Posted inଜାତୀୟ

ହିନ୍ଦୁ-ଶିଖଙ୍କ ବିଭାଜନ ପାଇଁ ଖଲିସ୍ତାନ ପ୍ରସଙ୍ଗ ଆଣିଥିଲା କଂଗ୍ରେସ: ପୂର୍ବତନ ‘ର’ ଅଧିକାରୀ…

ନୂଆଦିଲ୍ଲୀ,୨୪।୬ : ଭାରତର ଗୁପ୍ତଚର ଏଜେନ୍ସି ‘ର’(ରିସର୍ଚ୍ଚ ଆଣ୍ଡ ଆନାଲିସିସ ଓ୍ବିଙ୍ଗ)ର ପୂର୍ବତନ ସ୍ବତନ୍ତ୍ର ସଚିବ ଜିବିଏସ ସିଦ୍ଧୁ ଖାଲିସ୍ତାନ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ ଦାବି କରିଛନ୍ତି ଜ୍ଞାନୀ ଜୈଲ ସିଂ, ସଞ୍ଜୟ ଗାନ୍ଧୀ, କମଲ ନାଥ ଏବଂ ଇନ୍ଦିରା ଗାନ୍ଧୀଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆକବର ରୋଡରେ ବସିଥିବା କିଛି ନେତାଙ୍କ ଦ୍ୱାରା ଅପରେଶନ ଭିନ୍ଦରୱାଲେର ଆରମ୍ଭ ଏବଂ ପରିଚାଳନା କରାଯାଇଥିଲା।

୧୯୭୮ ମସିହାର ମଧ୍ୟଭାଗରେ ଏହା ଆରମ୍ଭ ହୋଇଥିଲା, ଯେତେବେଳେ ଜ୍ଞାନୀ ଜୈଲ ସିଂ ଏବଂ ସଞ୍ଜୟ ଗାନ୍ଧୀ ଅକାଳୀ ଦଳ ଓ ଜନତା ପାର୍ଟି ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଷଡଯନ୍ତ୍ର କରିଥିଲେ।
ପଞ୍ଜାବରେ ଅକାଳୀ ଦଳ ଶିଖମାନଙ୍କ ଅଧିକାର ପାଇଁ ଲଢୁଥିବା ଏକ ଦଳ ହୋଇଥିବାବେଳେ ଜନତା ପାର୍ଟିକୁ ହିନ୍ଦୁବାଦୀ ଦଳ ଭାବରେ ବିବେଚନା କରାଯାଉଥିଲା। ତଥାପି ଜାତୀୟତା ପ୍ରସଙ୍ଗରେ ଉଭୟ ଦଳର ସମାନ ଚିନ୍ତାଧାରା ରହିଥିଲା ଏବଂ ତେଣୁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା। ଏହି ଦୁଇ ଦଳ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ କଂଗ୍ରେସ ଏକ ଷଡଯନ୍ତ୍ର କରି ଖାଲିସ୍ତାନ ପ୍ରସଙ୍ଗ ଉଠାଇଥିଲା। ଭିନ୍ଦରୱାଲେଙ୍କ ଦ୍ୱାରା ଶିଖମାନେ ଏକଜୁଟ ହୋଇ ଏକ ପୃଥକ ଦେଶ ଦାବି କରିବେ, କିନ୍ତୁ ହିନ୍ଦୁମାନେ  ଏହାକୁ ଗ୍ରହଣ କରିବେ ନାହିଁ। ଫଳରେ ଉଭୟ ଦଳଙ୍କ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବ ବୋଲି କଂଗ୍ରେସ ଯୋଜନା କରିଥିଲା।

ଜିବିଏସ ସିଦ୍ଧୁ ପ୍ରକାଶ କରିଛନ୍ତି ସେହି ସମୟ ମଧ୍ୟରେ ତାଙ୍କୁ କାନାଡା ମଧ୍ୟ ପଠାଯାଇଥିଲା, ଯେଉଁଥିରେ ସେ ଜାଣିବାକୁ ପାଇଲେ ସେଠାରେ କେବଳ ଦୁଇଜଣ ଲୋକ ଅଛନ୍ତି ଯେଉଁମାନେ ଖାଲିସ୍ତାନ ବିଷୟରେ କଥାବାର୍ତ୍ତା କରୁଥିଲେ। ୧୯୭୯ ରେ ଭାରତ ଫେରିବା ପରେ ଯେତେବେଳେ ତାଙ୍କୁ ‘ର’କୁ ପଠାଗଲା, ସେତେବେଳେ ଏଜେନ୍ସିର ଅଲଗା କୋଠା ମଧ୍ୟ ନ ଥିଲା। ଏହି ସମୟ ମଧ୍ୟରେ ଶିଖ ମୌଳିକତା ଏବଂ ଆଇଏସଆଇ (ପାକିସ୍ତାନୀ ଇଣ୍ଟେଲିଜେନ୍ସ ଏଜେନ୍ସି) ମଧ୍ୟରେ ଥିବା ସମ୍ପର୍କକୁ ଅନୁଧ୍ୟାନ କରିବା ପାଇଁ ଡିସେମ୍ବର ୧୯୮୦ରେ ‘ର’ର ଏକ ନୂତନ ବିଭାଗ ପ୍ରତିଷ୍ଠା ହୋଇଥିଲା, କିନ୍ତୁ ସେ ସମୟରେ ସେପରି କୌଣସି ମାମଲା ଆସି ନ ଥିଲା।

ଅକାଳୀ ଦଳ ସହିତ ଆଲୋଚନା କରିବା ପାଇଁ କଂଗ୍ରେସ ଏକ ଯୋଜନା ପ୍ରସ୍ତୁତ କଲା, ଯାହାଦ୍ୱାରା ସେମାନେ ଅନୁଭବ କରିବେ ସମସ୍ୟାର ସମାଧାନ ହେଉଛି । ଉଭୟଙ୍କ ମଧ୍ୟରେ ୨୬ ରାଉଣ୍ଡ ଆଲୋଚନା ହୋଇଥିଲା, ଯେଉଁଥିରେ ଇନ୍ଦିରା ଗାନ୍ଧୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ସଞ୍ଜୟ ଗାନ୍ଧୀ ୧୯୮୫ ପୂର୍ବରୁ ଭିନ୍ଦରୱାଲେ-ଖାଲିସ୍ତାନ ପ୍ରସଙ୍ଗରେ ନିର୍ବାଚନ ଜିତିବାକୁ ଯୋଜନା କରିଥିଲେ। କିନ୍ତୁ, ୧୯୮୨ ରେ ଆମେ ସୂଚନା ପାଇଲୁ ଇନ୍ଦିରା ଗାନ୍ଧୀଙ୍କ ଜୀବନ ପ୍ରତି ବିପଦରେ ଥିଲା। ଭିନ୍ଦରୱାଲେ ସ୍ବର୍ଣ୍ଣ ମନ୍ଦିରକୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କୁ ଗିରଫ କରିବା ପାଇଁ ଷଡଯନ୍ତ୍ର ମଧ୍ୟ କରାଯାଇଥିଲା। ସେ ଜଣେ ବହୁତ ବଡ ବ୍ୟକ୍ତି ଏବଂ ତାଙ୍କୁ ଧରିବା ସହଜ ନ ଥିଲା।

ଭିନ୍ଦରୱାଲେଙ୍କୁ ଧରିବା ପାଇଁ ଭାରତୀୟ ସେନାକୁ ଅପରେଶନ ବ୍ଲୁ ଷ୍ଟାର ନାମକ ଏକ ବଡ ଅପରେଶନ ଚଳାଇବାକୁ ପଡିଥିଲା। ସ୍ବର୍ଣ୍ଣ ମନ୍ଦିରରେ ସେନାର ପ୍ରବେଶ ଦ୍ୱାରା ଶିଖମାନଙ୍କ ଭାବନାକୁ ଆଘାତ ଲାଗିଥିଲା। ଏହାଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡ ଘଟିଥିଲା ଏବଂ ପରେ ୧୯୮୪ ରେ କଂଗ୍ରେସ ସମର୍ଥକମାନେ ଶିଖମାନଙ୍କୁ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri