ଯୁବ ନେତା ସତ୍ୟଜିତ୍‌ ଗମାଙ୍ଗ, ଭାସ୍କର ଜାଗରେଙ୍ଗା, ଶାନ୍ତି ଜାଗରେଙ୍ଗା ଏବଂ ପଦ୍ମପୁର ବ୍ଲକ ନାଇରା ସରପଞ୍ଚ ତୁଳସା ଶବର ଆଶାୟୀ ପ୍ରାର୍ଥୀ ରହିଛନ୍ତି। ନିକଟରେ ଦଳରେ ପୁଣି ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ମଧ୍ୟ ଟିକେଟ ପାଇଁ ଆଶାୟୀ ଅଛନ୍ତି। ଏହିପରି ୭ ଜଣ ଆଶାୟୀ ରହିଥିବାବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତା’ ଉପରେ ଭୋଟରଙ୍କ ନଜର। ଆଶାୟୀ ପ୍ରାର୍ଥୀମାନେ ଗୁଣପୁର ସହରଠାରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀର ଅନେକ ସ୍ଥାନରେ ବଡ଼ ହୋର୍ଡିଂ ଲଗାଇଥିବା ଦେଖିବାକୁ ମିଳୁଛି।
ବିଧାନସଭା ନିର୍ବାଚନମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। ଅତୀତକୁ ଦେଖିଲେ ୧୯୯୦ରେ କଂଗ୍ରେସ ପ୍ରାର୍ଥୀ ଭାଗୀରଥି ଗମାଙ୍ଗଙ୍କୁ ପରାସ୍ତ କରି ଜନତା ଦଳରୁ ରାମମୂର୍ତ୍ତି ଗମାଙ୍ଗ ବିଜୟ ଲାଭ କରି କଂଗ୍ରେସ ଗଡ଼ରେ ପଶିବାରେ ସଫଳ ହୋଇଥିଲେ। ଆଉ ଏକ ଘଟଣାକ୍ରମକୁ ଦେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମାବତୀ ଗମାଙ୍ଗ କଂଗ୍ରେସରୁ ବିଜୟଲାଭ କରି ଗୁଣପୁର ନିର୍ବାଚନମଣ୍ଡଳୀରୁ ପ୍ରଥମ ମହିଳା ବିଧାୟିକା ହୋଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି-ଭାଜପା ମେଣ୍ଟ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ରାମମୂର୍ତ୍ତି ମୁଟ୍ଟିକା ପ୍ରାର୍ଥୀ ହୋଇ ଗିରିଧରଙ୍କ ପୁଅ ତଥା କଂଗ୍ରେସର ଶିଶିର ଗମାଙ୍ଗଙ୍କୁ ପରାସ୍ତ କରିଥିଲେ। ୨୦୧୪ରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ରାମମୂର୍ତ୍ତି ମୁଟ୍ଟିକାଙ୍କ ବଦଳରେ ତ୍ରିନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା। ତ୍ରିନାଥଙ୍କଠାରୁ କଂଗ୍ରେସ ପ୍ରାର୍ଥୀ ପୁରୁଷତ୍ତମ ଗମାଙ୍ଗ ହାରି ଯାଇଥିଲେ। ୨୦୧୯ ନିର୍ବାଚନରେ ବିଜେଡି ପୁଣି ତା’ର ପ୍ରାର୍ଥୀ ପରିବର୍ତ୍ତନ କରି ତ୍ରିନାଥଙ୍କ ବଦଳରେ ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା। ସେପଟେ କଂଗ୍ରେସ ପୁଣି ପୁରୁଷତ୍ତମଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ପ୍ରାର୍ଥୀଙ୍କଠାରୁ ସେ ହାରିଯାଇଥିଲେ। ସୂଚନା ଦିଆଯାଇପାରେ ଯେ, ୨୦୧୯ ଡିସେମ୍ବର ୨୪ରେ ସଡ଼କ ଦୁର୍ଘଟଣାରେ ପୁରୁଷତ୍ତମଙ୍କ ମୃତ୍ୟୁ ଘଟିଥିଲା। କଂଗ୍ରେସର ବରିଷ୍ଠ ନେତା ଗିରିଧର ଏବଂ ତାଙ୍କ ପୁତ୍ର ଶିଶିର ଗମାଙ୍ଗ ମଧ୍ୟ ଦଳ ଛାଡ଼ିଥିଲେ। କିଛିଦିନ ପୂର୍ବରୁ ଗିରିଧରଙ୍କ ପରିବାର ପୁଣି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗୁଣୁପୁର ରାଜନୀତି ସରଗରମ ହୋଇଛି।
ଗଲେ ବିଜୟ ଗମାଙ୍ଗ ଦଳର ଦୁର୍ଦ୍ଦିନରେ ମଧ୍ୟ ସେହିପରି ରହିଛନ୍ତି। ଏଣୁ ତାଙ୍କୁ କିମ୍ବା ତାଙ୍କ ପୁଅଙ୍କୁ ଟିକେଟ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି। ସେହିପରି ଯୁବ ନେତା ସତ୍ୟଜିତ ମଧ୍ୟ ଆଶାୟୀ ଅଛନ୍ତି, କାରଣ ତାଙ୍କ ଉପରେ କୁଆଡ଼େ ଏମ୍‌ପି ସପ୍ତଗିରି ଉଲାକାଙ୍କ ଆଶୀର୍ବାଦ ରହିଛି। ହେମା ଥରେ ବିଧାୟିକା ସହ କୋରାପୁଟ ଆସନରୁ ଏମ୍‌ପି ମଧ୍ୟ ଥିଲେ। ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରିବା ନେଇ ତାଙ୍କ ଉଦ୍ଦେଶ୍ୟ କ’ଣ ରହିଛି, ତାହା କାହାରିକୁ ବୁଝିବା କଷ୍ଟକର ନୁହେଁ। କଂଗ୍ରେସ ଯାହାଙ୍କୁ ଏଠାରୁ ପ୍ରାର୍ଥୀ କରିବ ତାଙ୍କୁ ସମର୍ଥନ କରିବେ ବୋଲି ସମସ୍ତ ଆଶାୟୀ ପ୍ରାର୍ଥୀ କହୁଥିବା ଶୁଣିବାକୁ ମିଳୁଛି। ବାସ୍ତବରେ ତାହା କେତେଦୂର ଆଶାୟୀଙ୍କ ଭିତରେ ହଜମ ହେବ, ଟିକେଟ ମିଳିବା ପରେ ଜଣାପଡ଼ିବ।
ଏକ ଘଟଣାକ୍ରମରେ ଭାଜପା-ବିଜେଡିର ବାହାଘର କରିବା ଲାଗି ଆଶାୟୀ ପ୍ରାର୍ଥୀଙ୍କୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ଗତ ୧୩ ତାରିଖରେ ପ୍ରଥମେ ସତ୍ୟଜିତ ବିବାହ କାର୍ଯ୍ୟକ୍ରମ କରିଥିଲେ। ଏମ୍‌ପି ସପ୍ତଗିରିଙ୍କୁ ବାଦ୍‌ ଦେଲେ ସେଥିରେ କୌଣସି ଆଶାୟୀ ପ୍ରାର୍ଥୀ, ଏପରିକି ଜିଲା ସଭାପତି ବିଜୟ ଗମାଙ୍କ ଯୋଗ ଦେଇ ନ ଥିଲେ। ଅନୁରୂପ ଭାବେ ୧୭ ତାରିଖରେ ଅନ୍ୟ ଆଶାୟୀ ବିଜୟ ଗମାଙ୍ଗ, ତାଙ୍କ ପୁଅ ଅବିନାଶ, ଭାସ୍କର ଜାଗରେଙ୍ଗା, ଶାନ୍ତି ଜାଗରେଙ୍ଗା ମିଶି ବିବାହ କାର୍ଯ୍ୟକ୍ରମ କରିଥିଲୋ। କିନ୍ତୁ ସେଥିରେ ଏମ୍‌ପି ସପ୍ତଗିରି ଉପସ୍ଥିତ ନ ଥିଲେ। ଆଶାୟୀଙ୍କ ଭିତରେ ଏଭଳି ଛକାପଞ୍ଝାକୁ ଦେଖି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି, ଗୁଣୁପୁର କଂଗ୍ରେସରେ କିଛି ଠିକ୍‌ ଚାଲିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri