ଗଞ୍ଜାମରେ କଂଗ୍ରେସର ବାଇକ ରାଲି: ବନ୍ଦପାଳନ ଶାନ୍ତିପୂର୍ଣ୍ଣ

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ତଥା ପେଟ୍ରୋଲ ଓ ଡିଜେଲର ଅହେତୁକ ଦରଦାମ ବୃଦ୍ଧି ଲାଗି ରାଜ୍ୟ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ ସୋମବାର ଓଡ଼ିଶା ବନ୍ଦ କରିଛି। ଏ ନେଇ ଗଞ୍ଜାମ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଏନ୍‌ ଗଣେଶ ରେଡ୍ଡୀଙ୍କ ନେତୃତ୍ୱରେ ଏକ ବାଇକ୍‌ ରାଲିରେ ଦଳୀୟ ନେତା ଓ କର୍ମୀ ବଜାର ପରିକ୍ରମା କରି ଦୋକାନ ବଜାର ବନ୍ଦ କରିଥିଲେ । ଶାନ୍ତିପୂଣର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ବ୍ଲକ ସମ୍ପାଦକ ଟୁନା ଶତପଥୀ, ବରିଷ୍ଠ ନେତା ତାରିଣୀ ରେଡ୍ଡୀ, ଯୁବନେତା କୁନା ରେଡ୍ଡୀ, ବିଦି ଦୋରା ପ୍ରମୁଖ ସାମିଲ ହୋଇଥିଲେ।